ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

________________

୧୦ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଗୈରିକପରିହିତ ଏହି ପରିବ୍ରାଜକ ସେତେବେଳେ ଉଭୟଙ୍କ ସଙ୍ଗମ-କ୍ଷେତ୍ରରେ ପରିଣତ ହୋଇଥିଲେ । ବ୍ୟକ୍ତିତ୍ବାଭିମାନଶୂନ୍ୟ ଏହି ବ୍ୟକ୍ତିତ୍ୱ ମାଧ୍ୟମରେ ସଂଘଟିତ ଏହି ଅଭିଘାତର ଅବଶ୍ୟମ୍ଭାବୀ ଫଳ ହେଲା ହିନ୍ଦୁଧର୍ମର ସାଧାରଣ ଭିତ୍ତିସମୂହର ନିର୍ଦ୍ଦିଷ୍ଟ ରୂପଦାନ । ସେଠାରେ ସ୍ୱାମୀ ବିବେକାନନ୍ଦଙ୍କ ମୁଖରେ ତାଙ୍କର ନିଜସ୍ୱ କୌଣସି ଅନୁଭୂତିର କଥା ଉଦ୍‌ଗତ ହୋଇନାହିଁ—ଏପରି କି ଏହି ଅବସରରେ ନିଜ ଗୁରୁଙ୍କ ପ୍ରସଙ୍ଗ ଅବତାରଣା କରିବାର ସୁଯୋଗ ମଧ୍ୟ ସେ ଗ୍ରହଣ କରିନାହାନ୍ତି । ଏହା ପରିବର୍ତ୍ତରେ ଭାରତର ଧର୍ମଚେତନା ହିଁ ତାଙ୍କ ମାଧ୍ୟମରେ ବାଙ୍ମୟ ହୋଇ ଉଠିଥିଲା-ଭାରତର ସମଗ୍ର ଅତୀତ ଦ୍ୱାରା ସୁନିଦ୍ଦିଷ୍ଟ ଦେଶର ସର୍ବସାଧାରଣଙ୍କର ବାଣୀ । ପାଶ୍ଚାତ୍ୟ ସଭ୍ୟତାର ପରିପୂର୍ଣ୍ଣ ଯୌବନର ମଧାହ୍ନରେ ସେ ଯେତେବେଳେ ଭାଷଣରତ, ସେତେବେଳେ ପ୍ରଶାନ୍ତ ମହାସାଗରର ଅନ୍ୟ ତୀରରେ ତମସାଚ୍ଛନ୍ନ ଅର୍ଦ୍ଧେକ ପୃଥିବୀର ଛାୟାରେ ନିଦ୍ରାମଗ୍ନ ଗୋଟିଏ ଜାତି ଏହି ବାଣୀ ନିମିତ୍ତ ଆଗ୍ରହ ସହିତ ଅପେକ୍ଷମାଣ—ଯେଉଁ ବାଣୀ ଆସନ୍ନ ପ୍ରଭାତରେ ସେମାନଙ୍କର ଅନ୍ତର୍ନିହିତ ମହତ୍ତ୍ବ ଓ ଶକ୍ତିର ରହସ୍ୟ ଉନ୍ମୋଚିତ କରିଦେବ । । ସେହି ବସ୍ତୁତା-ମଞ୍ଚରେ ସ୍ୱାମୀ ବିବେକାନନ୍ଦଙ୍କ ପାର୍ଶ୍ବରେ ଆହୁରି ଅନେକ ବକ୍ତା ଦଣ୍ଡାୟମାନ ଥିଲେ । ସେମାନେ ଥିଲେ ବିଶେଷ ବିଶେଷ ଧର୍ମମତର ଓ ଧର୍ମୀୟ ପ୍ରତିଷ୍ଠାନର ପ୍ରବକ୍ତା । କିନ୍ତୁ ସ୍ବାମୀଜୀଙ୍କର ଗୌରବ ହେଉଛି ତାଙ୍କ ଭାଷାରେ କହିଲେ-ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ, ଯାହା ଦୃଷ୍ଟିରେ ପୃଥିବୀର ପ୍ରତ୍ୟେକ ଧର୍ମ ହେଉଛି ବିଭିନ୍ନ ଅବସ୍ଥା ଓ ପରିସ୍ଥିତି ଭିତର ଦେଇ ବିଭିନ୍ନ ଦେଶର ନରନାରୀଙ୍କର କେବଳ ଗୋଟିଏ ଲକ୍ଷ୍ୟରେ ପହଞ୍ଚିବାର ଅଭିଯାତ୍ରା ବା ଅଗ୍ରଗତିର ପ୍ରଚେଷ୍ଟା । ସେ ଘୋଷଣା କରିଥିଲେ ଯେ, ସେ ଦଣ୍ଡାୟମାନ ହୋଇଛନ୍ତି ଏପରି ଜଣକ ବିଷୟ କହିବା ପାଇଁ ଯେ ସମସ୍ତଙ୍କୁ କଥା କହିଛନ୍ତି । ସେମାନଙ୍କର ଗୋଟିଏ ଦୁଇଟି କଥା ନୁହେଁ କିମ୍ବା ଏ ବିଷୟ କି ସେ ବିଷୟ ନୁହେଁ –ଏହି କାରଣରୁ ବା ସେହି କାରଣରୁ ତାର ସତ୍ୟତା ପ୍ରମାଣ କରି ହେବନାହିଁ ବରଂ ‘ଏହି ସବୁଗୁଡ଼ିକ ଗୋଟିଏ ସୂତ୍ରରେ ମଣିମାଳ ଗୁନ୍ଥା ହେଲା ପରି ସେହି ମହାନ୍ ପୁରୁଷଙ୍କ ମଧ୍ୟରେ ଅନୁସୃତ । ... ଯେଉଁଠାରେ ଦେଖିବ ଯେ କୌଣସି ଆଲୌକିକ ପବିତ୍ରତା ଓ ଅସାମାନ୍ୟ ଶକ୍ତି ମାନବକୁ ଉନ୍ନତ ଓ ପବିତ୍ର କରୁଛି, ତାହାହେଲେ ଜାଣିବ ଯେ ସେଠାରେ ତାହା ମୋର ହିଁ ପ୍ରକାଶ । ବିବେକାନନ୍ଦ କହନ୍ତି ଯେ ହିନ୍ଦୁର ଦୃଷ୍ଟିଭଙ୍ଗୀରେ ‘ମନୁଷ୍ୟ ଅସତ୍ୟରୁ ସତ୍ୟକୁ ଗମନ କରେ ନାହିଁ, ବରଂ ସତ୍ୟରୁ ସତ୍ୟକୁ ଆରୋହଣ କରେ - ନିମ୍ନତର ସତ୍ୟରୁ ଉଚ୍ଚତର ସତ୍ୟକୁ ।’ ଏହି ଶିକ୍ଷା ଏବଂ ମୁକ୍ତିର ଉପଦେଶ—ସେହି ଆଦେଶ: ‘ବ୍ରହ୍ମୋପଲବ୍ଧି କରି ମାନବକୁ ବ୍ରହ୍ମ ହେବାକୁ ପଡ଼ିବ’ –ଧର୍ମ ସେତେବେଳେ ଯାଇ ଆମମାନଙ୍କନଙ୍କ ମଧ୍ୟରେ ପରିପୂର୍ଣ୍ଣତା ଲାଭ କରେ,