କୋଠ ଭୋଗଖିଆ

ଉଇକିପାଠାଗାର‌ରୁ
Jump to navigation Jump to search

କୋଠ ଭୋଗଖିଆ


( ଲେଖକ/କବି : ଖିରଦ ଚନ୍ର ପୋଥାଳ )

କୋଠ ଭୋଗଖିଆ ମୋ ଚକା ଆଖିଆ ଉଠ ହେ ପ‌ହୁଡ ଭାନ୍ଗି

ପନ୍ଡା ପଡିହାରୀ କରନ୍ତି ଗୁହାରୀ ହେବାକୁ ଚନ୍ଦନ ଲାଗି ।।

ହେବାକୁ ଚନ୍ଦନ ଲାଗି------

ତୁଳସୀର ମାଳ ଦୟଣାର ଚୂଳ ଉଭା ଘେନି ଦେବଦାସୀ

ବଡ ସିଂହାରକୁ ବୁଢା ସିଂହାରୀ ଯେ ଉଭା ହୋଇଲେଣି ଆସି

ମଣିମା ମଣିମା ଡାକ ପଡୁଅଛି ଛାମୁ ଦରଶନ ଲାଗି ।।

ହେବାକୁ ଚନ୍ଦନ ଲାଗି------

ନିଦା ପଥରହେ ନିଦେକି ଶୋଇଲ ଷାଠିଏ ପଉଟି ଖାଇ

ଅନାଥ ଜନଂକ ଡାକ ନ ଶୁଣୁଛ ଜଗତର ନାଥ ହୋଇ

ଆରତୀ ବେଳ ଯେ ଗଡି ଯାଉଅଛି ଉଠ ହେ ଛପନ ଭୋଗୀ ।।

ହେବାକୁ ଚନ୍ଦନ ଲାଗି------

ପତିତପାବନ ବାନା ଉଡାଉଛ ପତିତ ଉଧ୍ାର ପାଇଁ

ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭେ ନାହିଁ

ଏଡେ ବଡ ପଣ ବ‌ହିଅଛ ପ୍ରଭୁ କୁହ ତେବେ କାହାଲାଗି ।।

ଉଠ ହେ-------