ପୃଷ୍ଠା:ଶ୍ରୀରାମକୃଷ୍ଣ କଥାମୃତ ପଞ୍ଚମ ଖଣ୍ଡ.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରଥମ ପ୍ରକାଶନର ନିବେଦନ । ଭଗବାନ ଶ୍ରୀଶ୍ରୀରାମକୃଷ୍ଣ ଦେବଙ୍କର କୃପାରୁ ତାଙ୍କର ମୁଖନିସୃତ ଭଗବତୀ ବାଣୀ “ଶ୍ରୀଶ୍ରୀରାମକୃଷ୍ଣକଥାମୃତ”? ଗ୍ରନ୍ଥର ପଞ୍ଚମ ଭାଗ ପ୍ରକାଶିତ ହେଲା । ସ୍ୱାମୀ ଭକ୍ତାନନ୍ଦ ଏହି ଗ୍ରନ୍ଥି, ମୂଳ ବଙ୍ଗଳାରୁ ଓଡ଼ିଆ ଭାଷାରେ ଅନୁବାଦ କରି ଓଡ଼ିଶାବାସୀଙ୍କର ଯଥାର୍ଥ କଲ୍ୟାଣକାରୀ ହୋଇଛନ୍ତି । । ଶ୍ରୀଶ୍ରୀରାମକୃଷ୍ଣକଥାମୃତ ବର୍ତ୍ତମାନ ପୃଥିବୀର ପ୍ରାୟ ସମସ୍ତ ପ୍ରଧାନ ପ୍ରଧାନ ଭାଷାରେ ଅନୁଦିତ ହୋଇ ଅତ୍ୟନ୍ତ ଜନପ୍ରିୟ ଗ୍ରନ୍ଥରୂପେ ପରିଚିତ । ଏହି ପଞ୍ଚମଭାଗର ପ୍ରକାଶନ ପାଇଁ ଓଡ଼ିଶାର ବହୁ ଶୁଭେଚ୍ଛା ଜନସାଧାରଣ ଓ ଭକ୍ତଗଣ ଆନ୍ତରିକ ଆଗ୍ରହ ପ୍ରକାଶ କରିଛନ୍ତି । ନାନା ଅସୁବିଧା ବଶତଃ ପ୍ରକାଶନରେ ବିଳମ୍ବ ହୋଇଥିବାରୁ ଆମେ ଦୁଃଖୁତ । ଏହି ଭାଗରେ ଶ୍ରୀମ ପ୍ରଦତ୍ତ ପରିଶିଷ୍ଟ ସମୂହ ଏବଂ ଗ୍ରନ୍ଥାକାର ଶ୍ରୀମ(ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ଗୁପ୍ତ)ଙ୍କର ସଂକ୍ଷିପ୍ତ ଜୀବନୀ ଅର୍ଚଭୁକ୍ତ କରାହୋଇଛି । ପୂର୍ବ ପ୍ରକାଶିତ ଚାରୋଟି ଭାଗ ଭଳି ଏହି ଭାଗଟି ମଧ୍ୟ ବିଶେଷ ଆଦୃତ ହେବ ବୋଲି ଆମର ବିଶ୍ୱାସ ।। ଏହି ଗ୍ରନ୍ଥର ପ୍ରକାଶନରେ ଅକୁଣ୍ଠ ସହଯୋଗ ପାଇଁ ଅଧ୍ୟାପକ ଶ୍ରୀ ତକନ୍ଦର ମିଶ୍ରଙ୍କ ନିକଟରେ ଆମେ କୃତଜ୍ଞ । କାଗଜ, ମୁଦ୍ରଣ ଓ ଆନୁସଙ୍ଗିକ ଖର୍ଚ୍ଚର ମୂଲ୍ୟବୃଦ୍ଧି ସତ୍ତ୍ୱ ଗ୍ରନ୍ଥର ମୂଲ୍ୟ ଯଥାସମ୍ଭବ କମ୍ ରଖାଯାଇଛି । ସମସ୍ତଙ୍କର କଲ୍ୟାଣ ହେଉ – ଏହା ହିଁ ଭଗବାନଙ୍କ ନିକଟରେ ଆନ୍ତରିକ ପ୍ରାର୍ଥନା । ଫେବୃଆରୀ, ୧୯୯୬ || ଇତି । ରାମକୃଷ୍ଣ ମଠ, ଭୁବନେଶ୍ୱର ପ୍ରକାଶକ ଦ୍ବିତୀୟ ପ୍ରକାଶନର ନିବେଦନ ଭଗବାନ ଶ୍ରୀରାମକୃଷ୍ଣ ଦେବଙ୍କ ମୁଖ ନିସୃତ ଅମୃତ-ମନ୍ଦାକିନୀ ଜୀବର ସଂସାର-ତାପ ଉପଶମ କରି ପରମାନନ୍ଦ ପ୍ରାପ୍ତିର ଦ୍ୱାର ଉନ୍ମଭ କରେ । ପାଞ୍ଚ ଖଣ୍ଡରେ ପ୍ରକାଶିତ ଶ୍ରୀଶ୍ରୀରାମକୃଷକଥାମୃତ ଗ୍ରନ୍ଥର ପଞ୍ଚମ ଭାଗର ଦ୍ବିତୀୟ ସଂସ୍କରଣ ପ୍ରକାଶନ ଅବସରରେ ଆମେ ଆନନ୍ଦ ଅନୁଭବ କରୁଛୁ । ଏହି ସଂସ୍କରଣଟିର ସୁସ୍ପଷ୍ଟ ଅକ୍ଷର ସଜା ପାଠକମାନଙ୍କ ସୁଖପାଠ୍ୟ ହେବ । । ଓଡ଼ିଶାର ପାଠକ-ପାଠିକାମାନଙ୍କ ଦ୍ୱାରା ଏହି ସଂସ୍କରଣଟି ଆଦୃତ ହେବ - ଏହା ଆମର ଆଶା ଓ ବିଶ୍ୱାସ । ବିନୀତ ୨୭ ନଭେମ୍ବର, ୨୦୧୨ ପ୍ରକାଶକ