ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସୌହାର୍ଯ୍ୟ ବ୍ୟବହାରାଂଶ୍ଚ ପ୍ରବୃଭିଂ ପ୍ରକୃତଂ ନୃଣାମ୍ । ସହବାସେନ ତର୍କେଶ୍ଚ ବିଦିତ୍ବା ବିଶ୍ୱସେତ୍ତତଃ ॥୮/୫୪ –ଏକତ୍ରବାସ ଓ ସବିଶେଷ ପର୍ଯ୍ୟାଲୋଚନାଦ୍ୱାରା ଲୋକର ବନ୍ଧୁତ୍ବ, ବ୍ୟବହାର, ପ୍ରବୃତ୍ତି ଓ ପ୍ରକୃତି ଜାଣି ସେମାନଙ୍କ ଉପରେ ବିଶ୍ଵାସ କରିବା ଉଚିତ । ଗୃହସ୍ଥ ଯେ କୌଣସି ବ୍ୟକ୍ତି ସହିତ ବନ୍ଧୁତ୍ଵ କରିବେ ନାହିଁ, ସେ ଯେ କୌଣସି ସ୍ଥାନକୁ ଯାଇ ଅଜ୍ଞାତ ଲୋକ ସହିତ ହଠାତ୍ ବନ୍ଧୁତ୍ଵ କରିବେ ନାହିଁ । ପ୍ରଥମତଃ ଯେଉଁମାନଙ୍କ ସହିତ ବନ୍ଧୁତ୍ବ କରିବାର ଇଚ୍ଛା, ସେମାନଙ୍କର କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ସହିତ ସେମାନଙ୍କର ବ୍ୟବହାର ବିଶେଷ ଭାବରେ ପର୍ଯ୍ୟବେକ୍ଷଣ କରି, ସେଗୁଡ଼ିକୁ ଭଲଭାବରେ ବିଚାର କରି ତାଙ୍କ ସହିତ ବନ୍ଧୁତ୍ଵ ପ୍ରତିଷ୍ଠା କରିବା ଉଚିତ । ସ୍ଵୟଂ ଯଶଃ ପୌରୁଷଞ୍ଚ ଗୁପ୍ତୟେ କଥ୍ତ ଯତ୍ନ । କୃତଂ ୟଦୁପକାରାୟ ଧର୍ମ ନ ପ୍ରକାଶୟେତ୍ ॥ ୮/୫୬ ୬୪ —ଗୃହସ୍ଥ ତିନୋଟି ବିଷୟରେ କିଛି କହିବେ ନାହିଁ । ନିଜ ଯଶ ଓ ପୌରୁଷ, ଅନ୍ୟଙ୍କ ଦ୍ଵାରା କଥ୍ତ ଗୁପ୍ତକଥା ଏବଂ ଜଣଙ୍କ ଉପକାରାର୍ଥ ସେ ଯାହା କରିଛନ୍ତି, ତାହା ଧର୍ମଜ୍ଞ ଗୃହସ୍ଥ ସର୍ବସାଧାରଣଙ୍କ ନିକଟରେ ପ୍ରକାଶ କରିବେ ନାହିଁ । ଗୃହସ୍ଥ ନିଜକୁ ଦରିଦ୍ର ବା ଧନୀ ବୋଲି ପ୍ରକାଶ କରିବେ ନାହିଁ । ସେ ନିଜେ ଧନର ଗର୍ବ କରିବେ ନାହିଁ । ଏ ବିଷୟ ସେ ଗୋପନରେ ରଖିବେ । ଏହା ହିଁ ତାଙ୍କର ଧର୍ମ; ଏହା କେବଳ ତାଙ୍କର ସାଂସାରିକ ବିଜ୍ଞତାର ଅନ୍ତର୍ଭୁକ୍ତ ନୁହେଁ । ଯଦି କେହି ଏପରି ଆଚରଣ ନ କରନ୍ତି, ତେବେ ତାଙ୍କୁ ଦୁର୍ନୀତିପରାୟଣ ବୋଲି କୁହାଯାଇପାରେ । ଗୃହସ୍ଥ ହିଁ ସମଗ୍ର ସମାଜର ମୂଳଭିଭି ଓ ଅବଲମ୍ବନ ସ୍ଵରୂପ, ସେ ପ୍ରଧାନ ଧନ ଉପାର୍ଜନକାରୀ । ଦରିଦ୍ର ଓ ଦୁର୍ବଳ ଏବଂ ବାଳକ-ବାଳିକା ଓ ସ୍ତ୍ରୀଲୋକମାନେ —ଯେଉଁମାନେ (ଘର ବାହାରେ) କୌଣସି କାମ କରନ୍ତି ନାହିଁ- ସେମାନେ ସମସ୍ତେ ଗୃହସ୍ଥ ଉପରେ ନିର୍ଭର କରନ୍ତି । ଅତଏବ ଗୃହସ୍ତକୁ କେତେଗୁଡ଼ିଏ କର୍ତ୍ତବ୍ୟ କରିବାକୁ ହେବ ଏବଂ ସେହି କର୍ତ୍ତବ୍ୟଗୁଡ଼ିକ ଏପରି ହେବା ଉଚିତ, ଯେପରିକି ସେଗୁଡ଼ିକ ସାଧନା କରୁ କରୁ ସେ ଦିନକୁ ଦିନ ନିଜ ହୃଦୟରେ ଶକ୍ତିର ବିକାଶ ଅନୁଭବ କରିବେ, ସେ ଯେପରି ମନେ ନ କରନ୍ତି ଯେ ସେ ନିଜ ଆଦର୍ଶ ଅନୁସାରେ କାର୍ଯ୍ୟ କରୁନାହାନ୍ତି । ଏହି କାରଣରୁ — ଜୁଗୁପ୍‌ସିତପ୍ରବୃଭୌ ଚ ନିଶ୍ଚିତେଽପି ପରାଜୟେ । ଗୁରୁଣା ଲଘୁନା ଚାପି ଯଶସ୍ବୀ ନ ବିବାଦୟେତ୍ ॥ ୮/୫୭ —ଯଦି ଗୃହସ୍ଥ କେବେ କୌଣସି ଅନ୍ୟାୟ ବା ନିନ୍ଦିତ କାର୍ଯ୍ୟ କରନ୍ତି ଅଥବା ଏପରି କୌଣସି କାମରେ ନିଯୁକ୍ତ ହୁଅନ୍ତି, ଯଦ୍ବାରା ସେ ନିଶ୍ଚୟ ଅକୃତକାର୍ଯ୍ୟ ହେବେ, ତାହା ମଧ୍ୟ ସେ ସାଧାରଣଙ୍କ ନିକଟରେ ପ୍ରକାଶ କରିବେ ନାହିଁ । ନିଜର ଦୋଷ ପ୍ରକାଶ କରିବାର କୌଣସି ପ୍ରୟୋଜନ ତ ନାହିଁ, ଅଧୂକନ୍ତୁ ଏହାଦ୍ୱାରା ନିରୁତ୍ସାହିତ ହୋଇ ଯଥାଯଥ କର୍ତ୍ତବ୍ୟ ପାଳନ ସେ କରିପାରନ୍ତି ନାହିଁ । ସେ ଯେଉଁ ଅନ୍ୟାୟ କରିଛନ୍ତି, ସେଥ୍ପାଇଁ ତାଙ୍କୁ ପରିଣତି ଭୋଗିବାକୁ ହିଁ ପଡ଼ିବ, ଏବଂ ତାଙ୍କୁ ପୁନରାୟ ଚେଷ୍ଟା କରିବାକୁ ହେବ, ଯେପରି କି ସେ ଭବିଷ୍ୟତରେ ତାହା ଭଲ ଭାବରେ କରିପାରନ୍ତି । ଜଗତ ସର୍ବଦା ଶକ୍ତିମାନ୍ ଓ ଦୃଢ଼ଚିତ୍ତ ବ୍ୟକ୍ତିମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥାଏ ।