ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭୂମିକା ୨୧ କେତେବର୍ଷ ପୂର୍ବେ ଏହି ଦେଶକୁ ଥରେ ଆସିଥିଲେ ଏବଂ ସ୍ଵୀୟ ବାଗ୍ନିତା ଓ ଇଂରେଜୀ ଭାଷା ଉପରେ ଅପୂର୍ବ ଅଧିକାର ଦ୍ୱାରା ବହୁ ଶ୍ରୋତାଙ୍କୁ ପରିତୃପ୍ତ କରିଥିଲେ । ‘ଆଉ ଜଣେ ଉଲ୍ଲେଖଯୋଗ୍ୟ ବ୍ୟକ୍ତି ଗୋଟିଏ ଅଭୁତ ବକ୍ର ଯଷ୍ଟି ଉପରେ ଭରା ଦେଇ ଉପସ୍ଥିତ ଥିଲେ । ସେ ହେଲେ ଜାନ୍ତେର (Zante) ଗ୍ରୀକ୍ ଧର୍ମଯାଜକ -ତାଙ୍କର ଥିଲା ଆବକ୍ଷ ବିସ୍ତୃତ ଶୁଭ୍ର ଶଂଶ୍ରୁରାଶି, ମସ୍ତକରେ ଏକ ଅଭୁତ ଟୋପି ଏବଂ କଟିଦେଶରେ ଝୁଲୁଥିଲା ବୃହତ୍ ରୌପ୍ୟନିର୍ମିତ ଏକ କୁଶ । ଏସିଆ ମାଇନରରୁ ଆଗତ ରକ୍ତିମଗଣ୍ଡ ଦୀର୍ଘକେଶ ଜଣେ ଗ୍ରୀକ୍ ‘ସନ୍ୟାସୀ’ ତାଙ୍କ ପାର୍ଶ୍ୱରେ ବସି ଗର୍ବ କରି କହୁଥିଲେ ଯେ, ସେ କେବେହେଲେ ଶିରୋଭୂଷଣ ବ୍ୟବହାର କରିନାହାନ୍ତି ବା ନିଜ ଆହାର ବା ବାସସ୍ଥାନ ପାଇଁ ଗୋଟିଏ କପର୍ଦ୍ଦକ ମଧ୍ୟ ବ୍ୟୟ କରିନାହାନ୍ତି ।

‘ଆଫ୍ରିକାର ମେଥଡ଼ିଷ୍ଟ ଚର୍ଚ୍ଚର ଧର୍ମଯାଜକ ଆର୍ନେଟ (Arnett) ଏବଂ ଆଫ୍ରିକା ଦେଶୀୟ ଏକ ଯୁବରାଜଙ୍କର ଆବଲୁସ୍ କାଠପରି କୃଷ୍ଣବର୍ଣ୍ଣ ଅଥଚ ଉତ୍କଳ ମୁଖମଣ୍ଡଳ ସମ୍ମିଳିତ ମହିଳାମାନଙ୍କର ସୁନ୍ଦର ବେଶଭୂଷା ସହିତ ଠିକ୍ ଖାପ ଖାଇଥିଲା ଏବଂ ସର୍ବ ପତ୍ରେ ଘନକୃଷ୍ଣ ପଟ୍ଟଭୂମିକାରୂପେ ଥିଲା ପ୍ରୋଟେଷ୍ଟାଣ୍ଟ ପ୍ରତିନିଧ ଓ ନିମନ୍ତ୍ରିତ ଅତିଥିମାନଙ୍କର କୃଷ୍ଣ ପରିଚ୍ଛଦ ।” (କାଲିଫର୍ଣ୍ଣିଆର ଓଲ୍ୟାଣ୍ଡ ସହରବାସୀ ରେଭ: ଓଏଷ୍ଟଙ୍କର ଧର୍ମୋପଦେଶରୁ ଗୃହୀତ) ।

ସର୍ବଶେଷ ଭାଷଣରେ ସ୍ବାମୀ ବିବେକାନନ୍ଦ ଏହି ବିଶ୍ୱଧର୍ମ ସମ୍ମେଳନ ସହିତ ଅଶୋକଙ୍କର ବୌଦ୍ଧ ସମ୍ମେଳନ କିମ୍ବା ସମ୍ରାଟ୍ ଆକବରଙ୍କ ଧର୍ମସଭାର ତୁଳନା କରି ଏହାର ଐତିହାସିକ ଗୁରୁତ୍ବ ସମ୍ବନ୍ଧରେ ନିଜ ମତ ସ୍ପଷ୍ଟ ଭାବରେ ବ୍ୟକ୍ତ କରିଥିଲେ । ସର୍ବକନିଷ୍ଠ ଜାତିର ଦୁଃସାହସ ହିଁ ଏହିପରି ଉଚ୍ଚାକାଂକ୍ଷାପୂର୍ଣ୍ଣ ବିରାଟ କାର୍ଯ୍ୟସୂଚୀର ପରିକଳ୍ପନା କରିପାରିଥିଲା; ନାଗରିକମାନଙ୍କର ଶକ୍ତି-ପ୍ରାଚୁର୍ଯ୍ୟ ଏବଂ ଉତ୍ସାହ ଏହାକୁ କାର୍ଯ୍ୟରେ ପରିଣତ କରିବାର ପଥ ଆବିଷ୍କାର କରିଥିଲା । ଧର୍ମସଭାର ଗଠନ-ତନ୍ତ୍ର ଏହାକୁ ହିନ୍ଦୁଧର୍ମର ସର୍ବସମନ୍ବୟକାରୀ ଭାବସମୂହ ପ୍ରଚାର କରିବାର ଉପଯୁକ୍ତ ଏକ ଅସାଧାରଣ-କ୍ଷେତ୍ରରେ ପରିଣତ କରିଥିଲା । ପୃଥିବୀର ସର୍ବାପେକ୍ଷା ଉଦ୍ଧତ ଓ ବର୍ଜନଶୀଳ ଧର୍ମଗୁଡ଼ିକର ପ୍ରତିନିଧୃବର୍ଗ ସରଳ ଗଣତାନ୍ତ୍ରିକ ସାମ୍ୟ ଓ ସୌଜନ୍ୟର ଭିତ୍ତିରେ ପରସ୍ପର ପ୍ରତି ଶ୍ରଦ୍ଧାବାନ୍ ହୋଇ ମିଳିତ ହୋଇଥିଲେ । ସେମାନେ ଆଉ କେବେ ଏପରି ବିରାଟ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ବୋଲି ମନେହୁଏ ନାହିଁ । ବହୁକାଳ ଧରି ଚିକାଗୋ ଧର୍ମମହାସଭାର ଅଧିବେଶନ ଇତିହାସରେ ଅଦ୍ବିତୀୟ ସ୍ଥାନ ଅଧିକାର କରି ରହିବ । ଏହିରୂପ ଅବସ୍ଥା ଏବଂ ପରିବେଶ ମଧ୍ୟରେ ହିନ୍ଦୁଧର୍ମ ପାଶ୍ଚାତ୍ୟ-ଜଗତ୍ ସମ୍ମୁଖରେ ସର୍ବପ୍ରଥମେ ନିଜ ମତକୁ ବ୍ୟକ୍ତ କରିଥିଲା ।

-ନିବେଦିତା