ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ନ ମିଥ୍ୟାଭାଷଣଂ କୁର୍ଯ୍ୟାତ୍ ନ ଚ ଶାଠ୍ୟ ସମାଚରେଡ୍ । ଦେବତାତିଥପୂଜାସୁ ଗୃହସ୍ତେ ନିରତୋ ଭବେତ୍ । ୮/୨୪ —ଗୃହସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ ଜୀବିକାର୍ଜନ; କିନ୍ତୁ ତାଙ୍କୁ ବିଶେଷ ଭାବରେ ଲକ୍ଷ୍ୟ ରଖିବାକୁ ହେବ ଯେ ମିଥ୍ୟା କଥା କହି, ପ୍ରତାରଣାଦ୍ଵାରା କିମ୍ବା ଅପହରଣଦ୍ଵାରା ଯେପରି ସେ ତାହା ସଂଗ୍ରହ ନ କରନ୍ତି । ପୁନଶ୍ଚ ତାଙ୍କୁ ସ୍ମରଣ ରଖିବାକୁ ହେବ, ତାଙ୍କ ଜୀବନ ଈଶ୍ବରଙ୍କ ସେବା ନିମିତ୍ତ, ଦରିଦ୍ର ଓ ଅଭାବଗ୍ରସ୍ତମାନଙ୍କର ସେବା ପାଇଁ ଉଦ୍ଧିଷ୍ଟ । ୬୧ ମାତରଂ ପିତରଥୈବ ସାକ୍ଷାତ୍‌ ପ୍ରତ୍ୟକ୍ଷଦେବତାମ୍ । ମତ୍ସ୍ୟ ଗୃହୀ ନିଷେବେତ ସଦା ସର୍ବପ୍ରଯନୂତଃ ॥ ୮/୨୫ —ମାତା ଓ ପିତାଙ୍କୁ ସାକ୍ଷାତ୍ ଦେବତା ଜାଣି ଗୃହୀ ବ୍ୟକ୍ତି ସର୍ବଦା ପ୍ରଯନ୍ତ୍ର ସହକାରେ ସେମାନଙ୍କର ସେବା କରିବେ । ତୁଷ୍ଟାୟାଂ ମାତରି ଶିବେ ତୁଝେ ପିତରି ପାର୍ବତି । ତବ ପ୍ରୀତିର୍ଭବେଦ୍ବେବି ପରବ୍ରହ୍ମ ପ୍ରସୀଦତି ॥ ୮/୨୬ —ଯଦି ମାତା ଓ ପିତା ତୁଷ୍ଟ ହୁଅନ୍ତି, ତେବେ ସେହି ବ୍ୟକ୍ତି ପ୍ରତି ଭଗବାନ ମଧ୍ୟ ପ୍ରୀତ ହୁଅନ୍ତି । ହେ ପାର୍ବତୀ, ତୁମେ ମଧ୍ୟ ତାଙ୍କ ପ୍ରତି ପ୍ରୀତା ହୁଅ । ଔଦ୍ଧତ୍ୟ ପରିହାସଞ୍ଚ ତର୍ଜନଂ ପରିଭାଷଣମ୍ । ପିତ୍ରୋରଗ୍ରେ ନ କୁର୍ନୀତ ଯଦୀଛେଦାତ୍ମନୋ ହିତମ୍ ॥ ମାତରଂ ପିତରଂ ବୀକ୍ଷ୍ୟ ନଡ଼ୋଭିଷେତ୍ ସସମଃ । ବିନାଜ୍ଞୟା ନୋପବିଶେତ୍ ସଂସ୍ଥିତଃ ପିତୃଶାସନେ ॥ ୮/୩୦-୩୧ –ପିତାମାତାଙ୍କ ସମ୍ମୁଖରେ ଔଦ୍ଧତ୍ୟ, ପରିହାସ, ଚଞ୍ଚଳତା ଓ କ୍ରୋଧପ୍ରକାଶ କରିବ ନାହିଁ । ଯେଉଁ ସନ୍ତାନ ପିତାମାତାଙ୍କୁ କେବେହେଲେ କର୍କଶ କଥା କହେ ନାହିଁ, ସେ ପ୍ରକୃତ ସୁସନ୍ତାନ । ପିତାମାତାଙ୍କୁ ଦର୍ଶନ କରି ସମ୍ବ୍ରମ ସହକାରେ ପ୍ରଣାମ କରିବ, ସେମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ରହିବ, ଯେପର୍ଯ୍ୟନ୍ତ ସେମାନେ ବସିବା ପାଇଁ ଅନୁମତି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ବସିବ ନାହିଁ । ମାତରଂ ପିତରଂ ପୁରଂ ଦାରାନତିଥ୍‌ଦରାନ୍ । ହିତ୍ମା ଗୃହୀ ନ ଭୁଞ୍ଜୀୟାତ୍ ପ୍ରାଣି କଣ୍ଠଗତୈରପି ॥ ବଞ୍ଚୟିତ୍ୱ ଗୁରୁନ୍ ବନ୍ଧୁନ ଯୋ ଭୁକ୍ତେ ସ୍ବେଦରମ୍ଭରଃ । ଇହେବ ଲୋକେ ଗର୍ଯ୍ୟୋଽସୌପରତ୍ର ନାରକୀ ଭବତେ ।। ୮/୩୩-୩୪ —ମାତା, ପିତା, ପୁତ୍ର, ପନୀ, ଭ୍ରାତା ଓ ଅତିଥିଙ୍କୁ ଭୋଜନ ନ କରାଇ ଯେ ଗୃହୀ ନିଜର ଉଦର ପୂରଣ କରେ, ସେ ପାପୀ । ଜନନ୍ୟା ବଦ୍ଧିତୋ ଦେହୋ ଜନକେନ ପ୍ରଯୋଜିତଃ । ସୃଜନିଃ ଶିକ୍ଷିତଃ ପ୍ରୀତ୍ୟା ସୋଧମସ୍ତାନ୍ ପରିତ୍ୟଜେତ ॥ ଏଷାମର୍ଥେ ମହେଶାନି କୃତ୍ୱା କଷ୍ଟଶତାନ୍ୟପି । ପ୍ରଣୟେତ୍ ସତତଂ ଶକ୍ତି ଧର୍ମେ ଜ୍ୟେଷ ସନାତନଃ ॥ ୮/୩୬–୩୭