ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି



ସ୍ବାମୀଜୀଙ୍କର ବକ୍ତୃତା ଓ ବିବିଧ ବିଷୟରେ ଲେଖା ସନ୍ନିବେଶିତ ହୋଇଛି । ଭଗିନୀ ନିବେଦିତାଙ୍କ ଲିଖିତ ଇଂରାଜୀ ଗ୍ରନ୍ଥାବଳୀର ଭୂମିକାଟିକୁ ଅନୁବାଦ କରାଯାଇ ସମଗ୍ର ‘ବାଣୀ ଓ ରଚନା’ର ମୁଖବନ୍ଧରୂପେ ୧ମ ଖଣ୍ଡରେ ପ୍ରାରମ୍ଭରେ ପ୍ରଦତ୍ତ ହୋଇଛି । ପ୍ରତିଖଣ୍ଡର ଶେଷରେ ତଥ୍ୟପଞ୍ଜୀ ଓ ନିର୍ଦ୍ଦେଶିକା ସଂଯୋଜିତ ।

ଏହି ଗ୍ରନ୍ଥାବଳୀର ୧ମ ସଂସ୍କରଣରେ ରହିଥିବା ବିଭିନ୍ନ ପ୍ରକାର ପ୍ରମାଦକୁ ସଂଶୋଧନ କରିବାକୁ ଯାଇ କେବଳ ଯେ ଭାଷାର ସଂସ୍କାର କରାଯାଇଛି ତାହା ନୁହେଁ, ବହୁସ୍ଥାନରେ ନୂଆ କରି ଅନୁବାଦ କରାଯାଇଛି ଏବଂ ସମଗ୍ର ଗ୍ରନ୍ଥାବଳୀର ସମ୍ପାଦନା ଭାର କୃତବିଦ୍ୟ ବ୍ୟକ୍ତିମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏହି ସମ୍ପାଦନା-କାର୍ଯ୍ୟରେ ଅଧ୍ୟାପକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ, ପ୍ରଫେସର ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ),ଅଧ୍ୟାପକ ଡକ୍ଟର ରବୀନ୍ଦ୍ରକୁମାର ପ୍ରହରାଜ ଓ ଅଧ୍ୟାପକ ଶ୍ରୀ ତଦ୍ବନ୍ଦର ମିଶ୍ରଙ୍କର ବିପୁଳ ଅବସାୟ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ପ୍ରଥମ ଖଣ୍ଡର ଚତୁର୍ଥ ସଂସ୍କରଣ ଅବସରରେ ଏମାନଙ୍କ ନିକଟରେ ଆମେମାନେ ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛୁ ।

ଏ ସମସ୍ତଙ୍କ ଉପରେ ଶ୍ରୀଭଗବାନଙ୍କର ଶୁଭାଶୀର୍ବାଦ ସର୍ବଦା ବର୍ଷିତ ହେଉ, ସ୍ବାମୀଜୀଙ୍କର ଜୀବନପ୍ରଦ ଭାବଧାରା ସମସ୍ତଙ୍କ ହୃଦୟରେ ପ୍ରବାହିତ ହେଉ– ଏହା ହିଁ ଆମମାନଙ୍କର ଏକାନ୍ତ ପ୍ରାର୍ଥନା ।

ସ୍ବାମୀ ରାମକୃଷ୍ଣାନନ୍ଦ ଜୟନ୍ତୀ ସ୍ୱାମୀ ଶିବେଶ୍ୱରାନନ୍ଦ ୨୦ ଜୁଲାଇ ୨୦୦୯