ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭ୍ରାତୃଭାବ

ସେପ୍ଟେମ୍ବର ୧୫ ତାରିଖ ଶୁକ୍ରବାର ଅପରାହ୍ନରେ ଧର୍ମ-ମହାସମିତିର ପଞ୍ଚମ ଦିବସୀୟ ଅଧ୍ଵବେଶନରେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ନିଜ ନିଜ ଧର୍ମର ପ୍ରାଧାନ୍ୟ ପ୍ରତିପାଦନ ନିମିତ୍ତ ବାଗ୍‌ବିତଣ୍ଡାରେ ନିଯୁକ୍ତ ଥିବା ଦେଖ୍ ସ୍ଵାମୀଜୀ ନିମ୍ନଲିଖ୍ ଉପାଖ୍ୟାନଟି କହି ସମସ୍ତଙ୍କୁ ଚୁପ୍ କରିଦେଇଥିଲେ । ମୁଁ ଆପଣଙ୍କ ନିକଟରେ ଗୋଟିଏ କ୍ଷୁଦ୍ର ଗଳ୍ପ କହିବି । ବର୍ତ୍ତମାନ ଜଣେ ସୁବକ୍ତା କହିଲେ, ‘ଆସ, ଆମେମାନେ ପରସ୍ପରର ନିନ୍ଦାବାଦରୁ ବିରତ ହେବ ।’ – ଏହା ଆପଣମାନେ ଶୁଣିଛନ୍ତି । ମନୁଷ୍ୟ ମଧ୍ୟରେ ସର୍ବଦା ଏତେ ବେଶୀ ମତଭେଦ ଦେଖିବାକୁ ଦେଖୁ ବକ୍ତା ମହାଶୟ ଅତ୍ୟନ୍ତ ଦୁଃଖ । ମୁଁ ଗୋଟିଏ ଗଳ୍ପ କହିବି, ହୁଏତ ତଦ୍ବାରା ଏହି ମତଭେଦର କାରଣ ସ୍ପଷ୍ଟ ଜଣାପଡ଼ିବ । ଗୋଟିଏ ବେଙ୍ଗ ଗୋଟିଏ କୂଅରେ ବାସ କରୁଥିଲା । ସେ ବହୁକାଳ ଧରି ସେଠାରେ ଥିଲା । ସେହି କୂଅରେ ତାହାର ଜନ୍ମ ଏବଂ ସେଠାରେ ସେ ପ୍ରତିପାଳିତ । ତାହାର ଆକାର ଅତିଶୟ କ୍ଷୁଦ୍ର ଥିଲା । ଅବଶ୍ୟ ସେଠାରେ ବର୍ତ୍ତମାନ ଯୁଗରେ କୌଣସି କ୍ରମବିକାଶବାଦୀ ନ ଥିଲେ, ତେଣୁ କହିହେବ ନାହିଁ, ଅନ୍ଧାର କୂଅରେ ବାସ କରିବା ଦ୍ଵାରା ବେଙ୍ଗଟି ଦୃଷ୍ଟିଶକ୍ତି ହରାଇଥିଲା କି ନାହିଁ; କିନ୍ତୁ ଗଳ୍ପର ସୁବିଧା ପାଇଁ ବେଙ୍ଗକୁ ଚକ୍ଷୁଷ୍ମାନ୍ ବୋଲି ଆମେ ଧରିନେବା । ବେଙ୍ଗଟି ପ୍ରତିଦିନ ଏପରି ଉତ୍ସାହ ସହକାରେ କୂପମଧ୍ୟସ୍ଥ ଯାବତୀୟ କୀଟସମୂହକୁ ଗ୍ରାସ କରି ତାହାର ଜଳକୁ ଏତେ ପରିଷ୍କାର ରଖୁଥୁଲା ଯେ, ଏହା ଆଧୁନିକ କୀଟାଣୁତତ୍ତ୍ୱବିଦ୍‌ମାନଙ୍କର ମଧ୍ୟ ଶାଘାର ବିଷୟ । ଏହି ଭାବରେ ତା’ର ଦେହ କ୍ରମେ କ୍ରମେ ଟିକିଏ ସ୍ଥୂଳ ଓ ମସୃଣ ହେବାକୁ ଲାଗିଲା । ଏକଦା ଘଟଣାକ୍ରମେ ସମୁଦ୍ରରୁ ଗୋଟିଏ ବେଙ୍ଗ ଆସି ସେହି କୂଅରେ ପଡ଼ିଲା । କୂପମଣ୍ଡୁକ ପଚାରିଲା, ‘ତୁମେ କେଉଁଠାରୁ ଆସିଲ ?’ ସେ ଉତ୍ତର ଦେଲା, ‘ମୁଁ ସମୁଦ୍ରରୁ ଆସଲି ।’ ସମୁଦ୍ର ? ତାହା କେତେ ବଡ଼ ? ତାହା କ’ଣ ମୋ କୂଅ ପରି ଏତେ ବଡ଼ !’ ଏହା କହି କୂପମଣ୍ଡୁକ କୂଅର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ଫ ଦେଲା । ଉତ୍ତରରେ ସାଗରବାସୀ ଭେକ କହିଲା, ‘ଆହେ ଭାଇ ! ତୁମେ ଏହି କ୍ଷୁଦ୍ର କୂଅ ସହିତ ସାଗରକୁ କିପରି ତୁଳନା କରୁଛ ?? ଏହା ଶୁଣି କୂପମଣ୍ଡୁକ ଆଉ ଥରେ ଲମ୍ଫ ଦେଇ ପଚାରିଲା, ‘ତୁମର ସମୁଦ୍ର କ’ଣ ଏତେ ବଡ଼ ?” ‘ସମୁଦ୍ର ସହିତ କୂଅର ତୁଳନା କରି ତୁମେ କ’ଣ ମୁର୍ଖପରି ପ୍ରଳାପ କରୁଛ ?’ ଉତ୍ତରରେ କୂପମଣ୍ଡୁକ କହିଲା, ‘ମୋ କୂଅଠାରୁ ଆଉ କିଛି ବଡ଼ ହୋଇପାରେ ନାହିଁ, ପୃଥ୍ବୀରେ ଏହାଠାରୁ କିଛି ବଡ଼ ରହି ନ ପାରେ । ଏ ନିଶ୍ଚୟ ମିଥ୍ୟାବାଦୀ, ଅତଏବ ଏହାକୁ ବାହାର କରିଦିଅ ।’ ହେ ଭାତୃବୃନ୍ଦ ! ଏହିପରି ସଂକୀର୍ଣ୍ଣଭାବ ହିଁ ଆମମାନଙ୍କର ମତଭେଦର କାରଣ । ମୁଁ ଜଣେ ହିନ୍ଦୁ । ମୁଁ ମୋର ନିଜର କ୍ଷୁଦ୍ର କୂପରେ ବସି ରହିଛି ଏବଂ ସେହିଟିକୁ ସମଗ୍ର ଜଗତ