ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ୫୭ କର୍ଭବ୍ୟ ଓ ସଦାଚାର ଅବସ୍ଥା-ଭେଦରେ ଭିନ୍ନ ଭିନ୍ନ—ଏହା ସ୍ବୀକାର କରିବା ଛଡ଼ା ଆମର ଗତ୍ୟନ୍ତର ନାହିଁ । ଅନ୍ୟାୟର ପ୍ରତିକାର କଲେ ସବୁ କ୍ଷେତ୍ରରେ ଯେ ଅନ୍ୟାୟ ହେବ ତାହା ନୁହେଁ, ଅବସ୍ଥା ବିଶେଷରେ ଅନ୍ୟାୟର ପ୍ରତିରୋଧ କରିବା ହିଁ ମନୁଷ୍ୟର କର୍ତ୍ତବ୍ୟ । ତୁମେ ପାଶ୍ଚାତ୍ୟବାସୀଗଣ ଭଗବଦ୍ଗୀତାର ଦ୍ଵିତୀୟ ଅଧ୍ୟାୟ ପାଠ କରି ହୁଏତ ଆଶ୍ଚର୍ଯ୍ୟ ହୋଇଛି; ବିପକ୍ଷଗଣଙ୍କୁ ଆମୀୟ ଓ ବନ୍ଧୁବାନ୍ଧବ ବୋଲି କହି ଏବଂ ଅହିଂସା ହିଁ ପରମ ଧର୍ମ’ ଏହି କଥା କହି ଅର୍ଜୁନ ଯେତେବେଳେ ଯୁଦ୍ଧ କରିବାକୁ ମନା କରିଦେଲେ, ଅର୍ଥାତ୍ ପ୍ରତିରୋଧ କରିବା ପାଇଁ ଅନିଚ୍ଛା ପ୍ରକାଶ କଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ କାପୁରୁଷ ଓ କପଟୀ ବୋଲି କିପରି କହିଲେ ? ଏହା ଗୋଟିଏ ପ୍ରଧାନ ଶିକ୍ଷଣୀୟ ବିଷୟ ଯେ, ସବୁ ଘଟଣାରେ ହିଁ ଚରମ ବିପରୀତ ପ୍ରାନ୍ତ ଦୁଇଟି ଦେଖୁକୁ ଏକ ପ୍ରକାର । ଚରମ ‘ଅସ୍ତି' ଓ ଚରମ ନାସ୍ତି? ସର୍ବଦା ହିଁ ଆପାତତଃ ଏକାଭଳି ମନେହୁଏ । ଆଲୋକ-କମ୍ପନ ଅତି ମୃଦୁ ହେଲେ ଆମର ଦୃଷ୍ଟିଗୋଚର ହୁଏ ନାହିଁ, ଅତି ଦ୍ରୁତ ହେଲେ ମଧ୍ୟ ଆମେ ତାହା ଦେଖୁପାରୁ ନାହିଁ । ଶବ୍ଦ ସମ୍ବନ୍ଧରେ ମଧ୍ୟ ତଦୁପ; ଅତି ନିମ୍ନ ଗ୍ରାମର ଶବ୍ଦ ଶୁଣାଯାଏ ନାହିଁ ବା ଅତି ଉଚ୍ଚ ଗ୍ରାମର ଶବ୍ଦ ମଧ୍ୟ ଶୁଣାଯାଏ ନାହିଁ । ପ୍ରତିକାର ଓ ଅପ୍ରତିକାର’ର ପ୍ରଭେଦ ମଧ୍ୟ ତାହା । ଜଣେ କୌଣସି ଅନ୍ୟାୟର ପ୍ରତିକାର କରେ ନାହିଁ, କାରଣ ସେ ଦୁର୍ବଳ, ଅଳସୁଆ ଓ ପ୍ରତିକାର କରିବା ପାଇଁ ଅକ୍ଷମ; ପ୍ରତିକାର କରିବାର ଇଚ୍ଛା ନାହିଁ ବୋଲି ଯେ ସେ ପ୍ରତିକାର କରୁ ନାହିଁ, ତାହା ନୁହେଁ । ଅନ୍ୟ ଜଣେ ଜାଣେ, ଇଚ୍ଛା କଲେ ସେ ପ୍ରବଳ ଆଘାତ ଦେଇପାରେ, ତଥାପି ଯେ ସେ ଆଘାତ କରୁନାହିଁ ସେତିକି ନୁହେଁ, ବରଂ ଶତ୍ରୁକୁ ଆଶୀର୍ବାଦ ମଧ୍ୟ କରିଥାଏ । ଯେଉଁ ବ୍ୟକ୍ତି ଦୁର୍ବଳତାବଶତଃ ‘ପ୍ରତିକାର’ ନ କରେ, ସେ ପାପୀ; ତେଣୁ ଏହି ‘ଅପ୍ରତିକାର’ରୁ ସେ କୌଣସି ସୁଫଳ ଅର୍ଜନ କରେ ନାହିଁ । ଅଥଚ ଦ୍ବିତୀୟ ବ୍ୟକ୍ତି ଯଦି ପ୍ରତିକାର କରେ, ତେବେ ସେ ପାପ କରିବ । ବୁଦ୍ଧ ନିଜ ସିଂହାସନ ଓ ରାଜପଦ ତ୍ୟାଗ କଲେ—ଏହା ହିଁ ପ୍ରକୃତ ତ୍ୟାଗ । କିନ୍ତୁ ଯାହା ତ୍ୟାଗ କରିବାର କିଛି ନାହିଁ, ଯଥା ଭିକ୍ଷୁକ, ତା’ପକ୍ଷରେ ତ୍ୟାଗର କୌଣସି ପ୍ରଶ୍ନ ଉଠି ନ ପାରେ । ଅତଏବ ଏହି ‘ଅପ୍ରତିକାର’ ଓ ‘ଆର୍ଦଶ ପ୍ରେମ’ର କଥା କହିବା ସମୟରେ ଆମର ପ୍ରକୃତ ଅର୍ଥ କଅଣ, ସେ ଦିଗକୁ ବିଶେଷ ଭାବରେ ଦୃଷ୍ଟି ରଖୁବାକୁ ହେବ । ପ୍ରଥମେ ବୁଝିବାକୁ ହେବ, ପ୍ରତିକାର କରିବାର ଶକ୍ତି ଆମମାନଙ୍କର ଅଛି କି ନାହିଁ । ଶକ୍ତି ଥିବା ସତ୍ତେ ଯଦି ଆମେ ପ୍ରତିକାରଶୂନ୍ୟ ହେଉ, ତେବେ ଆମେ ବାସ୍ତବିକ ‘ପ୍ରେମ’ କଥାର ତାତ୍ପର୍ଯ୍ୟ ବୁଝିଛୁ; କିନ୍ତୁ ଯଦି ଆମର ପ୍ରତିକାର କରିବାର ଶକ୍ତି ନଥାଏ, ଅଥଚ ନିକ ମନକୁ ବୁଝାଇବା ପାଇଁ ଚେଷ୍ଟା କରୁ ଯେ ଆମେ ଅତି ଉଚ୍ଚ ପ୍ରେମର ପ୍ରେରଣାରେ କାର୍ଯ୍ୟ କରୁଛୁ, ତେବେ ଆମେ ଠିକ୍ ଏହାର ବିପରୀତ ଆଚରଣ ହିଁ କରିଥାଉ । ଅର୍ଜୁନ ମଧ୍ୟ ତାଙ୍କ ବିପକ୍ଷରେ ପ୍ରବଳ ସୈନ୍ୟବ୍ୟୁହ ସଜିତ ଦେଖ୍ ଭୀତ ହୋଇଥିଲେ । ମୋହବଶତଃ ସେ ଦେଶ ଓ ରାଜାଙ୍କ ପ୍ରତି କର୍ତ୍ତବ୍ୟ ଭୁଲି ଯାଇଥିଲେ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ କପଟୀ ବୋଲି କହିଥିଲେ, “ତୁମେ ପଣ୍ଡିତଙ୍କ ପରି କଥା କହୁଛି ଅଥଚ କାପୁରୁଷ ତୁଲ୍ୟ କର୍ମ କରୁଛି; ଉଠ, ଜାଗ୍ରତ ହୁଅ, ଦଣ୍ଡାୟମାନ ହୁଅ, ଯୁଦ୍ଧ କର ।* ଏହା ହିଁ କର୍ମଯୋଗର ପ୍ରଧାନ ଭାବ । କର୍ମଯୋଗୀ ଜାଣନ୍ତି ଯେ ଅପ୍ରତିକାର ହିଁ h ତୁଳନୀୟ; ଗୀତା-୨/୧୧,୩୭