Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସମ୍ବନ୍ଧ ସେଗୁଡ଼ିକ ସମଗ୍ର ପୃଥିବୀ ସମକ୍ଷରେ ବିତରଣ କଲେ । ଏହା ହିଁ ତାଙ୍କର ଗୌରବ ପୃଥିବୀରେ ଧର୍ମ ପ୍ରଚାର ସେ ପ୍ରଥମ ପ୍ରବର୍ତ୍ତକ; କେବଳ ତାହା ନୁହେଁ, ଧର୍ମାନ୍ତରିତ କରିବାର କଥା ତାଙ୍କରି ମନରେ ପ୍ରଥମେ ଉଦିତ ହୋଇଥିଲା । ସମସ୍ତଙ୍କ ପ୍ରତି, ବିଶେଷତଃ ଅଜ୍ଞାନ ଓ ଦରିଦ୍ରଗଣଙ୍କ ପ୍ରତି ଅଦ୍ଭୁତ ସହାନୁଭୂତିରେ ହିଁ ତାଙ୍କର ଗୌରବ । ତାଙ୍କର କେତେ ଜଣ ଶିଷ୍ୟ ବ୍ରାହ୍ମଣ ଥିଲେ । ଯେଉଁ ସମୟରେ ବୁଦ୍ଧ ଶିକ୍ଷା ଦେଉଥିଲେ, ସେ ସମୟରେ ସଂସ୍କୃତ ଆଉ ଭାରତର କଥିତ ଭାଷା ନଥିଲା, ଏହା ସେ ସମୟରେ କେବଳ ପଣ୍ଡିତମାନଙ୍କର ପୁସ୍ତକରେ ନିବଦ୍ଧ ଥିଲା । ବୁଦ୍ଧଦେବଙ୍କର କେହି କେହି ବ୍ରାହ୍ମଣ-ଶିଷ୍ୟ ତାଙ୍କର ଉପଦେଶଗୁଡ଼ିକୁ ସଂସ୍କୃତରେ ଅନୁବାଦ କରିବାକୁ ଚାହିଁଲେ । ସେ ସ୍ପଷ୍ଟ ଭାଷାରେ କହିଥିଲେ, ‘ମୁଁ ଦରିଦ୍ରମାନଙ୍କ ପାଇଁ, ଜନସାଧାରଣଙ୍କ ପାଇଁ ଆସିଛି । ମୁଁ ଜନସାଧାରଣଙ୍କ ଭାଷାରେ ହିଁ କହିବି ।’’ ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାଂଶ ଉପଦେଶ ସେହି ସମୟର ପ୍ରଚଳିତ ଭାଷାରେ ଲିଖୁତ । ଦର୍ଶନଶାସ୍ତ୍ର ଓ ତତ୍ତ୍ୱବିଦ୍ୟା ଯେତେ ଉଚ୍ଚ ଆସନ ଗ୍ରହଣ କରୁନା କାହିଁକି, ଯେତେଦିନ ଯାଏ ଜଗତରେ ମୃତ୍ୟୁ ବୋଲି କଥାଟି ରହିଥ୍ବ, ଯେତେଦିନ ମାନବ ହୃଦୟରେ ଦୁର୍ବଳତା ବୋଲି କିଛି ରହିଥ୍ବ, ସେତେଦିନ ଚରମ ଦୁର୍ବଳତା ଯୋଗୁ ମନୁଷ୍ୟଙ୍କର ମର୍ମସ୍ଥଳରୁ ରୋଦନ ଧ୍ବନି ଉତ୍‌ଥ୍ତ ହେଉଥବ, ସେତେଦିନ ପର୍ଯ୍ୟନ୍ତ ଈଶ୍ବରଙ୍କ ଉପରେ ଆମର ବିଶ୍ୱାସ ମଧ୍ୟ ରହିବ । ୪୧ ଦର୍ଶନଶାସ୍ତ୍ରର ଦୃଷ୍ଟିରୁ ସେହି ଲୋକଗୁରୁ ବୁଦ୍ଧଙ୍କର ଶିଷ୍ୟଗଣ ବେଦରୂପ ସନାତନ ଶୈଳ ଉପରେ ସବେଗରେ ପତିତ ହେଲେ, କିନ୍ତୁ ତାହାକୁ ଚୂର୍ଣ୍ଣ କରିପାରିଲେ ନାହିଁ । ଅନ୍ୟ ଦିଗରୁ ଦେଖେ, ଯେଉଁ ସନାତନ ଈଶ୍ବରଙ୍କୁ ନରନାରୀ ସବୁ ସାଦରରେ ଧରି ରଖନ୍ତି, ତାଙ୍କୁ ସମଗ୍ର ଜାତି ନିକଟରୁ ଅପସୃତ କଲେ । ଏହା ଫଳରେ ଭାରତବର୍ଷରେ ବୌଦ୍ଧଧର୍ମର ସ୍ୱାଭାବିକ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ବୌଦ୍ଧଧର୍ମର ଜନ୍ମଭୂମି ଭାରତରେ ଏପରି ଜଣେ ହେଲେ କେହି ନାହାନ୍ତି, ଯେ ନିଜକୁ ବୌଦ୍ଧବୋଲି ପରିଚୟ ଦେବେ । କିନ୍ତୁ ତତ୍‌କାଳୀନ ବ୍ରାହ୍ମଣ୍ୟଧର୍ମ ମଧ୍ୟ କେତେକ ବିଷୟରେ କ୍ଷତିଗ୍ରସ୍ତ ହେଲା । ସମାଜ ସଂସ୍କାର ପାଇଁ ସେହି ଆଗ୍ରହ, ସମସ୍ତଙ୍କ ପ୍ରତି ସେହି ଅପୂର୍ବ ସହାନୁଭୂତି ଓ ଦୟା, ସର୍ବସାଧାରଣଙ୍କ ଭିତରେ ବୌଦ୍ଧଧର୍ମ ଯେଉଁ ବ୍ୟାପକ ପରିବର୍ତ୍ତନର ଭାବ ପ୍ରବାହିତ କରି ଦେଇଥିଲା, ତାହା ଭାରତୀୟ ସମାଜକୁ ଏତେ ଦୂର ଉନ୍ନତି ଓ ମହାନ୍ କରିଥିଲା ଯେ, ତଦାନୀନ୍ତନ ଭାରତବର୍ଷ ସମ୍ବନ୍ଧରେ ଲେଖିବାକୁ ଯାଇ ଜଣେ ଗ୍ରୀକ୍ ଐତିହାସିକଙ୍କୁ କହିବାକୁ ହୋଇଥୁଲା, କୌଣସି ହିନ୍ଦୁ ମିଥ୍ୟା କହେ ବା କୌଣସି ହିନ୍ଦୁ ନାରୀ ଅସତୀ—ଏକଥା ଶୁଣାଯାଏ ନାହିଁ (ସଭାମଞ୍ଚରେ ଯେଉଁ ସକଳ ବୌଦ୍ଧ ଉପବିଷ୍ଟ ଥିଲେ, ତାଙ୍କ ଆଡ଼କୁ ଅନାଇ ବକ୍ତା କହିବାକୁ ଲାଗିଲେ:) ହେ ବୌଦ୍ଧଗଣ ! ବୌଦ୍ଧଧର୍ମ ଛଡ଼ା ହିନ୍ଦୁଧର୍ମ ବଞ୍ଚି ରହିପାରେ ନାହିଁ; ହିନ୍ଦୁଧର୍ମକୁ ଛାଡ଼ି ବୌଦ୍ଧଧର୍ମ ମଧ୍ୟ ବଞ୍ଚିପାରେ ନାହିଁ । ଅତଏବ ଉପଲବ୍‌ କରନ୍ତୁ ଯେ, ଆମମାନଙ୍କର ଏହି