ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହିନ୍ଦୁଧର୍ମ ଉପଭୋଗ ଯଦି ସୁଖକର ହୁଏ, ତେବେ ଦୁଇଟି ଦେହର ଚେତନା ଉପଭୋଗ କରିବା ଆହୁରି ବେଶୀ ସୁଖକର ହେବ । ତେଣୁ ଦେହସଂଖ୍ୟା ଯେତେ ବଢ଼ିବ, ମୋର ସୁଖ ବି ସେତେ ବଢ଼ିବ । ଏହି ଭାବରେ ଯେତେବେଳେ ଏହି ନିଷ୍ଫଳ ବିଶ୍ବ ସହିତ ମୋର ଆତ୍ମବୋଧ ହେବ, ସେତେବେଳେ ମୁଁ ଲକ୍ଷ୍ୟସ୍ଥଳରେ, ଆନନ୍ଦର ଚରମ ସ୍ତରରେ ଉପନୀତ ହେବି । ୩୩ ଅତଏବ ଏହି ଅନନ୍ତ ବିଶ୍ବଜନୀନ ବ୍ୟକ୍ତିତ୍ଵ ଲାଭ କରିବାକୁ ଗଲେ ଏହି ଦୁଃଖପୂର୍ଣ୍ଣ କ୍ଷୁଦ୍ର ଦେହାବଦ୍ଧ ବ୍ୟକ୍ତିତ୍ଵ ଅବଶ୍ୟ ହିଁ ତ୍ୟାଗ କରିବାକୁ ହେବ । ଯେତେବେଳେ ମୁଁ ପ୍ରାଣସ୍ବରୂପ ହୋଇଯିବି, ସେତେବେଳେ ମୁଁ ମୃତ୍ୟୁହାତରୁ ନିଷ୍ପତି ପାଇବି; ଯେତେବେଳେ ମୁଁ ଆନନ୍ଦସ୍ବରୂପ ହୋଇଯିବି, ସେତେବେଳେ ଦୁଃଖରୁ ନିଷ୍ପତି ପାଇବି; ଯେତେବେଳେ ଜ୍ଞାନସ୍ବରୂପ ହୋଇଯିବି, ସେତେବେଳେ ମୋର ଭ୍ରମର ନିବୃତ୍ତି ହେବ । ଏହା ହିଁ ଯୁକ୍ତିସଙ୍ଗତ ବୈଜ୍ଞାନିକ ସିଦ୍ଧାନ୍ତ । ବିଜ୍ଞାନ ସାହାଯ୍ୟରେ ମୁଁ ଜାଣିଛି, ମୋର ଦେହଗତ ବ୍ୟକ୍ତିତ୍ଵ କେବଳ ଏକ ଭ୍ରାନ୍ତି । ପ୍ରକୃତ ପକ୍ଷରେ ଆମର ଦେହ ଏହି ନିରବଚ୍ଛିନ୍ନ ଜଡ଼ସମୁଦ୍ରରେ ଅବିରାମ ପରିବର୍ତ୍ତିତ ହେଉଅଛି, ତେଣୁ ମୋର ଚୈତନ୍ୟ ଅଂଶ ସମ୍ବନ୍ଧରେ ଏହି ଅଦ୍ଵୈତ (ଏକତ୍ଵ) ଜ୍ଞାନ ହିଁ ଠିକ୍ ଯୁକ୍ତିଯୁକ୍ତ ସିଦ୍ଧାନ୍ତ । ଏକତ୍ଵର ଆବିଷ୍କାର ବ୍ୟତୀତ ବିଜ୍ଞାନ ଆଉ କିଛି ନୁହେଁ; ଏବଂ ଯେତେବେଳେ କୌଣସି ବିଜ୍ଞାନ ସେହି ପୂର୍ଣ୍ଣ ଏକତ୍ଵରେ ଉପନୀତ ହୁଏ, ସେତେବେଳେ ତାହାର ଅଗ୍ରଗତି ବନ୍ଦ ହେବ, କାରଣ ଏହି ବିଜ୍ଞାନ ତାହାର ଲକ୍ଷ୍ୟରେ ଉପନୀତ ହୋଇଛି । ଯଥା-ରସାୟନ-ଶାସ୍ତ୍ର ଯଦି