ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହିନ୍ଦୁଧର୍ମ ସର୍ବବ୍ୟାପୀ ଶବ୍ଦଟି ଆବୃତ୍ତି କଲେ ଆମ ମନରେ ବିସ୍ତୃତ ଆକାଶ ଅଥବା ମହାଶୂନ୍ୟର କଳ୍ପନା ଛଡ଼ା ଅନ୍ୟ କିଛି ଉଦିତ ହୁଏ ନାହିଁ । ତେଣୁ ଦେଖାଯାଉଛି ଯେ, ଯେପରି ମଣିଷ-ମନର ଗଠନ ଅନୁସାରେ ଅନନ୍ତର ଧାରଣା ଅନନ୍ତ ନୀଳାକାଶ ବା ସମୁଦ୍ରର ପ୍ରତିଛବି ସହିତ ଜଡ଼ିତ ଥାଏ, ସେପରି ଆମେ ମଧ୍ୟ ସ୍ୱଭାବତଃ ପବିତ୍ରତାର ଧାରଣା ଗୀର୍ଜା, ମସ୍‌ଜିଦ୍‌ ବା କୁଶ ସହିତ ଯୁକ୍ତ କରିଥାଉ । ତେଣୁ ହିନ୍ଦୁମାନେ ପବିତ୍ରତା, ସତ୍ୟ, ସର୍ବବ୍ୟାପୀତ୍ଵ ପ୍ରଭୃତି ଭାବଗୁଡ଼ିକୁ ବିଭିନ୍ନ ମୂର୍ତ୍ତି ଓ ପ୍ରତୀକ ସହିତ ଯୁକ୍ତ କରି ରଖୁଛନ୍ତି । ତେବେ ପ୍ରଭେଦ ଏହି ଯେ, କେହି କେହି ସମଗ୍ର ଜୀବନ ସ୍ବୀୟ ସମ୍ପ୍ରଦାୟର ମଧ୍ୟରେ ଆବଦ୍ଧ ହୋଇ ନିଷ୍ଠାପୂର୍ବକ କଟାଇ ଦିଅନ୍ତି, ତାହା ଅପେକ୍ଷା ଉଚ୍ଚତର ଅବସ୍ଥା ଲାଭ କରନ୍ତି ନାହିଁ । ସେମାନଙ୍କ ନିକଟରେ କେତୋଟି ମତକୁ ମାନିନେବା ଏବଂ ଲୋକଙ୍କର ଉପକାର କରିବା ବ୍ୟତୀତ ଧର୍ମ ଆଉ କିଛି ନୁହେଁ; କିନ୍ତୁ ହିନ୍ଦୁର ସମଗ୍ର ଧର୍ମଭାବ ଅପରୋକ୍ଷାନୁଭୂତିରେ ହିଁ କେନ୍ଦ୍ରୀଭୂତ । ଈଶ୍ୱରଙ୍କୁ ଉପଲବ୍‌ଧ କରି ମଣିଷକୁ ଦେବତା ହେବାକୁ ପଡ଼ିବ । ମନ୍ଦିର, ପ୍ରାର୍ଥନାଗୃହ, ଦେବବିଗ୍ରହ ବା ଧର୍ମଶାସ୍ତ୍ର ଏଗୁଡ଼ିକ ମଣିଷର ଧର୍ମଜୀବନରେ ପ୍ରାଥମିକ ଅବଲମ୍ବନ ଓ ସହାୟକ ମାତ୍ର, ଏଗୁଡ଼ିକୁ ଅତିକ୍ରମ କରି ତାହାକୁ କ୍ରମଶଃ ଅଗ୍ରସର ହେବାକୁ ହେବ । ଶାସ୍ତ୍ରରେ ଅଛି : ‘ବାହ୍ୟପୂଜା ବା ମୂର୍ତ୍ତିପୂଜା ପ୍ରଥମାବସ୍ଥା, ଅଳ୍ପ ଉନ୍ନତି ହେଲେ ମାନସିକ ପ୍ରାର୍ଥନା ପରବର୍ତ୍ତୀ ସ୍ତର; କିନ୍ତୁ ଈଶ୍ବରସାକ୍ଷାତ୍‌କାର ହିଁ ଉଚ୍ଚତମ ଅବସ୍ଥା ।’* ଯେଉଁ ଏକାଗ୍ର ସାଧକ ଜାନୁପାତି ଦେବବିଗ୍ରହଙ୍କ ସମ୍ମୁଖରେ ପୂଜା କରୁଛନ୍ତି, ଲକ୍ଷ୍ୟ କର, ସେ ତୁମକୁ କ’ଣ କହନ୍ତି । ‘ସୂର୍ଯ୍ୟ ତାଙ୍କୁ ପ୍ରକାଶ କରିପାରେ ନାହିଁ, ଚନ୍ଦ୍ର, ତାରା ଏବଂ ବିଦ୍ୟୁତ୍ ମଧ୍ୟ ତାଙ୍କୁ ପ୍ରକାଶ କରିପାରନ୍ତି ନାହିଁ, ତେବେ ଏହି ଅଗ୍ନି ତାଙ୍କୁ କିପରି ପ୍ରକାଶ କରିବ ? ଏମାନେ ସମସ୍ତେ ହିଁ ତାଙ୍କ ଆଲୋକରେ ପ୍ରକାଶିତ ।** ସେ କାହାରି ଦେବବିଗ୍ରହଙ୍କୁ ଗାଳି ଦିଅନ୍ତି ନାହିଁ, କିନ୍ତୁ ପ୍ରତିମାପୂଜାକୁ ପାପ ବୋଲି ମଧ୍ୟ କହନ୍ତି ନାହିଁ । ସେ ଏହାକୁ ଜୀବନର ଏକ ପ୍ରୟୋଜନୀୟ ଅବସ୍ଥା ବୋଲି ସ୍ୱୀକାର କରନ୍ତି । ଶିଶୁ ମଧ୍ୟରେ ହିଁ ପୂର୍ବମାନବର ସମ୍ଭାବନା ନିହିତ । ଜଣେ ବୃଦ୍ଧଙ୍କ ପକ୍ଷରେ ଶୈଶବ ଓ ଯୌବନକୁ ପାପ ବୋଲି କହିବା କ’ଣ ଉଚିତ ହେବ ? ହିନ୍ଦୁଧର୍ମରେ ବିଗ୍ରହ-ପୂଜା ଯେ ସମସ୍ତଙ୍କର ଅବଶ୍ୟ କର୍ତ୍ତବ୍ୟ, ତାହା ନୁହେଁ । କିନ୍ତୁ କେହି ଯଦି ବିଗ୍ରହ ସାହାଯ୍ୟରେ ସହଜରେ ନିଜର ଦିବ୍ୟଭାବ ଉପଲବ୍ଧ କରିପାରନ୍ତି, ତାହାହେଲେ କ’ଣ ଏହାକୁ ପାପ ବୋଲି କହିବା ସଙ୍ଗତ ? କିମ୍ବା ସାଧକ ଯେତେବେଳେ ଏହି ଅବସ୍ଥାକୁ ଅତିକ୍ରମ କରିଯାଇଛନ୍ତି, ସେତେବେଳେ ତାଙ୍କ ପକ୍ଷରେ ଏହାକୁ ଭୁଲ କହିବା କ’ଣ ସଙ୍ଗତ ? ହିନ୍ଦୁମାନଙ୍କର ଦୃଷ୍ଟିରେ ମଣିଷ ଭ୍ରମରୁ ସତ୍ୟକୁ ଯାଏ ନାହିଁ, ବରଂ ସତ୍ୟଠାରୁ ସତ୍ୟକୁ— ନିମ୍ନତର ସତ୍ୟରୁ ଉଚ୍ଚତର ସତ୍ୟରେ ଉପନୀତ ହୁଏ । ହିନ୍ଦୁ ନିକଟରେ ନିମ୍ନତମ ଜଡ଼ୋପାସନାରୁ ଆରମ୍ଭ କରି ବେଦାନ୍ତରେ ଅଦ୍ବୈତବାଦ ପର୍ଯ୍ୟନ୍ତ ସକଳ ସାଧନାର ଅର୍ଥ ଅସୀମକୁ ଧାରଣା ବା ୩୫ ମହାନିର୍ବାଣତନ୍ତ୍ର, ୪/୧୨ କଠ ଉପ., ୨/୨/୧୫, ଶ୍ଵେତାଣୁ., ୬/୧୪; ମୁଣ୍ଡକ, ୨|୨|୧୦