ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା କେହି ଅର୍ଥ ଚାହାଁନ୍ତି, ସେମାନେ ଅର୍ଥ ପାଇଁ କାର୍ଯ୍ୟ କରନ୍ତି । କେହି କେହି ପ୍ରଭୃତ୍ଵ ଇଚ୍ଛା କରନ୍ତି, ସେମାନେ ପ୍ରଭୁତ୍ଵଲାଭ ପାଇଁ କାର୍ଯ୍ୟ କରନ୍ତି । କେହି କେହି ପୁଣି ସ୍ଵର୍ଗକୁ ଯିବାକୁ ଇଚ୍ଛୁକ, ସେମାନେ କାର୍ଯ୍ୟ କରନ୍ତି ସ୍ବର୍ଗକୁ ଯିବାପାଇଁ । ଅନ୍ୟ କେହି କେହି ପୁଣି ମୃତ୍ୟୁ ପରେ ନିଜ ନାମ ରଖିଯିବାକୁ ଚାହାଁନ୍ତି । ଚୀନ ଦେଶର ରୀତି ହେଉଛି—ନ ମଲେ କାହାରିକୁ କୌଣସି ଉପାଧ୍ ପ୍ରଦାନ କରାଯାଏ ନାହିଁ । ବିଚାର କରି ଦେଖିଲେ ଏହା ଆମ ଅପେକ୍ଷା ଭଲ ପ୍ରଥା ବୋଲି କହିବାକୁ ହେବ । ଚୀନ ଦେଶରେ କୌଣସି ଲୋକ ଖୁବ୍ ଭଲ କାମ କଲେ ତାହାର ମୃତ ପିତା ବା ପିତାମହଙ୍କୁ କୌଣସି ସମ୍ମାନଜନକ ଉପାଧ୍ ପ୍ରଦାନ କରାଯାଏ । କେହି କେହି ପୁଣି ଏହି ଉଦ୍ଦେଶ୍ୟରେ କାମ କରିଥାଆନ୍ତି । କୌଣସି କୌଣସି ମୁସଲମାନ ସଂପ୍ରଦାୟର ଅନୁଗାମୀଗଣ ମୃତ୍ୟୁପରେ ଗୋଟିଏ ପ୍ରକାଣ୍ଡ ସମାଧୂମନ୍ଦିରରେ ସମାହିତ ହେବା ପାଇଁ ଜୀବନଯାକ ତଦନୁଯାୟୀ କାର୍ଯ୍ୟ କରିଥାଆନ୍ତି । ମୁଁ ଏପରି କେତେଗୁଡ଼ିଏ ସଂପ୍ରଦାୟ କଥା ଜାଣେ, ଯେଉଁମାନଙ୍କ ମଧ୍ୟରେ ଶିଶୁ ଜାତ ହେବାମାତ୍ରେ ତାହାପାଇଁ ସମାଧ୍-ମନ୍ଦିରଟି ନିର୍ମିତ ହୋଇଥାଏ । ଏହା ହିଁ ସେମାନଙ୍କ ବିବେଚନାରେ ମନୁଷ୍ୟର ସର୍ବପେକ୍ଷା ପ୍ରୟୋଜନୀୟ କର୍ମ ଏବଂ ଏହି ସମାଧ୍ୟମନ୍ଦିର ଯେତେ ବୃହତ୍ ଓ ସୁନ୍ଦର ହୁଏ, ସେହି ବ୍ୟକ୍ତି ସେତେ ସୁଭଗ ବୋଲି ବିବେଚିତ ହୁଅନ୍ତି । କେହି କେହି ପୁଣି ପ୍ରାୟଶ୍ଚିତ କରିଥାଆନ୍ତି; ଯେତେପ୍ରକାର ଅସତ୍ କାର୍ଯ୍ୟ କରିସାରି ଶେଷରେ ଗୋଟିଏ ମନ୍ଦିର ପ୍ରତିଷ୍ଠା କରନ୍ତି, ଅଥବା ପୁରୋହିତଗଣଙ୍କୁ କିଣି ନେଇ ସେମାନଙ୍କ ନିକଟରୁ ସ୍ବର୍ଗକୁ ଯିବାର ଛାଡ଼ପତ୍ର ପାଇବା ପାଇଁ କିଛି ଅର୍ଥ ସେମାନଙ୍କୁ ଦାନ କରନ୍ତି । ସେମାନେ ମନେ କରନ୍ତି ଯେ, ଏହି ଦାନଦ୍ୱାରା ସେମାନଙ୍କ ପଥ ପରିଷ୍କାର ହେଲା ଓ ପାପ କରିଥିବା ସତ୍ତ୍ବେ ସେମାନେ ଶାସ୍ତିକୁ ଏଡ଼ାଇ ଯାଇପାରିବେ । ମନୁଷ୍ୟର କର୍ମ ପ୍ରବୃଭିର ମାତ୍ର କେତୋଟି ଉଦାହରଣ ପ୍ରଦତ୍ତ ହେଲା । ୫୨ କର୍ମ ପାଇଁ କର୍ମ କର । ସବୁଦେଶରେ ଏପରି କେତେ ମନୁଷ୍ୟ ଅଛନ୍ତି, ଯେଉଁମାନେ ଜଗତର ପ୍ରକୃତ କଲ୍ୟାଣକାରୀ; ସେମାନେ କର୍ମ ପାଇଁ କର୍ମ କରନ୍ତି; ନାମ-ଯଶ ପ୍ରତି ଆକାଙକ୍ଷିତ ହୁଅନ୍ତି ନାହିଁ, ସ୍ବର୍ଗକୁ ଯିବାକୁ ମଧ୍ୟ ଚାହାଁନ୍ତି ନାହିଁ । ଲୋକଙ୍କର ପ୍ରକୃତ ଉପକାର ହେବ ବୋଲି ସେମାନେ କର୍ମ କରନ୍ତି । ପୁଣି ଅନେକ ଅଛନ୍ତି, ଯେଉଁମାନେ ଆହୁରି ଉଚ୍ଚତର ଉଦ୍ଦେଶ୍ୟ ପାଇଁ ଦରିଦ୍ରର ଉପକାର ଓ ମନୁଷ୍ୟ–ଜାତିକୁ ସାହାଯ୍ୟ କରନ୍ତି; କାରଣ ସେମାନେ ସକାର୍ଯ୍ୟରେ ବିଶ୍ୱାସୀ, ସେମାନେ ସଦ୍‌ଭାବକୁ ଭଲପାଆନ୍ତି । ନାମ-ଯଶ ପାଇଁ କୃତ କର୍ମର ଫଳ କେବେହେଲେ ସଙ୍ଗେ ସଙ୍ଗେ ମିଳେନାହିଁ; ସଚରାଚର ଦେଖାଯାଏ ଯେ ଆମେ ଯେତେବେଳେ ବୃଦ୍ଧି ହେଉ, ଆମର ଜୀବନ ପ୍ରାୟ ଶେଷ ହୋଇଆସେ, ସେତେବେଳେ ଆମର ନାମ-ଯଶ ପ୍ରକାଶିତ ହୁଏ । କିନ୍ତୁ ଯଦି କେହି କୌଣସି ସ୍ଵାର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ବ୍ୟତୀତ କାର୍ଯ୍ୟ କରେ, ସେ କଅଣ କିଛି ହେଲେ ଲାଭ କରେ ନାହିଁ ? ହଁ, ସେ ସର୍ବାପେକ୍ଷା ଅଧିକ ଲାଭ କରେ । ନିଃସ୍ୱାର୍ଥ କର୍ମରେ ହିଁ ସର୍ବାଧୂକ ଲାଭ, ତେବେ ଏହା ଅଭ୍ୟାସ କରିବାର ଧୈର୍ଯ୍ୟ ମନୁଷ୍ୟର ନାହିଁ । ସାଂସାରିକ କ୍ଷେତ୍ରରେ ମଧ୍ୟ ଏହା ଅଧ୍ଵକ ଲାଭଜନକ । ପ୍ରେମ, ସତ୍ୟ, ନିଃସ୍ୱାର୍ଥପରତା—ଏଗୁଡ଼ିକ କେବଳ ନୀତିସମ୍ବନ୍ଧୀୟ ଆଳଙ୍କାରିକ ବର୍ଣ୍ଣନା ନୁହେଁ, ଏଗୁଡ଼ିକ ଆମର ସର୍ବୋଚ୍ଚ ଆଦର୍ଶ; କାରଣ ଏହିଗୁଡ଼ିକ ମଧ୍ୟରେ ହିଁ ମହତୀ ଶକ୍ତି ନିହିତ ଅଛି । ପ୍ରଥମତଃ ଯେଉଁ ବ୍ୟକ୍ତି ପାଞ୍ଚ ଦିନ ଅଥବା ପାଞ୍ଚ ମିନିଟ୍ କୌଣସି ସ୍ଵାର୍ଥାଭିସନ୍ଧି ବ୍ୟତୀତ ଅର୍ଥାତ୍ ଭବିଷ୍ୟତର କୌଣସି ଚିନ୍ତା—ଯେପରି ସ୍ୱର୍ଗଲାଭର ଆକାଙକ୍ଷା,