ପୃଷ୍ଠା:Netrutya O Netrutwa.pdf/୪୩

ଉଇକିପାଠାଗାର ରୁ
୧୧:୧୦, ୨୭ ନଭେମ୍ବର ୨୦୧୮ ବେଳେ Pmsarangi (ଆଲୋଚନା | ଅବଦାନ) (→‎ବୈଧ କରାଗଲା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ପୁରୁଣା ସଙ୍କଳନ | ନଗଦ ସଙ୍କଳନ (ଅଦଳ ବଦଳ) | ନୂଆ ସଙ୍କଳନ (ଅଦଳ ବଦଳ)
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ନେତୃତ୍ୱ ଓ ନେତୃତ୍ୱ

ଚୈତନ୍ୟ ଧର୍ମର ନାରୀତ୍ୱ-

 ତେବେ ଏହି ଦୁଇଟି ଭାଇ ଆଜି ପୂର୍ଣ୍ଣ ରୂପେ ଦୁଇଟି ଭଉଣୀରେ ପରିଣତ ହେଲେ କିପରି ? ଏ ଜାତୀୟ ମନୋଭାବ ମୂଳରେ ଉଭୟ ପ୍ରଦେଶ ଲୋକଙ୍କ ଜୀବନରେ ବର୍ତ୍ତମାନର ପୌରୁଷହାନିହିଁ ପ୍ରଧାନ କାରଣ ବୋଲି ସ‌ହଜେ ଅନୁମାନ କରାଯାଇପାରେ, ପୁଣି ଏହି ପୌରୁଷହାନିକୁ ସ୍ପଷ୍ଟଭାବରେ ଉତ୍ସାହ ଓ ସାହାଯ୍ୟ ଦେଇଛି ଉଭୟ ପ୍ରଦେଶ ଭିତରେ ଏକ ପ୍ରବଳ ଧର୍ମଗତ ସମ୍ବନ୍ଧ । ଭାରତବର୍ଷ ଚାରିଗୋଟି ପ୍ରଧାନ ପୀଠ ଭିତରୁ ଓଡ଼ିଶାର ପୁରୀକ୍ଷେତ୍ର ଏକତମ ହେଲେହେଁ ପୁଣି ସେ ସୂତ୍ରରୁ ଓଡ଼ିଶା ସଙ୍ଗେ ଭାରତର ଆଉ ସବୁ ପ୍ରଦେଶର ଅତି ପୁରୁଣା କାଳରୁ ନାନା ଭାବରେ ସମ୍ବନ୍ଧ ରହିଥିଲେହେଁ ବଙ୍ଗ ଆଉ ଓଡ଼ିଶାର ଧର୍ମଗତ ସମ୍ବନ୍ଧରେ ଟିକିଏ ବିଶେଷତ୍ୱ ଅଛି । ଏହି ବିଶେଷତ୍ୱ ଦ୍ୱାରା ଉଭୟ ପ୍ରଦେଶର ସମ୍ବନ୍ଧ ଏତେ ଦୂର ନିବିଡ଼ ହୋଇ ପଡ଼ିଚି ଯେ, ବର୍ତ୍ତମାନ ଏମାନେ ଜଣେ ଅନ୍ୟଠାରୁ ପୂରାପୁରି ଅଲଗା ହୋଇ ପାରିଲେ ହିଁ ବଞ୍ଚିବେ ।

 ଏହି ଧର୍ମଗତ ସମ୍ବନ୍ଧ ଆରମ୍ଭ ହେଲା ଚାରି ଶହ ବର୍ଷରୁ କିଛି ବେଶୀ ହେବ, ଯେତେବେଳେ ଓଡ଼ିଶାର ଏକଛତ୍ର ଅଧିପତି ପ୍ରତାପରୁଦ୍ରଦେବ । ପ୍ରତାପରୁଦ୍ରଙ୍କର ଧର୍ମନାମରେ ଭୀରୁତା ଓ କ୍ଷାତ୍ର ସୁଲଭ କାପୁରୁଷତାର ପ୍ରଶ୍ରୟ ନେଲେ ବଙ୍ଗର ଶ୍ରୀଚୈତନ୍ୟ । ଓଡ଼ିଶାର ଚୈତନ୍ୟ ପ୍ରଚାରିତ ନୂତନ ବୈଷ୍ଣବ ଧର୍ମକୁହିଁ ମୁଁ ଏଠାରେ ଲକ୍ଷ୍ୟ କରୁଚି । ଏହାକୁ ବୈଷ୍ଣବ ଧର୍ମ ନ କ‌ହି ଚୈତନ୍ୟ-ଧର୍ମ କ‌ହିବାରେହିଁ ଅଧିକ ସୁଯୁକ୍ତି ଅଛି; ପୁଣି ଧର୍ମ ନ କ‌ହି ଏକ ଛଦ୍ମ ଯୁଦ୍ଧ କ‌ହିଲେ ମଧ୍ୟ ଆପତ୍ତି ନାହିଁ । କାରଣ ପ୍ରତାପରୁଦ୍ରଙ୍କ ପିତାମହ କପିଳେନ୍ଦ୍ର ଗୌଡ଼ବିଜୟ କରି ବଙ୍ଗ ପ୍ରଦେଶରେ ଯେଉଁ ସାମ୍ରାଜ୍ୟ ବିସ୍ତାର କରିଥିଲେ,