କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଞ ଚମ୍ପୂ

ଉଇକିପାଠାଗାର‌ରୁ
Jump to navigation Jump to search


କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଞ ଚମ୍ପୂ

ଞ ଚମ୍ପୂ
(ରାଗ ମୋହନା)

ନ ଭାଙ୍ଗରେ ଶୁଭାଙ୍ଗି, ଭାରତୀ ହୁଅ ସାହା ।ପଦ।

ନୋହିଲେ ତ ପରିତ୍ରାଣ, ନିର୍ଦ୍ଦୟ ନତନୁ ବାଣ,
ନିଃଶେଷ କଲାଟି ଦେହ ଲାହା ॥୧॥

ନୀପକୁଞ୍ଜ ଉପକଣ୍ଠେ, ନ୍ୟସ୍ତ କରାଅ ମୋ କଣ୍ଠେ,
ନାଗରୀନ୍ଦ୍ର ନିରୁପମ ବାହା ॥୨॥

ନେତ୍ରାନ୍ତବିଳାସ ତାର, ନିଦାନ ଏ ଅବସ୍ଥାର,
ନିରେଖି ଉଚ୍ଚାରୁ ଥରେ ଆହା ॥୩॥

ନିଶ୍ଚୟ ଏ ଘେନ ଚିତ୍ତେ, ନ ଜୀଇବ କଦାଚିତେ,
ନ ବତାଇଲେ ତୁ ସୁଖ ରାହା ॥୪॥

ନାଥ ଅଷ୍ଟଦୁର୍ଗର ଯେ, ନୀତି ସେ ମୋ ପଦେ ଭଜେ,
ନିନ୍ଦବଟି ନ କଲେ ତୁ ତାହା ॥୫॥