ପୃଷ୍ଠା:Netrutya O Netrutwa.pdf/୯୭

ଉଇକିପାଠାଗାର‌ରୁ
୦୦:୪୮, ୧୧ ଅଗଷ୍ଟ ୨୦୧୮ ବେଳେ Wikisource-bot (ଆଲୋଚନା | ଅବଦାନ) (Pywikibot touch edit) ଙ୍କ ଦେଇ ହୋଇଥିବା ସଂସ୍କରଣ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୯୨

ନେତୃତ୍ୱ ଓ ନେତୃତ୍ୱ

ଆଉ ଯଦି ତାହାର ଶିକ୍ଷାର ହିସାବ ନିଆଯାଏ, ତାହାହେଲେ ବ‌ହୁ ତରୁଣଙ୍କ ପରି ବ‌ହୁ ତରୁଣୀଙ୍କର ମଧ୍ୟ ନିଜର ପାଠ୍ୟ ପୁସ୍ତକ ଛାଡ଼ି ଅନାମଧେୟ ଲେଖକଙ୍କର କେତେ ଖଣ୍ଡ ଅନ୍ୟ ପ୍ରାଦେଶିକ ଭାଷାର ଉପନ୍ୟାସ ବା ସେହିପରି କିଛି ପୁସ୍ତକ ପାଠ ତାଲିକାକୁ ସମ୍ପୂର୍ଣ୍ଣ କରିଛି। ଭାରତୀୟ ଯେ କୌଣସି ପ୍ରାଦେଶିକ ସାହିତ୍ୟ ଯେ ଅନେକାଂଶରେ ଇଂରାଜି ଉଚ୍ଛିଷ୍ଟ ବା ଅନୁକୃତି, ଏହା ଜାଣି ମଧ୍ୟ ଏବଂ ଇଂରାଜି ପଢ଼ିବାର ସବୁ ସୁବିଧା ପାଇ ମଧ୍ୟ ଇଂରାଜି ତା'ଠାରୁ ଅଧିକ ଆଦର ପାଏ ନାହିଁ। ଅଥଚ ପ୍ରକୃତ ପକ୍ଷରେ ଇଂରାଜି ହିଁ ଏ ଦେଶର ରାଷ୍ଟ୍ର ଭାଷା, ଏବଂ ନିଜ ଭାଷା ଛଡ଼ା ଦ୍ୱି‌ତୀୟ ଭାଷା ରୂପେ କେବଳ ଇଂରାଜିକୁ କ‌ହି ଜାଣିଲେ କିମ୍ୱା ଲେଖି ଜାଣିଲେ ହିଁ ଖାଲି ଭାରତ ବର୍ଷରେ ନୁହେ, ସମଗ୍ର ପୃଥିବୀରେ ମଧ୍ୟ ତାହାର ଅବଶ୍ୟକ। କିନ୍ତୁ ତରୁଣ ତାହା କରିବ ନାହିଁ, କାରଣ ସେଥିପାଇଁ ଅଧିକ ପରିଶ୍ରମର ପ୍ରୟୋଜନ ଓ ଟିକିଏ ବେଶି ମସ୍ତିଷ୍କ ଚାଳନା ଆବଶ୍ୟକ।

ଦେଶପାଇଁ ଜେଲ କିମ୍ୱା ପ୍ରାଣବଳି ଯୁବକର ଆଦର୍ଶ ନୁହେଁ-

ବନ୍ଧୁଗଣ ! ତରୁଣ ତରୁଣୀକୁ ଲୋକଚକ୍ଷୁରେ ହୀନ କରି ଧରିବା ଧରିବା ମୋହର ଉଦ୍ଦେଶ୍ୟ ନୁହେ। ପ୍ରତି କ୍ଷେତ୍ରରେ ସେ ଗୋଟାଏ ଭୀରୁ ଓ ପଳାତକ ହୋଇ ରହିଛି, ଏହି ସତ୍ୟଟା ହିଁ ବାରମ୍ୱାର ତାକୁ ମୁଁ ଜଣାଇ ଦେବାକୁ ଚାହେଁ। ବାରମ୍ୱାର ଜଣାଇ ଦେବାକୁ ଚାହେଁ ଯେ ଦେଶରେ ଯଦି ତାଜା ରକ୍ତ କେଉଁଠାରେ ଥାଏ, ସେ ଅଛି ଖାଲି ତାହାରି ଧମନୀରେ, ପୁଣି କେଉଁଠାରୁ ଯଦି ପ୍ରାଣର ସୂଚନା ମୋଳେ ତେବେ ପ୍ରଥମ ତାହାରିଠାରୁ ହିଁ ମିଳିବା ଉଚିତ। ଏଥିଲାଗି ଦ୍ୱିରୁକ୍ତି ଦୋଷକୁ ମଧ୍ୟ ମୋର ଭୟ ନାହିଁ।