ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଧରାଦିଅନ୍ତି; ସେଗୁଡ଼ିକ କିନ୍ତୁ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର କର୍ମର ସମଷ୍ଟି । ଯଦି ତୁମେ କୌଣସି ବ୍ୟକ୍ତିର ଚରିତ୍ରର ଯଥାର୍ଥ ବିଚାର କରିବାକୁ ଇଚ୍ଛା କର, ତେବେ ତାହାର ବଡ଼ ବଡ଼ କାର୍ଯ୍ୟପ୍ରତି ଦୃଷ୍ଟି ଦିଅ ନାହିଁ । ଅବସ୍ଥାବିଶେଷରେ ନିତାନ୍ତ ନିର୍ବୋଧ ବ୍ୟକ୍ତି ମଧ୍ୟ ବୀଋତୁଲ୍ୟ କାର୍ଯ୍ୟ କରିଥାଏ । ଯେତେବେଳେ କେହି ଅତି ଛୋଟ ଛୋଟ କାର୍ଯ୍ୟ କରୁଛି, ସେତେବେଳେ ଦେଖ, ସେ କିପରି ଭାବରେ ତାହା ସମ୍ପାଦନ କରୁଛି; ଏହାଦ୍ଵାରା ତୁମେ ଜଣେ ମହତ୍ ଲୋକର ପ୍ରକୃତ ଚରିତ୍ର ଜାଣିପାରିବ । ବଡ଼ ବଡ଼ ଘଟଣା ଉପଲକ୍ଷେ ଅତି ସାମାନ୍ୟ ଲୋକ ମଧ୍ୟ ମହତ୍ତ୍ଵକୁ ଉନ୍ନୀତ ହୁଏ । କିନ୍ତୁ ଯାହାଙ୍କର ଚରିତ୍ର ପ୍ରକୃତରେ ମହତ୍ଵ, ତାଙ୍କର ପ୍ରତ୍ୟେକ କାର୍ଯ୍ୟ ହିଁ ମହତ୍ । ସର୍ବତ୍ର ସର୍ବାବସ୍ଥାରେ ସେ ଏକପ୍ରକାର ଉତ୍ପତ୍ତି ! 80 ମନୁଷ୍ୟ ଉପରେ ଯେତେ ପ୍ରକାର ଶକ୍ତି କ୍ରିୟା କରେ, ତନ୍ମଧ୍ୟରୁ ଯେଉଁ କର୍ମଦ୍ଵାରା ତାହାର ଚରିତ୍ର ଗଠିତ ହୁଏ, ତାହା ହିଁ ସର୍ବାପେକ୍ଷା ପ୍ରବଳ । ମନୁଷ୍ୟ ଯେପରି ଗୋଟିଏ କେନ୍ଦ୍ର: ଜଗତର ସମୁଦାୟ ଶକ୍ତିକୁ ସେ ନିଜ ଆଡ଼କୁ ଆକର୍ଷଣ କରୁଛି ଓ ଏହି କେନ୍ଦ୍ରରେ ହିଁ ସେଗୁଡ଼ିକୁ ମିଳିତ କରି ଗୋଟିଏ ବୃହତ୍ ତରଙ୍ଗାକାରରେ ତାହାକୁ ବାହାରକୁ ପ୍ରେରଣ କରୁଛି । ଏହିପରି ଗୋଟିଏ କେନ୍ଦ୍ର ପ୍ରକୃତ ମନୁଷ୍ୟ । ସେ ସର୍ବଶକ୍ତିମାନ୍, ସର୍ବଜ୍ଞ ଏବଂ ସେ ତା ନିଜ ଆଡ଼କୁ ସମଗ୍ର ଜଗତକୁ ଆକର୍ଷଣ କରୁଛି । ଭଲ-ମନ୍ଦ, ସୁଖ-ଦୁଃଖ—ସବୁ ତା’ନିଜ ଆଡ଼କୁ ଆସୁଛି ଓ ଏକତ୍ର ହେଉଛି । ସେ ଏଗୁଡ଼ିକ ମଧ୍ୟରୁ ‘ଚରିତ୍ର’ ନାମକ ମହାଶକ୍ତି ଗଠନ କରି ତାହାକୁ ବହିଃଦେଶକୁ ପ୍ରକ୍ଷେପ କରୁଛି । ତା’ ଭିତରେ ଗ୍ରହଣ କରିବାର ଶକ୍ତି ଯେପରି ଅଛି, ବାହାରକୁ ପ୍ରକ୍ଷେପ କରିବାର ଶକ୍ତି ମଧ୍ୟ ସେପରି ଅଛି । ଆମେ ଜଗତରେ ଯେତେ ପ୍ରକାର କାର୍ଯ୍ୟ ଦେଖିବାକୁ ପାଉ, ମନୁଷ୍ୟ ସମାଜରେ ଯେତେ ପ୍ରକାର ଆଲୋଡ଼ନ ହେଉଛି, ଆମ ଚତୁର୍ଦ୍ଦିଗରେ ଯେଉଁ ସକଳ କାର୍ଯ୍ୟ ହେଉଛି, ସମସ୍ତ ଚିନ୍ତାର ହିଁ ପ୍ରକାଶ ମାତ୍ର, ମନୁଷ୍ୟ–ଇଚ୍ଛାର ପ୍ରକାଶ ମାତ୍ର । ଯନ୍ତ୍ରସମୂହ, ନଗର, ଜାହାଜ, ରଣତରୀ— ଏସବୁ ମନୁଷ୍ୟର ଇଚ୍ଛାର ବିକାଶମାତ୍ର । ଏହି ଇଚ୍ଛା ଚରିତ୍ରରୁ ଉଭୁତ, ଚରିତ୍ର ପୁଣି କର୍ମଦ୍ଵାରା ନିର୍ମିତ। ଇଚ୍ଛାର ପ୍ରକାଶ କର୍ମର ଅନୁରୂପ। ପ୍ରବଳ ଇଚ୍ଛାଶକ୍ତିସମ୍ପନ୍ନ ଯେଉଁ ସକଳ ମାନବ ଜଗତରେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ସମସ୍ତେ କଠୋର କର୍ମୀ ଥିଲେ । ସେମାନଙ୍କର ଏତେ ଇଚ୍ଛାଶକ୍ତି ଥିଲା ଯେ, ସେମାନେ ତାହାର ପ୍ରୟୋଗ ଦ୍ୱାରା ଜଗତକୁ ଓଲଟପାଲଟ କରିଦେଇ ପାରିଥାଆନ୍ତେ । ଏହି ଶକ୍ତି ସେମାନେ ଯୁଗ ଯୁଗବ୍ୟାପୀ ନିରବଚ୍ଛିନ୍ନ କର୍ମଦ୍ୱାରା ଲାଭ କରିଥିଲେ । ବୁଦ୍ଧ ବା ଯୀଶୁଙ୍କ ଭଳି ପ୍ରବଳ ଇଚ୍ଛାଶକ୍ତି ଏକ ଜନ୍ମରେ ଲାଭ କରାଯାଏ ନାହିଁ, ଏହାକୁ ପୁରୁଷାନୁକ୍ରମିକ ଶକ୍ତି-ସଞ୍ଚାର (hereditary transmission) ମଧ୍ୟ କୁହାଯାଏ ନାହିଁ; କାରଣ ଆମେ ଜାଣୁ, ସେମାନଙ୍କର ପିତା କେଉଁମାନେ ଥିଲେ । ସେମାନେ ଯେ ଜଗତର ହିତ ପାଇଁ କେବେ କିଛି କହିଥିଲେ, ସେକଥା ଜଣାନାହିଁ । ଯୋସେଫ୍‌ଙ୍କ ଭଳି ଲକ୍ଷ ଲକ୍ଷ ସୂତ୍ରଧର ଜୀବନଲୀଳା ସମ୍ବରଣ କରିଛନ୍ତି, ଲକ୍ଷ ଲକ୍ଷ ଏବେ ମଧ୍ୟ ଜୀବିତ ଅଛନ୍ତି । ବୁଦ୍ଧଙ୍କ ପିତାଙ୍କ ଭଳି ଲକ୍ଷ ଲକ୍ଷ କ୍ଷୁଦ୍ର ରାଜା ପୃଥିବୀରେ ଥିଲେ । ଯଦି ଏହା କେବଳ ପୁରୁଷାନୁକ୍ରମିକ ଶକ୍ତି-ସଞ୍ଚାରର ଉଦାହରଣ ହୁଏ, ତେବେ ଏହି କ୍ଷୁଦ୍ର ସାମାନ୍ୟ ରାଜା—ଯାହାଙ୍କୁ ହୁଏତ ତାଙ୍କର ଭୃତ୍ୟମାନେ ମଧ୍ୟ ମାନୁ ନ . ଥିଲେ, ସେ କିପରି ଏକ ସନ୍ତାନର ଜନକ ହେଲେ, ଯାହାଙ୍କୁ ପୃଥିବୀର ଅଧେ ଲୋକ ଉପାସନା