ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ମ– ଚରିତ୍ର ଉପରେ ଏହାର ପ୍ରଭାବ କର୍ମ ଶବ୍ଦଟି ସଂସ୍କୃତ ‘କୃ’-ଧାତୁରୁ ନିଷ୍ପନ୍ନ; ‘କୃ’-ଧାତୁର ଅର୍ଥ ‘କରିବା’; ଯାହାକିଛି କରାଯାଏ, ତାହା ହିଁ କର୍ମ । ଏହି ଶବ୍ଦଟିର ପୁଣି ପାରିଭାଷିକ ଅର୍ଥ ହେଉଛି ‘କର୍ମଫଳ’ । ଦାର୍ଶନିକ ଅର୍ଥରେ ବ୍ୟବହୃତ ହେଲେ କେବେ କେବେ ଏହାର ଅର୍ଥ ହୁଏ—ଆମର ପୂର୍ବକର୍ମ ଯାହାର କାରଣ ସେହି ସମସ୍ତ ଫଳ । କିନ୍ତୁ କର୍ମଯୋଗରେ ଆମକୁ ‘କର୍ମ’ ଶବ୍ଦଟି କେବଳ ‘କାର୍ଯ୍ୟ’ ଅର୍ଥରେ ହିଁ ବ୍ୟବହାର କରିବାକୁ ହେବ । ମାନବ ଜାତିର ଚରମ ଲକ୍ଷ୍ୟ, ଜ୍ଞାନଲାଭ । ପ୍ରାଚ୍ୟ ଦର୍ଶନ ଆମ ନିକଟରେ ଏହି ଏକ ଲକ୍ଷ୍ୟ କଥା ହିଁ କହିଥାଏ । ମନୁଷ୍ୟର ଚରମ ଲକ୍ଷ୍ୟ ସୁଖ ନୁହେଁ, ବରଂ ଜ୍ଞାନ । ସୁଖ ଓ ଆନନ୍ଦ ଶେଷ ହୋଇଯାଏ । ସୁଖ ହିଁ ଚରମ ଲକ୍ଷ୍ୟ, ଏପରି ମନେକରିବା ଭ୍ରମ । ଜଗତରେ ଆମେ ଯେତେ ଦୁଃଖ ଦେଖୁ, ତାହାର କାରଣ ମନୁଷ୍ୟ ଭ୍ରମହେତୁ ମନେକରେ ଯେ ସୁଖ ହିଁ ତାହାର ଚରମ ଲକ୍ଷ୍ୟ । ସମୟ ହେଲେ ମନୁଷ୍ୟ ବୁଝିପାରେ ଯେ, ସେ ସୁଖ ଆଡ଼କୁ ନୁହେଁ, ବରଂ ଜ୍ଞାନ ଦିଗକୁ ହିଁ କ୍ରମାଗତ ଅଗ୍ରସର ହେଉଅଛି । ଦୁଃଖ ଓ ସୁଖ ଉଭୟ ହିଁ ତାହାର ମହାନ୍ତି ଶିକ୍ଷକ; ସେ ଶୁଭରୁ ଯେପରି, ଅଶୁଭରୁ ମଧ୍ୟ ସେହିପରି ଶିକ୍ଷାଲାଭ କରେ । ସୁଖ-ଦୁଃଖର ଅନୁଭବ ଆମ ମନରେ ନାନାପ୍ରକାର ଛାପ ରଖିଯାଆନ୍ତି । ଆଉ ଏହି ଛାପଗୁଡ଼ିକର ସମଷ୍ଟି ବା ସଂସ୍କାର-ସମଷ୍ଟିକୁ ହିଁ ଆମେ ମନୁଷ୍ୟର ‘ଚରିତ୍ର’ କହୁ । କୌଣସି ବ୍ୟକ୍ତିର ଚରିତ୍ରକୁ ଆଲୋଚନା କରି ଦେଖ, ତେବେ ବୁଝିବ, ଏହା ପ୍ରକୃତ ପକ୍ଷରେ ତା ମନର ପ୍ରବୃତ୍ତି—ମନର ପ୍ରବଣତା ସମୂହର ସମଷ୍ଟି ମାତ୍ର । ତୁମେ ଦେଖିବ, ସୁଖ-ଦୁଃଖ—ଦୁଇଟି