Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା


ବିଶେଷ ତତ୍ପର ହେଲେ । ଅଗାଧ ବିଶ୍ୱାସବଶତଃ ସେମାନେ ବୁଝିପାରି ନଥିଲେ ଯେ, ସେମାନେ ଏପରି କିଛି ଦାବୀ କରିବାକୁ ଯାଉଛନ୍ତି, ଯାହା ମଣିଷ ପକ୍ଷରେ ଅସମ୍ଭବ । ସେମାନେ ଭାବିଥିଲେ ଯେ ବିବେକାନନ୍ଦ ସେଠାରେ କେବଳ ଉପସ୍ଥିତ ହେବାମାତ୍ରେ ବକ୍ତୃତା ଦେବାର ସୁଯୋଗ ପାଇବେ । ସ୍ୱାମୀଜୀ ମଧ୍ୟ ଶିଷ୍ୟଗଣଙ୍କ ପରି ଜାଗତିକ ରୀତିନୀତି ବିଷୟରେ ଅନଭିଜ୍ଞ ଥିଲେ । ଯେତେବେଳେ ସେ ନିଶ୍ଚିତ ଭାବରେ ଜାଣିଲେ ଯେ, ଏହି କାର୍ଯ୍ୟପାଇଁ ସେ ଈଶ୍ବରାଦେଶ ଲାଭ କରିଛନ୍ତି, ସେତେବେଳେ ଏହି କାର୍ଯ୍ୟରେ ଯେ କୌଣସି ବାଧା ଥାଇପାରେ, ସ୍ୱାମୀଜୀ ଏକଥା ଚିନ୍ତା କଲେ ନାହିଁ । ଯଥାରୀତି ବିଜ୍ଞପ୍ତି ଓ ପରିଚୟ-ପତ୍ରାଦି ବ୍ୟତିରେକେ ହିନ୍ଦୁଧର୍ମର ପ୍ରତିନିଧ ବିଶ୍ୱର ସମୃଦ୍ଧି ଓ ଶକ୍ତିର ସୁରକ୍ଷିତ ଦ୍ୱାରରେ ପ୍ରବେଶ କରିବାକୁ ଉଦ୍ୟତ ହେଲେ । ଏହା ଅପେକ୍ଷା ହିନ୍ଦୁଧର୍ମର ସଂଘବଦ୍ଧହୀନତାର ଅନ୍ୟ କୌଣସି ସ୍ପଷ୍ଟତର ପ୍ରମାଣ ଆଉ କଅଣ ଥାଇପାରେ ! ।

ଚିକାଗୋରେ ଉପସ୍ଥିତ ହୋଇ ସ୍ୱାମୀଜୀ ପ୍ରକୃତ ଅବସ୍ଥା ବୁଝିପାରିଥିଲେ । ପ୍ରେରିତ ଓ ଗୃହୀତମାନଙ୍କ ପାଇଁ ଆମନ୍ତ୍ରଣର ରୀତି ଅନୁସାରେ କୌଣସି ପରିଚିତ ବା ସ୍ଵୀକୃତ ସଂସ୍ଥା ତାହାକୁ ପ୍ରେରଣ କରି ନାହିଁ । ଅଧୂକନ୍ତୁ ନୂଆ ପ୍ରତିନିଧିମାନଙ୍କୁ ନେବାର ସମୟ ଚାଲିଯାଇଛି । ଭାରତକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବୋଷ୍ଟନ୍‌ରେ ଯଦି କାହାରି ସହିତ ଦୈବକ୍ରମେ ପରିଚୟ ହୁଏ, ଏହିପରି ଭାବି, କି ଗଭୀର ନୈରାଶ୍ୟ ନେଇ ତାଙ୍କୁ ଚିକାଗୋର ରୁଦ୍ଧ ଦ୍ୱାରରୁ ଫେରିବାକୁ ନ ପଡ଼ିଥିବ !

ଏହି ଭାବରେ ଦୂରଦୃଷ୍ଟି ବା ନିଜର କୌଣସି ପରିକଳ୍ପନା ନ ଥିବା ସନ୍ଦେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ରାଇଟ୍‌ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ରାଇଟ୍ ତାଙ୍କର ପ୍ରତିଭା ଉପଲବ୍ଧି କରିପାରିଲେ ଏବଂ ମାନ୍ଦ୍ରାଜୀ ଶିଷ୍ୟଗଣଙ୍କ ପରି ସେ ମଧ୍ୟ ଅନୁଭବ କଲେ ଯେ ଆଗାମୀ ଧର୍ମମହାସମ୍ମେଳନରେ ପୃଥିବୀକୁ ଏହି ବ୍ୟକ୍ତିଙ୍କର ବାଣୀ ନିଶ୍ଚୟ ଶୁଣାଇବାକୁ ହେବ । ପରେ ଅଧ୍ୟାପକ ରାଇଟ୍ ତାଙ୍କୁ ଲେଖିଥିଲେ, “ଆପଣଙ୍କଠାରୁ ପରିଚୟପତ୍ର ଦାବୀ କରିବା ଏବଂ ସୂର୍ଯ୍ୟଙ୍କୁ ତାଙ୍କର ଆଲୋକଦାନର ଅଧିକାରକୁ ପ୍ରଶ୍ନ କରିବା ଏକା କଥା ।’ ଏପରି ପ୍ରୀତି ଓ ପ୍ରଭାବ ହିଁ ସ୍ୱାମୀଜୀଙ୍କୁ ପୁନରାୟ ଚିକାଗୋ ପଠାଇଥିଲା ଓ ସେଠାରେ ସ୍ୱୀକୃତ ପ୍ରତିନିଧିଙ୍କର ମର୍ଯ୍ୟାଦା ଏବଂ ଆସନଲାଭର ପଥ ଉନ୍ମୁକ୍ତ କରିଥିଲା । ଅଧିବେଶନର ଆରମ୍ଭରୁ ତାଙ୍କୁ ବକ୍ତୃତାମଞ୍ଚରେ ଉପସ୍ଥିତ ଥିବାର ଦେଖାଗଲା; ସେଠାରେ ଏକମାତ୍ର ଭାରତୀୟ ନ ହେଲେ ମଧ୍ୟ ସେ ଥିଲେ ଯଥାର୍ଥ ହିନ୍ଦୁଧର୍ମର ଏକମାତ୍ର ପ୍ରତିନିଧି ।

ଅନ୍ୟ ସମସ୍ତେ କୌଣସି ସମିତି, ସମାଜ, ସଂପ୍ରଦାୟ ବା ଧର୍ମସଂସ୍ଥାର ପ୍ରତିନିଧ ହୋଇ ଆସିଥିଲେ । ଏକମାତ୍ର ସ୍ୱାମୀଜୀଙ୍କର ବହୃତାର ବିଷୟବସ୍ତୁ ଥିଲା ହିନ୍ଦୁମାନଙ୍କର