ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା —ପିତାମାତାଙ୍କଠାରୁ ଏ ଦେହ ଉତ୍ପନ୍ନ ହୋଇଅଛି, ଅତଏବ ଶତସହସ୍ର କଷ୍ଟ ସ୍ଵୀକାର କରି ମଧ୍ୟ ସେମାନଙ୍କର ପ୍ରୀତିସାଧନ କରିବା ଉଚିତ । ନ ଭାର୍ଯ୍ୟାନ୍ତାଡ଼ୟେତ୍ କ୍ବାପି ମାତୃବତ୍ ପାଳୟେତ୍ ସଦା । ନ ତ୍ୟଜେତ୍ ଘୋରକଷ୍ଟେଽପି ୟଦି ସାୟୀ ପତିବ୍ରତା | ସ୍ଥିତେଷୁ ସ୍ବୀୟଦାରେଷୁ ପ୍ରିୟମସ୍ୟା ନ ସଂସ୍କୃଶେତ୍ । ଦୁଷ୍ଟେନ ଚେତସା ବିଦ୍ବାନ୍ ଅନ୍ୟଥା ନାରକୀ ଭବେତ୍ । ବିରଳେ ଶୟନଂ ବାସଂ ତ୍ୟଜେତ୍ ପ୍ରାଜ୍ଞୀ ପରସିୟା । ଅଯୁକ୍ତଭାଷଣବ ପ୍ରିୟଂ ଶୌର୍ଯ୍ୟ ନ ଦର୍ଶୟେତ ॥ ଧନେନ ବାସସ ପ୍ରେମ୍ନା ଶ୍ରଦ୍ଧୟାମୃତଭାଷଣି । ୬୨ ସତତଂ ତୋଷୟେଦ୍ଦାରାନ୍ ନାପ୍ରିୟଂ କ୍ଵଚିଦାଚରେଡ୍ ॥ ୮/୩୯-୪୨ ୟସ୍କ୍ରିନ୍ନରେ ମହେଶାନି ତୁଷ୍ଟା ଭାର୍ଯ୍ୟା ପତିବ୍ରତା । ସର୍ବୋଧର୍ମୀ କୃତସ୍ତେନ ଭବତି ପ୍ରିୟ ଏବଂ ୟଃ ॥ ୮/୪୪ —ନିଜ ଭାର୍ଯ୍ୟା ପ୍ରତି ମଧ୍ୟ ଗୃହସ୍ଥର ନିମ୍ନଲିଖ୍ କର୍ତ୍ତବ୍ୟ ଅଛି: ଗୃହୀ ବ୍ୟକ୍ତି ପତ୍ନୀଙ୍କୁ କେବେହେଲେ ତାଡ଼ନା କରିବେ ନାହିଁ, ତାଙ୍କୁ ସର୍ବଦା ମାତୃବତ୍ ପାଳନ କରିବେ । ଯଦି ସେ ସାୟୀ ଓ ପତିବ୍ରତା ହୁଅନ୍ତି, ତେବେ ଘୋର କଷ୍ଟରେ ପଡ଼ିଲେ ମଧ୍ୟ ତାଙ୍କୁ ତ୍ୟାଗ କରିବେ ନାହିଁ । ବିଦ୍ୱାନ ବ୍ୟକ୍ତି ନିଜ ପତ୍ନୀଙ୍କ ଜୀବିତାବସ୍ଥାରେ ଅନ୍ୟ ସ୍ତ୍ରୀକୁ ଦୁଷିତ ଚିତ୍ତରେ ସ୍ପର୍ଶ କରିବେ ନାହିଁ । ଏପରି କଲେ ତାଙ୍କର ନରକଗତି ହୋଇଥାଏ । ପ୍ରାଜ୍ଞ ବ୍ୟକ୍ତି ପର ସ୍ତ୍ରୀ ସହିତ ନିର୍ଜନରେ ଶୟନ ବା ବାସ କରିବେ ନାହିଁ । ସ୍ତ୍ରୀଲୋକମାନଙ୍କ ସମ୍ମୁଖରେ ଅଶିଷ୍ଟ ବାକ୍ୟ କହିବେ ନାହିଁ କିମ୍ବା ନିଜର ବାହାଦୁରି ମଧ୍ୟ ଦେଖାଇବେ ନାହିଁ । ଧନ, ବସ୍ତ୍ର, ପ୍ରେମ, ଶ୍ରଦ୍ଧା, ବିଶ୍ୱାସ ଓ ଅମୃତତୁଲ୍ୟ ବାକ୍ୟ ଦ୍ୱାରା ପତ୍ନୀଙ୍କର ସନ୍ତୋଷ ବିଧାନ କରିବେ । କେବେହେଲେ ତାଙ୍କ ପ୍ରତି ଅପ୍ରିୟ ଆଚରଣ କରିବେ ନାହିଁ । ହେ ପାର୍ବତୀ, ଯେଉଁ ବ୍ୟକ୍ତିଙ୍କ ଉପରେ ପତିବ୍ରତା ଭାର୍ଯ୍ୟା ତୁଷ୍ଟା ଥାଆନ୍ତି, ସେ ସମୁଦାୟ ଧର୍ମ ଆଚରଣ କରିଛନ୍ତି ଏବଂ ସେ ତୁମର ପ୍ରିୟ । ଚତୁର୍ବଷାବଧୂ ସୁତାନ୍ ଲାଳୟେତ ପାଳୟେତ୍ ପିତା । ତତଃ ଷୋଡ଼ଶପର୍ଯ୍ୟନ୍ତ ଗୁଣାନ୍ ବିଦ୍ୟାଞ୍ଚ ଶିକ୍ଷୟତ୍ | ବିଶଂତ୍ୟଦାଧ୍ୱକାନ୍ ପୁତ୍ରାନ୍ ପ୍ରେଷଦ୍ ଗୃହକର୍ମସୁ । ତତୟାଂସ୍କୁଲ୍ୟଭାବେନ ମତ୍ବା ସ୍ନେହଂ ପ୍ରଦର୍ଶୟେତ୍ ॥ କନ୍ୟାଫୋବଂ ପାଳନୀୟା ଶିକ୍ଷଣୀୟାତିଯନୂତଃ । ଦେୟା ବରାୟ ବିଦୂଷେ ଧନରସମନ୍ବିତା ॥ ୮/୪୫-୪୭ —ପୁତ୍ରକନ୍ୟାଙ୍କ ପ୍ରତି ଗୃହସ୍ଥର କର୍ତ୍ତବ୍ୟ ଏହିପରି : ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପୁତ୍ରମାନଙ୍କୁ ଲାଳନ ପାଳନ କରିବ, ପରେ ଷୋଡ଼ଶ ବର୍ଷ ପର୍ଯ୍ୟନ୍ତ ନାନାବିଧ ସଦ୍‌ଗୁଣ ଓ ବିଦ୍ୟା ଶିକ୍ଷା ଦେବ, ବିଂଶତି ବର୍ଷ ବୟସ ଅତିକ୍ରମ କଲେ ସେମାନଙ୍କୁ ଗୃହକର୍ମରେ ନିଯୁକ୍ତ କରିବ । ତା’ପରେ ଆତ୍ମତୁଲ୍ୟ ବିବେଚନା କରି ସେମାନଙ୍କ ପ୍ରତି ସ୍ନେହ ପ୍ରଦର୍ଶନ କରିବ । ଏହିପରି କନ୍ୟାକୁ ମଧ୍ୟ ପାଳନ କରିବାକୁ ହେବ, ଅତି ଯନପୂର୍ବକ ଶିକ୍ଷା ଦେବାକୁ ହେବ ଏବଂ ଧନରନ୍ଧ ସହିତ ବିଦ୍ବାନ୍ ବରକୁ ସମ୍ପ୍ରଦାନ କରିବାକୁ ହେବ ।