ହିଁ ସମଭାବରେ ତାହାର ଚରିତ୍ରଗଠନର ଉପାଦାନନ୍ତ ଚରିତ୍ରକୁ ଗୋଟିଏ ବିଶେଷ ଛାଞ୍ଚରେ ପକାଇବା ପାଇଁ ଭଲ-ମନ୍ଦ ଉଭୟଙ୍କର ସମାନ ଅବଦାନ ରହିଛି । ସ୍ଥଳବିଶେଷରେ ସୁଖ ଅପେକ୍ଷା ବରଂ ଦୁଃଖ ଅଧ୍ଵତର ଶିକ୍ଷା ଦେଇଥାଏ । ପୃଥିବୀର ମହାପୁରୁଷଙ୍କର ଚରିତ୍ର ଆଲୋଚନା କଲେ ଦେଖାଯାଏ ଯେ, ଅଧିକାଂଶ ସ୍ଥଳରେ ସୁଖ ଅପେକ୍ଷା ଦୁଃଖ ସେମାନଙ୍କୁ ଅଧ୍ଵତର ଶିକ୍ଷା ଦେଇଛି —ଐଶ୍ବର୍ଯ୍ୟ ଅପେକ୍ଷା ଦାରିଦ୍ର୍ୟ ଅଧିକ ଶିକ୍ଷା ଦେଇଛିନ୍ତ ପ୍ରଶଂସା ଅପେକ୍ଷା ନିନ୍ଦାରୂପକ ଆଘାତ ହିଁ ସେମାନଙ୍କର ଅନ୍ତରସ୍ଥ ଅଗ୍ନିକୁ ପ୍ରଜ୍ବଳିତ କରିବାରେ ଅଧିକ ସାହାଯ୍ୟ କରିଛି । ଏହି ଜ୍ଞାନ ମନୁଷ୍ୟର ଅନ୍ତର୍ନିହିତ । କୌଣସି ଜ୍ଞାନ ବାହାରୁ ଆସେ ନାହିଁ, ସବୁ ଅନ୍ତରରେ ଥାଏ । ଆମେ ଯେ କହୁ, ମନୁଷ୍ୟ ‘ଜାଣେ’ ତାହା ଠିକ୍; କିନ୍ତୁ ମନୋବିଜ୍ଞାନର ଭାଷାରେ କହିବାକୁ ହେଲେ କୁହାଯିବ ଯେ ମନୁଷ୍ୟ ‘ ଆବିଷ୍କାର କରେ’(discovers) ବା ‘ଆବରଣ ଉନ୍ମୋଚନ କରେ’ ( unveils) । ମନୁଷ୍ୟ ଯାହା ‘ଶିକ୍ଷା କରେ’ ପ୍ରକୃତ ପକ୍ଷରେ ସେ ତାହା ‘ଆବିଷ୍କାର କରେ’ । ‘Discover ’ ଶବ୍ଦଟିର ଅର୍ଥ—ଅନନ୍ତ ଜ୍ଞାନର ଆକର-ସ୍ୱରୂପ ନିଜ ଆତ୍ମାରୁ ଆବରଣ ଘୁଞ୍ଚାଇନେବା । ଆମେ କହୁ, ନିଉଟନ୍ ମାଧ୍ୟାକର୍ଷଣ ଆବିଷ୍କାର କରିଛନ୍ତି । ତାହା କ’ଣ ଗୋଟିଏ କୋଣରେ ବସି ତାଙ୍କ ପାଇଁ ଅପେକ୍ଷା କରୁଥିଲା ? ନା, ଏହା ତାଙ୍କ ନିଜ ମନ ମଧ୍ୟରେ ଅବସ୍ଥିତ ଥିଲା । ସମୟ ଆସିଲା, ସେ ଏହାକୁ ବାହାର କଲେ । ମନୁଷ୍ୟ ଯେତେ ପ୍ରକାର ଜ୍ଞାନଲାଭ କରିଛି, ତାହାସବୁ ତା ମନରୁ । ଜଗତର ଅନନ୍ତ ପୁସ୍ତକାଗାର ତୁମ ମନରେ ଅବସ୍ଥିତ । ବହିର୍ଜଗତ କେବଳ ତୁମ ମନକୁ ଅଧ୍ୟୟନ କରିବାର ଉତ୍ତେଜକ କାରଣସ୍ୱରୂପ --