ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଦାୟ ଭାଷଣ ଗୋଟିଏ ବୀଜ ଭୂମିରେ ପୋତା ହେଲା, ମୃରିକା ବାୟୁ ଓ ଜଳ ତାହାର ଚତୁର୍ଦ୍ଦିଗରେ ରହିଛି । ତାହାହେଲେ ବୀଜଟି କ’ଣ ମୃରିକା, ବାୟୁ ବା ଜଳରେ ପରିଣତ ହେବ ? ନା, ବରଂ ସେହି ବୀଜରୁ ଗୋଟିଏ ଚାରାଗଛ ଉତ୍ପନ୍ନ ହେବ ଓ ଏହା କ୍ରମେ ନିଜର ସ୍ବାଭାବିକ ନିୟମାନୁସାରେ ବର୍ଷିତ ହେବ ଏବଂ ମୃରିକା, ବାୟୁ ଓ ଜଳର ସାରକୁ ଗ୍ରହଣ କରି ସେହି ସକଳ ଉପାଦାନ ଦ୍ବାରା ସ୍ବୀୟ ଅଙ୍ଗପ୍ରତ୍ୟଙ୍ଗ ପରିବର୍ଦ୍ଧିତ କରି କ୍ରମେ ବୃକ୍ଷରେ ପରିଣତ ହେବ । ଧର୍ମ ସମ୍ବନ୍ଧରେ ମଧ୍ୟ ଏହି କଥା ସତ୍ୟ । ଖ୍ରୀଷ୍ଟୀୟାନକୁ ହିନ୍ଦୁ ବା ବୌଦ୍ଧ ହେବାକୁ ହେବ ନାହିଁ; ଅଥବା ହିନ୍ଦୁ ଓ ବୌଦ୍ଧକୁ ଖ୍ରୀଷ୍ଟିୟାନ୍‌କୁ ହେବାକୁ ହେବ ନାହିଁ; କିନ୍ତୁ ପ୍ରତ୍ୟେକ ଧର୍ମ ଅନ୍ୟାନ୍ୟ ଧର୍ମର ସାରଗୁଡ଼ିକ ଗ୍ରହଣ କରି ପୁଷ୍ଟି ଲାଭ କରିବ ଏବଂ ସ୍ତ୍ରୀୟ ବିଶେଷତ୍ଵ ବଜାୟ ରଖ୍ ନିଜ ପ୍ରକୃତି ଅନୁସାରେ ବର୍ଦ୍ଧିତ ହେବ । ଯଦି ଏହି ଧର୍ମମହାସମିତି ଜଗତ ସମ୍ମୁଖରେ କିଛି ପ୍ରମାଣ କରିଥାଏ, ତେବେ ତାହା ଏହି ଯେ, ସାଧୁଚରିତ୍ର, ପବିତ୍ରତା ଓ ଦୟା—ଦାକ୍ଷିଣ୍ୟ ଜଗତର କୌଣସି ଗୋଟିଏ ବିଶେଷ ଧର୍ମମଣ୍ଡଳୀର ନିଜସ୍ଵ ସମ୍ପତ୍ତି ନୁହେଁ ଏବଂ ପ୍ରତ୍ୟେକ ଧର୍ମ-ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ର ନରନାରୀ ଜନ୍ମଗ୍ରହଣ କରିଛନ୍ତି । ୪୩ ଏହି ସକଳ ପ୍ରତ୍ୟକ୍ଷ ପ୍ରମାଣ ଥିବା ସତ୍ତ୍ବେ ଯଦି କେହି ଏପରି ସ୍ଵପ୍ନ ଦେଖନ୍ତି ଯେ, ଅନ୍ୟାନ୍ୟ ଧର୍ମଗୁଡ଼ିକ ଲୋପ ପାଇବ ଓ କେବଳ ତାଙ୍କର ଧର୍ମ ହିଁ ବଞ୍ଚିରହିବ, ତେବେ ସେ ବାସ୍ତବିକ୍ କୃପାର ପାତ୍ର, ତାଙ୍କ ପାଇଁ ମୁଁ ଆନ୍ତରିକ ଭାବରେ ଦୁଃଖତ ଓ ତାଙ୍କୁ ମୁଁ ସ୍ପଷ୍ଟ ଭାଷାରେ କହୁଛି ଯେ ତାଙ୍କ ବାଧା ସତ୍ତ୍ଵେ ଶୀଘ୍ର ହିଁ ପ୍ରତ୍ୟେକ ଧର୍ମର ପତାକା ଉପରେ ଲିଖ୍ ହେବ : ‘ବିବାଦ ନୁହେଁ, ସହାୟତା; ବିନାଶ ନୁହେଁ, ପରସ୍ପରର ଭାବଗ୍ରହଣ; ମତବିରୋଧ ନୁହେଁ, ସମନ୍ଵୟ ଓ ଶାନ୍ତି ।’ ପରିଶିଷ୍ଟ ଚିକାଗୋ ଧର୍ମମହାସଭାର ଅଧିବେଶନ ସମୟରେ ମହାସଭାର ବୈଜ୍ଞାନିକ ବିଭାଗରେ ସ୍ଵାମୀଜୀ ନିମ୍ନଲିଖ୍ ବିଷୟଗୁଡ଼ିକ ଉପରେ ବକ୍ତୃତା ଦେଇଥିଲେ : (୧) ଶାସ୍ତ୍ରନିଷ୍ଠ ହିନ୍ଦୁଧର୍ମ ଓ ବେଦାନ୍ତ ଦର୍ଶନ —ଶୁକ୍ରବାର, ୧୨ ସେପ୍ଟେମ୍ବର, ପୂର୍ବାହ୍ନ ୧୦ଟାରେ (୨) ଭାରତର ବର୍ତ୍ତମାନ ଧର୍ମସମୂହ —ଶୁକ୍ରବାର, ୨୨ ସେପ୍ଟେମ୍ବର, ଅପରାହ୍ନ ଅଧିବେଶନ । (୩) ପ୍ରଦତ୍ତ ବକ୍ତୃତାଗୁଡ଼ିକ ବିଷୟ ସମ୍ବନ୍ଧରେ —ଶନିବାର, ୨୩ ସେପ୍ଟେମ୍ବର (୪) ହିନ୍ଦୁଧର୍ମର ସାରାଂଶ —ସୋମବାର, ୨୫ ସେପ୍ଟେମ୍ବର