ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହିନ୍ଦୁଧର୍ମ ଶୁଦ୍ଧ ପ୍ରେମ ସମ୍ବନ୍ଧରେ ବେଦ ଏହିପରି ଶିକ୍ଷା ଦେଇଛନ୍ତି । ବର୍ତ୍ତମାନ ଦେଖାଯାଉ, ହିନ୍ଦୁଗଣ ପୃଥିବୀରେ ଈଶ୍ବରଙ୍କର ଅବତାର ବୋଲି ଯାହାଙ୍କୁ ବିଶ୍ଵାସ କରନ୍ତି, ସେହି ଶ୍ରୀକୃଷ୍ଣ କିପରି ଏହି ପ୍ରେମତତ୍ତ୍ଵକୁ ପୂର୍ଣ୍ଣ ରୂପରେ ପ୍ରଚାର କରିଛନ୍ତି । ସେ ଶିକ୍ଷା ଦେଇଛନ୍ତି ଯେ, ମଣିଷ ପଦ୍ମପତ୍ର ପରି ସଂସାରରେ ବାସ କରିବ । ପଦ୍ମପତ୍ର ପାଣିରେ ଥାଏ, କିନ୍ତୁ ତହିଁରେ ପାଣି ଲାଗେ ନାହିଁ; ମଣିଷ ସେହିପରି ସଂସାରରେ ରହିବ, ଈଶ୍ୱରଙ୍କଠାରେ ହୃଦୟ ସମର୍ପଣ କରି ନିର୍ଲିପ୍ତ ଭାବରେ କାମ କରିବ । ୩୧ ଇହଲୋକ ଓ ପରଲୋକରେ ପୁରସ୍କାର ପ୍ରତ୍ୟାଶାରେ ଈଶ୍ବରଙ୍କୁ ଭଲପାଇବା ଭଲ; କିନ୍ତୁ ଭଲପାଇବା ପାଇଁ ତାଙ୍କୁ ଭଲ ପାଇବା ଆହୁରି ଭଲ; ତେଣୁ ତାଙ୍କୁ ପ୍ରାର୍ଥନା କର: ପ୍ରଭୁ ! ମୁଁ ତୁମ ନିକଟରେ ଧନ, ସନ୍ତାନ ବା ବିଦ୍ୟା ଚାହେଁ ନାହିଁ । ଯଦି ତୁମର ଇଚ୍ଛା ହୁଏ, ମୁଁ ଶତ ବିପଦ ଭିତରେ ଦେଇ ଯିବି; କିନ୍ତୁ ମୋର କେବଳ ଏହି ଇଚ୍ଛା ପୂର୍ଣ୍ଣ କର ଯେ, ଯେପରି କୌଣସି ପୁରସ୍କାର ଆଶାରେ ନୁହେଁ, ବରଂ ନିଃସ୍ୱାର୍ଥଭାବରେ କେବଳ ଭଲପାଇବା ପାଇଁ ତୁମକୁ ଭଲପାଇପାରେ । ଶ୍ରୀକୃଷ୍ଣଙ୍କର ଜଣେ ଶିଷ୍ୟ, ତତ୍କାଳୀନ ଭାରତର ସମ୍ରାଟ ଯୁଧ୍ୱର, ଶତ୍ରୁକର୍ତ୍ତୃକ ସିଂହାସନଚ୍ୟୁତ ହୋଇ ରାଣୀଙ୍କ ସହିତ ହିମାଳୟର ଅରଣ୍ୟରେ ଆଶ୍ରୟ ନେଇଥିଲେ । ସେଠାରେ ରାଣୀ ଦିନେ ତାଙ୍କୁ ପଚାରିଲେ, ‘‘ଆପଣ ସର୍ବାପେକ୍ଷା ଧାର୍ମିକ ବ୍ୟକ୍ତି, ଆପଣଙ୍କୁ କାହିଁକି ଏତେ କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ହେଉଛି ?’ ଯୁଧ୍ୟର ଉତ୍ତର ଦେଲେ, ‘ପ୍ରିୟେ, ଦେଖ ହିମାଳୟକୁ ଚାହିଁ ଦେଖ । ଆହା ! କିପରି ସୁନ୍ଦର ଓ ମହାନ୍ ! ମୁଁ ହିମାଳୟକୁ ଭାରୀ ଭଲପାଏ । ପର୍ବତ ମୋତେ କିଛି ଦିଏ ନାହିଁ, ତଥାପି ସୁନ୍ଦର ଓ ମହାନ୍ ବସ୍ତୁକୁ ଭଲପାଇବା ହିଁ ମୋ ସ୍ଵଭାବ, ତେଣୁ ହିମାଳୟକୁ ମୁଁ ଭଲପାଏ । ଈଶ୍ବରଙ୍କୁ ମୁଁ ଠିକ୍ ଏଥିପାଇଁ ଭଲପାଏ । ସେ ନିଷ୍ଫଳ ସୌନ୍ଦର୍ଯ୍ୟର ଓ ମହତ୍ତ୍ଵର ମୂଳ, ସେ ହିଁ ପ୍ରେମର ଏକମାତ୍ର ପାତ୍ର । ତାଙ୍କୁ ଭଲପାଇବା ମୋ ସ୍ବଭାବ, ତେଣୁ ମୁଁ ଭଲ ପାଏ । ମୁଁ କୌଣସି ଆଶାରେ ପ୍ରାର୍ଥନା କରେ ନାହିଁ, ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ, ତାଙ୍କର ଯେଉଁଠାରେ ଇଚ୍ଛା ମୋତେ ରଖନ୍ତୁ ନା କାହିଁକି, ସବୁ ଅବସ୍ଥାରେ ମୁଁ ତାଙ୍କୁ ଭଲପାଇବି । ମୁଁ ଭଲପାଇବା ପାଇଁ ତାଙ୍କୁ ଭଲପାଏ । ମୁଁ ଭଲପାଇବାର ବ୍ୟବସାୟ କରେ ନାହିଁ ।’’ ବେଦ ଶିକ୍ଷା ଦିଅନ୍ତି : ଆତ୍ମା ବ୍ରହ୍ମସ୍ଵରୂପ, କେବଳ ଜଡ଼ ପଞ୍ଚଭୂତରେ ବଦ୍ଧ ହୋଇ ଅଛନ୍ତି; ଏହି ବନ୍ଧନର ଶୃଙ୍ଖଳ ଚୂର୍ଣ୍ଣ ହେଲେ ଆତ୍ମା ପୂର୍ଣତ୍ବ ଉପଲବ୍‌ କରନ୍ତି । ଅତଏବ ଏହି ପରିତ୍ରାଣର ଅବସ୍ଥା ବୁଝାଇବା ପାଇଁ ଋଷିମାନଙ୍କର ବ୍ୟବହୃତ ଶବ୍ଦ ‘ମୁକ୍ତି’ ! ମୁକ୍ତି, ମୁକ୍ତି –ଅପୂର୍ବତାରୁ ମୁକ୍ତି—ମୃତ୍ୟୁ ଓ ଦୁଃଖରୁ ମୁକ୍ତି । ଈଶ୍ବରଙ୍କର କୃପା ହେଲେ ଆମର ଏହି ବନ୍ଧନ ଘୁଞ୍ଚାଇପାରେ ଏବଂ କେବଳ ପବିତ୍ର ସ୍ବଭାବ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ହିଁ ତାଙ୍କର କୃପା ହୁଏ । ଅଥଏବ ପବିତ୍ରତା ହିଁ ତାଙ୍କର କୃପାଲାଭର ଉପାୟ । କି ଭାବରେ ତାଙ୍କର କରୁଣା କାର୍ଯ୍ୟ କରେ ? ଶୁଦ୍ଧ ବା ପବିତ୍ର ହୃଦୟରେ ହିଁ ସେ ନିଜକୁ ପ୍ରକାଶିତ କରନ୍ତି; ନିର୍ମଳ ବିଶୁଦ୍ଧଚିତ୍ତ ମାନବ ଇହଜୀବନରେ ହିଁ