ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ଏବଂ କ୍ରମେଣ ଭ୍ରାଭାଂଶ୍ଚ ସ୍ବସୃଭାତସୁତାନପି । ଜ୍ଞାତୀନ୍ ମିତ୍ରାଣି ଭୃତ୍ୟାଶ୍ଚ ପାଳୟେତ୍ତୋଷୟେଦ୍ ଗୃହୀ || ତତଃ ସ୍ବଧର୍ମନିରତାନେକଗ୍ରାମନିବାସିନଃ । ଅଭ୍ୟାଗତାନୁଦାସୀନାନ ଗୃହସ୍ଥ ପରିପାଳୟେତ୍ । ଯଦୋବଂ ନାଚରେଦ୍ବେବି ଗୃହସ୍ତୋ ବିଭବେ ସତି । ପଶୁରେବ ସ ବିଜ୍ଞେୟଂ ସ ପାପୀ ଲୋକଗର୍ହିତଃ ॥ ୮/୪୮-୫୦ ୬୩ —ଗୃହୀ ବ୍ୟକ୍ତି ଏହି ପ୍ରକାରେ ଭ୍ରାତା-ଭଗିନୀ, ଭ୍ରାତୁଶ୍ରୁତ୍ର, ଭାଗିନେୟ, ଜ୍ଞାତି, ବନ୍ଧୁ ଓ ଭୃତ୍ୟମାନଙ୍କୁ ପ୍ରତିପାଳନ ଏବଂ ସେମାନଙ୍କର ସନ୍ତୋଷ ବିଧାନ କରିବେ । ଏତଦ୍ବ୍ୟତୀତ ଗୃହସ୍ଥ ବ୍ୟକ୍ତି ସ୍ବଧର୍ମନିରତ, ଏକ ଗ୍ରାମବାସୀ, ଅଭ୍ୟାଗତ ଓ ଉଦାସୀନଗଣଙ୍କୁ ପରିପାଳନ କରିବେ । ହେ ଦେବୀ ! ବିଭବ ସତ୍ତ୍ବେ ଯଦି ଗୃହସ୍ଥ ଏହିପରି ଆଚରଣ ନ କରନ୍ତି, ତେବେ ତାଙ୍କୁ ପଶୁତୁଲ୍ୟ ବୁଝିବାକୁ ହେବ; ସେ ଜନସମାଜରେ ନିନ୍ଦନୀୟ ଓ ପାପୀ । ନିଦ୍ରାଳସ୍ୟ ଦେହଯନଂ କେଶବିନ୍ୟାସମେବ ଚ । ଆସକ୍ତିମଶନେ ବସ୍ତ୍ର ନାତିରିକ୍ତ ସମାଚରେ ॥ ଯୁକ୍ତାହାରୋ ଯୁକ୍ତନିଦ୍ରା ମିତବାମିତମୈଥୁନଃ । ସ୍ଵଚ୍ଛା ନମଃ ଶୁଚିକ୍ଷା ଯୁନଃ ସ୍ୟାତ୍ ସର୍ବକର୍ମଷୁ ॥ ୮/୫୧–୫୨ —ଗୃହୀ ବ୍ୟକ୍ତି ଅତିରିକ୍ତ ନିଦ୍ରା, ଆଳସ୍ୟ, ଦେହର ଯନ୍ତ୍ର, କେଶବିନ୍ୟାସ ଏବଂ ଅଶନବସନରେ ଆସକ୍ତି ତ୍ୟାଗ କରିବେ । ଗୃହୀ ବ୍ୟକ୍ତି ଆହାର, ନିଦ୍ରା, ବାକ୍ୟ ଓ ମୈଥୁନ— ଏହିସବୁ ପରିମିତଭାବରେ କରିବେ । ଗୃହସ୍ଥ ଅକପଟ, ନମ୍ର,ବାହ୍ୟନ୍ତର ଶୌଚସମ୍ପନ୍ନ, ନିରାଳସ୍ୟ ଓ ଉଦ୍ୟୋଗଶୀଳ ହେବେ । ଶୂରଃ ଶତ୍ରୁ ବିନୀତଃ ସ୍ୟାତ୍ ବାନ୍ଧବେ ଗୁରୁସନ୍ନିଧୌ ॥ ୮/୫୩ —ଗୃହୀ ବ୍ୟକ୍ତି ଶତ୍ରୁ ସମକ୍ଷରେ ଶୌର୍ଯ୍ୟ ବୀର୍ଯ୍ୟ ଅବଲମ୍ବନ କରିବେ ଏବଂ ଗୁରୁ ଓ ବନ୍ଧୁମାନଙ୍କ ସମୀପରେ ବିନୀତ ହେବେ । ଶତ୍ରୁମାନଙ୍କୁ ବୀର୍ଯ୍ୟପ୍ରକାଶ କରି ଶାସନ କରିବାକୁ ହେବ । ଏହା ଗୃହସ୍ଥର ଅବଶ୍ୟ କର୍ତ୍ତବ୍ୟ । ଗୃହସ୍ଥ ଘରକୋଣରେ ବସି ରୋଦନ କରିବେ ନାହିଁ, ପ୍ରତିକାର ଶୂନ୍ୟ ହୋଇ ରହିବେ ନାହିଁ । ଗୃହସ୍ଥ ଯଦି ଶତ୍ରୁମାନଙ୍କ ନିକଟରେ ଶୌର୍ଯ୍ୟ ପ୍ରଦର୍ଶନ ନ କରନ୍ତି, ତାହାହେଲେ ତାଙ୍କର କର୍ତ୍ତବ୍ୟରେ ସେ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବୁଝିବାକୁ ହେବ; କିନ୍ତୁ ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ଓ ଗୁରୁଙ୍କ ନିକଟରେ ମେଷତୁଲ୍ୟ ଶାନ୍ତ ନିରୀହଭାବ ଅବଲମ୍ବନ କରିବେ । କୁଗୁପ୍ସିତାନ ନ ମନ୍ୟତ ନାବମନ୍ୟତ ମାନିନଃ ॥ ୮/୫୩ —ନିନ୍ଦିତ ଅସତ୍ ବ୍ୟକ୍ତିଗଣଙ୍କୁ ସମ୍ମାନ ଦେବ ନାହିଁ ଏବଂ ସମ୍ମାନର ଯୋଗ୍ୟ ବ୍ୟକ୍ତିଗଣଙ୍କୁ ଅବମାନନା କରିବ ନାହିଁ 1 ଅସତ୍ ବ୍ୟକ୍ତିକୁ ସମ୍ମାନ ପ୍ରଦର୍ଶନ କରିବା ଗୃହୀର କର୍ତ୍ତବ୍ୟ ନୁହେଁ; କାରଣ ଏହାଦ୍ଵାରା ଅସତ୍ ବିଷୟକୁ ହିଁ ପ୍ରଶ୍ରୟ ଦିଆଯାଏ । ପୁଣି ଯେଉଁମାନେ ସମ୍ମାନର ଅଧିକାରୀ ସେମାନଙ୍କୁ ଯଦି ଗୃହସ୍ଥ ସମ୍ମାନ ପ୍ରଦର୍ଶନ ନ କରନ୍ତି, ତାହା ମଧ୍ୟ ତାଙ୍କ ପକ୍ଷରେ ଅନ୍ୟାୟ ।
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୩
ଦେଖଣା