ଏପରି ଗୋଟିଏ ମୂଳ ପଦାର୍ଥ ଆବିଷ୍କାର କରେ, ଯହିଁରୁ ଅନ୍ୟାନ୍ୟ ସକଳ ପଦାର୍ଥ ପ୍ରସ୍ତୁତ କରାଯାଇପାରେ, ତାହାହେଲେ, ଏହା ତା’ର ଚରମ ଉନ୍ନତି । ପଦାର୍ଥବିଦ୍ୟା ଯଦି ଏପରି ଗୋଟିଏ ଶକ୍ତି ଆବିଷ୍କାର କରିପାରେ, ଅନ୍ୟାନ୍ୟ ଶକ୍ତି ଯାହାର ରୂପାନ୍ତର ମାତ୍ର, ତାହାହେଲେ ସେହି ବିଜ୍ଞାନର କାର୍ଯ୍ୟ ଶେଷ ହେଲା । ଧର୍ମବିଜ୍ଞାନ ମଧ୍ୟ ସେତେବେଳେ ପୂର୍ଣ୍ଣତା ଲାଭ କରେ, ଯେତେବେଳେ ଏହା ତାଙ୍କୁ ଆବିଷ୍କାର କରେ—ଯେ ଏହି ମୃତ୍ୟୁମୟ ଜଗତରେ ଏକମାତ୍ର ଜୀବନସ୍ଵରୂପ, ଯେ ନିତ୍ୟ ପରିବର୍ତ୍ତନଶୀଳ ଜଗତର ଏକମାତ୍ର ଅଚଳ, ଅଟଳ ଭିଭି, ଯେ ଏକମାତ୍ର ପରମାତ୍ମା —ଅନ୍ୟାନ୍ୟ ଆତ୍ମା ଯାହାର ଭ୍ରମାତ୍ମକ ପ୍ରକାଶମାତ୍ର । ଏହିରୂପେ ବହୁବାଦ, ଦ୍ବୈତବାଦ ପ୍ରଭୃତିର ଭିତର ଦେଇ ଶେଷରେ ଅଦ୍ବୈତବାଦରେ ଉପନୀତ ହେଲେ ଧର୍ମ—ବିଜ୍ଞାନ ଆଉ ଅଗ୍ରସର ହୋଇପାରେ ନାହିଁ । ଏହା ହିଁ ସର୍ବ ପ୍ରକାର ଜ୍ଞାନ ବା ବିଜ୍ଞାନର ଚରମ ଲକ୍ଷ୍ୟ । ସବୁ ବିଜ୍ଞାନଗୁଡ଼ିକୁ ଅବଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିବ । ଆଜିକାଲି ବୈଜ୍ଞାନିକଗଣ ‘ସୃଷ୍ଟି’ ନ କହି ‘ବିକାଶ’ ଶବ୍ଦ ବ୍ୟବହାର କରୁଛନ୍ତି । ହିନ୍ଦୁମାନେ ଯୁଗ ଯୁଗ ଧରି ଯେଉଁ ଭାବ ହୃଦୟରେ ପୋଷଣ କରି ଆସିଛନ୍ତି, ସେହି ଭାବ ଆଧୁନିକ ବୈଜ୍ଞାନିକ ସିଦ୍ଧାନ୍ତର ନବୀନତମ ଆଲୋକରେ ଅଧ୍ଵକ ଶକ୍ତିଶାଳୀ ଭାବରେ ପ୍ରଚାରିତ ହେବାର ସମ୍ଭାବନା ଦେଖୁ ତାଙ୍କ ହୃଦୟରେ ଆନନ୍ଦର ସଞ୍ଚାର ହେଉଛି । ବର୍ତ୍ତମାନ ଦର୍ଶନର ଉଚ୍ଚ ଶିଖରରୁ ଅବତରଣ କରି ଅଜ୍ଞ ଲୋକମାନଙ୍କର ଧର୍ମ ସମ୍ବନ୍ଧରେ ଆଲୋଚନା କରୁଛି । ପ୍ରଥମରୁ କହି ରଖୁଛି ଯେ, ଭାରତବର୍ଷରେ ବହୁ-ଈଶ୍ବରବାଦ ନାହିଁ ।