ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତି ସାଂଖ୍ୟଦର୍ଶନ ମତରେ ପ୍ରକୃତି ତିନୋଟି ଉପାଦାନରେ ଗଠିତ—ସଂସ୍କୃତ ଭାଷାରେ ଏହି ଉପାଦାନ–କ୍ରୟର ନାମ ସତ୍ତ୍ବ, ରଜଃ ଓ ତମଃ । ବାହ୍ୟ ଜଗତରେ ଏଗୁଡ଼ିକର ପ୍ରକାଶକୁ ଆମେ ସମତା, କ୍ରିୟାଶୀଳତା ଓ ଜଡ଼ତା କହିପାରୁ । ତମଃ ଗୁଣର ଲକ୍ଷଣ ଅନ୍ଧକାର ବା କର୍ମଶୂନ୍ୟତା; ରଜଃ—କର୍ମଶୀଳତା, ଆକର୍ଷଣ ଓ ବିକର୍ଷଣ ରୂପେ ପ୍ରକାଶିତ; ଆଉ ସତ୍ତ୍ଵ–ଏହି ଦୁଇ ଗୁଣର ସାମ୍ୟବସ୍ଥା । ପ୍ରତ୍ୟେକ ବ୍ୟକ୍ତି ଭିତରେ ହିଁ ଏହି ଶକ୍ତିତ୍ରୟ ରହିଅଛି । ଯେବେ ତମ ପ୍ରବଳ ହୁଏ– ଆମେ ଆଳସ୍ୟପରାୟଣ ହେଉ, ଆମେ ଯେପରି ଆଉ ହଲଚଲ ହୋଇପାରୁ ନାହିଁ, ନିଷ୍କର୍ମା ହୋଇଯାଉ, କେତେଗୁଡ଼ିଏ ଭାବର ଅଥବା କେବଳ ଜଡ଼ତାର ବନ୍ଧନରେ ଆବଦ୍ଧ ହୋଇପଡୁ । ପୁଣି କେବେ କେବେ କର୍ମଶୀଳତା ପ୍ରବଳ ହୁଏ । ଅନ୍ୟ ସମୟରେ ପୁଣି ଉଭୟ ଭାବର ସାମ୍ୟ ଆମେ ଅନୁଭବ କରୁ, ମନରେ ଶାନ୍ତଭାବ ଆସେ । ଭିନ୍ନ ଭିନ୍ନ ବ୍ୟକ୍ତିଙ୍କଠାରେ ସଚରାଚର ଏହି ଉପାଦାନତ୍ରୟ ମଧ୍ୟରୁ କୌଣସି ଗୋଟିକର ପ୍ରାଧାନ୍ୟ ଦେଖାଯାଏ । ଜଣେ ହୁଏତ କର୍ମଶୂନ୍ୟତା, ଆଳସ୍ୟ ଓ ଜାଡ୍ୟୁଲକ୍ଷଣାନ୍ବିତ; ଅନ୍ୟ ଜଣକର ପ୍ରଧାନ ଲକ୍ଷଣ-କର୍ମଶୀଳତା, ଶକ୍ତି, ମହାଶକ୍ତିର ବିକାଶ; ପୁନଶ୍ଚ ଅନ୍ୟ କାହା ଭିତରେ ଆମେ ଶାନ୍ତ ମଧୁର ଭାବ ଦେଖିବାକୁ ପାଉ—ଏହା ଏହି ପୂର୍ବୋକ୍ତ ଗୁଣଦ୍ବୟ ଅର୍ଥାତ୍‌ କ୍ରିୟାଶୀଳତା ଓ ନିଷ୍କ୍ରିୟତାର ସାମଞ୍ଜସ୍ୟ । ଅତଏବ ସମଗ୍ର ଜଗତରେ ପଶୁ, ଉଭିଦ ଓ ମନୁଷ୍ୟ—ସମସ୍ତଙ୍କ ମଧ୍ୟରେ ଆମେ ଏହି ବିଭିନ୍ନ ଶକ୍ତିର ଊଣା-ଅଧିକ ପ୍ରକାଶ ଦେଖିବାକୁ ପାଉ । ଏହି ତ୍ରିବିଧ ଗୁଣ ବା ଉପାଦାନ ହିଁ ବିଶେଷ ଭାବରେ କର୍ମଯୋଗର ଆଲୋଚ୍ୟ ବିଷୟ । ଏଗୁଡ଼ିକର ସ୍ଵରୂପ ଓ ବ୍ୟବହାର—କୌଶଳ ଶିଖାଇ କର୍ମଯୋଗ ଆମକୁ ଭଲଭାବରେ କର୍ମ କରିବା ପାଇଁ ସାହାଯ୍ୟ କରେ । ମାନବସମାଜ ଗୋଟିଏ କ୍ରମନିବଦ୍ଧ ସଂଗଠନ । ଏହାର ଅନ୍ତର୍ଗତ ବ୍ୟକ୍ତିଗଣ ସମସ୍ତେ ହିଁ ଯେପରି ଗୋଟିଏ ଗୋଟିଏ ଶ୍ରେଣୀରେ ଓ ବିଭିନ୍ନ ସୋପାନରେ ଅବସ୍ଥିତ । ସୁନୀତି ଓ କର୍ତ୍ତବ୍ୟ କାହାକୁ କୁହାଯାଏ, ତାହା ଆମେ ସମସ୍ତେ ଜାଣୁ, କିନ୍ତୁ ଦେଖାଯାଏ ଯେ, ଭିନ୍ନ ଭିନ୍ନ ଦେଶରେ ଏହି ନୈତିକ ଧାରଣା ଅତ୍ୟନ୍ତ ଭିନ୍ନ । ଗୋଟିଏ ଦେଶରେ ଯାହା ସୁନୀତି ବୋଲି ବିବେଚିତ ହୁଏ, ଅନ୍ୟ ଦେଶରେ ହୁଏତ ତାହା ସମ୍ପୂର୍ଣ ଦୁର୍ନୀତି ବୋଲି ପରିଗଣିତ । ଦୃଷ୍ଟାନ୍ତସ୍ଵରୂପ—କୌଣସି କୌଣସି ଦେଶରେ ଜ୍ଞାତିଭାଇ-ଭଗିନୀଙ୍କ ମଧ୍ୟରେ ବିବାହ ସମ୍ଭବ, ଅନ୍ୟ ଦେଶରେ ଏହା ନୀତିବିରୁଦ୍ଧ ବୋଲି ବିବେଚିତ ହୁଏ । କୌଣସି ଦେଶରେ ପୁରୁଷ ନିଜ ଭ୍ରାତୃବଧୁକୁ ବିବାହ କରିପାରେ; ଅନ୍ୟ ଦେଶରେ ଏହା ନୀତିବିରୁଦ୍ଧ ବୋଲି ବିବେଚିତ କୌଣସି ଦେଶରେ ପୁରୁଷ ନିଜ ଭ୍ରାତୃବଧୂକୁ ବିବାହ କରିପାରେ: ଅନ୍ୟ ଦେଶରେ ଏହା ନୀତିବିରୁଦ୍ଧ । କୌଣସି ଦେଶରେ ଥରେ ମାତ୍ର ବିବାହ ସମ୍ଭବ । ଅନ୍ୟ ଦେଶରେ ବହୁ-ବିବାହ ପ୍ରଚଳିତ । ଆମେ ସଦାଚାରର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଦେଖୁ ଯେ, ଏହାର ମାନ ବିଭିନ୍ନ ଦେଶରେ ଭିନ୍ନ; ତଥାପି ସଦାଚାରର ଯେ ଗୋଟିଏ ସାର୍ବଭୌମ ମାନ ଓ ଆଦର୍ଶ ଅଛି, ତାହା ଆମେ ବିଶ୍ଵାସ କରୁ । I