ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୬୫ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ଗୃହସ୍ଥକୁ ଜ୍ଞାନ ଓ ତତ୍‌ସହିତ ଧନ ମଧ୍ଯ ଉପାର୍ଜନ ପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ହେବ । ଏହା ହିଁ ତାଙ୍କର କର୍ତ୍ତବ୍ୟ । ଗୃହସ୍ଥ ଯଦି ତାଙ୍କର ଏହି କର୍ତ୍ତବ୍ୟ ପାଳନ ନ କରନ୍ତି, ତେବେ ସେ ଗୃହସ୍ଥ ପଦବାଚ୍ୟ ନୁହଁନ୍ତି । ଯଦି କୌଣସି ଗୃହସ୍ଥ ଅର୍ଥୋପାର୍ଜନ ପାଇଁ ଚେଷ୍ଟା ନ କରନ୍ତି ତେବେ ସେ ଦୁର୍ନୀତିପରାୟଣ । ଯଦି ସେ ଆଳସ୍ୟରେ ଜୀବନଯାପନ କରି ସେଥ୍‌ରେ ସନ୍ତୁଷ୍ଟ ରହନ୍ତି, ତେବେ ସେ ଅସତ୍ ପ୍ରକୃତିର ବୋଲି କହିବାକୁ ହେବ, କାରଣ ତାଙ୍କ ଉପରେ ବହୁ ବ୍ୟକ୍ତି ନିର୍ଭର କରୁଛନ୍ତି ଓ ଯଦି ସେ ଯଥେଷ୍ଟ ଧନ ଉପାର୍ଜନ ନକରନ୍ତି ତେବେ ସେମାନଙ୍କର ଭରଣପୋଷଣ ଅସମ୍ଭବ ହେବ । ଯଦି ଏହି ସହରରେ ବହୁ ସଂଖ୍ୟକ ଲୋକେ ଧନୀ ନ ହୋଇଥାନ୍ତେ, ତେବେ ଏହି ସଭ୍ୟତା–ଦରିଦ୍ରାଳୟ ଓ ବଡ଼ ବଡ଼ କୋଠାଘର ସବୁ କେଉଁଠି ଥାଆନ୍ତା ? ତେଣୁ ଅର୍ଥୋପାର୍ଜନ କରିବା ଅନ୍ୟାୟ ନୁହେଁ, କାରଣ ଏ ଅର୍ଥ ବିତରଣ ପାଇଁ ଲବ୍‌ଧ । ଗୃହସ୍ଥ ଜୀବନ ଓ ସମାଜର କେନ୍ଦ୍ର । ଅର୍ଥୋପାର୍ଜନ ଓ ସକାର୍ଯ୍ୟରେ ଅର୍ଥ ବ୍ୟୟ କରିବା ତାଙ୍କ ପକ୍ଷରେ ଉପାସନା ସଦୃଶ, କାରଣ ଯେଉଁ ଗୃହସ୍ଥ ସଦୁପାୟ ଓ ସଦୁଦ୍ଦେଶ୍ୟରେ ଧନୀ ହେବାର ଚେଷ୍ଟା କରୁଛନ୍ତି, ତାହା ଜଣେ ସନ୍ନ୍ୟାସୀ ନିଜ କୁଟୀରରେ ବସି ଉପାସନା କଲେ ଯେପରି ତାଙ୍କର ମୁକ୍ତିଲାଭର ସହାୟକ ହୁଏ, ଠିକ୍ ସେହିପରି । କାରଣ ଉଭୟଙ୍କ ମଧ୍ୟରେ ଆମେ ଈଶ୍ବର ଓ ତାଙ୍କ ସୃଷ୍ଟି ଜଗତ ଉପରେ ଭକ୍ତିପୂର୍ଣ ଆତ୍ମସମର୍ପଣ ଓ ତ୍ୟାଗରୂପକ ଏକମାତ୍ର ଧର୍ମଭାବର ବିଭିନ୍ନ ବିକାଶ ଦେଖୁବାକୁ ପାଉ । ବିଦ୍ୟାଧନଯଶୋଧର୍ମାନ୍ ଯତମାନ ଉପାର୍ଜୟେତ୍ । ବ୍ୟସନଞ୍ଚାସତାଂ ସଙ୍ଗ ମିଥ୍ୟା ଦ୍ରୋହଂ ପରିତ୍ୟଜେତ୍ ॥ ୮/୫୮ —ଗୃହସ୍ଥ ଯନପୂର୍ବକ ବିଦ୍ୟା, ଧନ, ଯଶ, ଧର୍ମ ଉପାର୍ଜନ କରିବେ ଏବଂ ବ୍ୟସନ (ଦ୍ୟୁତକ୍ରୀଡ଼ାଦି), ଅସତ୍‌ସଙ୍ଗ, ମିଥ୍ୟାବାକ୍ୟ ଓ ହିଂସା, ଅନିଷ୍ଟାଚରଣ ବା ଶତ ତା । ପରିତ୍ୟାଗ କରିବେ । ଅନେକ ସମୟରେ ଲୋକେ ନିଜ ନିଜର ସାଧାତୀତ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି ଏବଂ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଅନ୍ୟକୁ ପ୍ରତାରଣା ମଧ୍ୟ କରିଥାଆନ୍ତି । ପୁନଶ୍ଚ :- ଅବସ୍ଥାନୁଗତାଶ୍ଚେଷ୍ଟା ସମୟାନୁଗତାଃ କ୍ରିୟା । ତସ୍ମାଦବସ୍ଥା ସମୟଂ ବୀକ୍ଷ୍ୟ କର୍ମ ସମାଚରେତ୍ ॥ ୮/୫୯ –ଚେଷ୍ଟା ଅବସ୍ଥାର ଅନୁଗତ ଏବଂ କ୍ରିୟା ସମୟର ଅନୁଗତ । ଅତଏବ ଅବସ୍ଥା ଓ ସମୟ ଅନୁସାରେ ହିଁ କର୍ମ କରିବ । ସବୁ ବିଷୟରେ ଏହି ସମୟ ପ୍ରତି ବିଶେଷ ଦୃଷ୍ଟି ରଖିବାକୁ ହେବ । ଏକ ସମୟରେ ଯହିଁରେ ଆମେ ବିଫଳ ହେଲୁ, ଅନ୍ୟ ଏକ ସମୟରେ ପୁଣି ହୁଏତ ସେଥୁରୁ ଆଶାତୀତ ସାଫଲ୍ୟ ଲାଭ କରିବୁ । ସତ୍ୟ ମୃଦୁ ପ୍ରିୟଂ ଧୀରୋ ବାକ୍ୟ ହିତକରଂ ବଦେତ୍ । ଆୟୋତ୍ଵକର୍ଷନ୍ତଥା ନିନ୍ଦା ପରେଷା ପରିବର୍ଜୟେତ୍ ॥ ୮/୬୨ —ଧୀର ଗୃହସ୍ଥ ବ୍ୟକ୍ତି ସତ୍ୟ, ମୃଦୁ, ପ୍ରିୟ ଓ ହିତକର କଥା କହିବେ । ସେ ନିଜର ଯଶଗାନ କରିବେ ନାହିଁ ଏବଂ ପର ନିନ୍ଦା ପରିତ୍ୟାଗ କରିବେ । ଜଳାଶୟାଶ୍ଚ ବୃକ୍ଷାଈ ବିଶ୍ରାମଗୃହମଧ୍ଵନି ।