ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୬୭ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ କୌଣସି ପ୍ରମାଣ ଦେବାକୁ ଅକ୍ଷମ ହେଲେ, ସେତେବେଳେ ରାଜା ସେମାନଙ୍କୁ ବିବାହ କରି ଗୃହସ୍ଥ ହେବା ପାଇଁ ଆଦେଶ ଦେଲେ । ପୁଣି ଅନ୍ୟ କେହି କେହି ଆସି କହିଲେ ଯେ, ସ୍ଵଧର୍ମପରାୟଣ ଗୃହସ୍ଥ ହିଁ ବଡ଼ । ରାଜା ସେମାନଙ୍କ ନିକଟରୁ ମଧ୍ୟ ପ୍ରମାଣ ଚାହିଁଲେ । ଯେତେବେଳେ ସେମାନେ ପ୍ରମାଣ ଦେଇ ନ ପାରିଲେ, ସେତେବେଳେ ସେମାନଙ୍କୁ ମଧ୍ୟ ସେ ଗୃହସ୍ଥ ହୋଇ ନିଜ ରାଜ୍ୟରେ ବାସ କରିବାକୁ ଆଦେଶ ଦେଲେ । ଅବଶେଷରେ ଆସିଲେ ଜଣେ ଯୁବ ସନ୍ନ୍ୟାସୀ; ରାଜା ତାଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚାରିବାରୁ ସେ କହିଲେ, ‘ହେ ରାଜନ୍, ନିଜ ନିଜ କର୍ମକ୍ଷେତ୍ରରେ ସମସ୍ତେ ବଡ଼ ।’ ରାଜା କହିଲେ ‘ଏ କଥା ପ୍ରମାଣ କରନ୍ତୁ ।’ ସନ୍ନ୍ୟାସୀ କହିଲେ, ‘ହଁ, ମୁଁ ପ୍ରମାଣ କରିବି; ତେବେ କିଛିଦିନ ଆପଣଙ୍କୁ ମୋ ସହିତ ରହିବାକୁ ହେବ, ତାହା ହେଲେ ମୁଁ ଆପଣଙ୍କୁ ଯାହା କହିଛି, ତାହା ପ୍ରମାଣ କରିପାରିବି ।’ ରାଜା ସମ୍ମତ ହେଲେ ଏବଂ ସନ୍ନ୍ୟାସୀଙ୍କ ଅନୁଗାମୀ ହୋଇ ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରି ଏକ ସ୍ଥାନରେ ଉପସ୍ଥିତ ହେଲେ । ସେହି ରାଜ୍ୟର ରାଜଧାନୀରେ ସେତେବେଳେ ମହାସମାରୋହରେ କୌଣସି ଏକ ଉତ୍ସବ ଅନୁଷ୍ଠିତ ହେଉଥିଲା । ରାଜା ଓ ସନ୍ୟାସୀ ଉଭୟେ ଢୋଲ ଓ ନାନା ପ୍ରକାରର ବାଦ୍ୟନି ଏବଂ ଘୋଷଣାକାରୀମାନଙ୍କ ପାଟି ଶୁଣିଲେ । ଲୋକମାନେ ସୁସଜ୍ଜିତ ଭାବରେ ପଥରେ ଦଳ ଦଳ ହୋଇ ଛିଡ଼ା ହୋଇଛନ୍ତି । ରାଜା ଓ ସନ୍ନ୍ୟାସୀ ଛିଡ଼ା ହୋଇ ଦେଖିବାକୁ ଲାଗିଲେ । ଘୋଷଣାକାରୀ ଚିତ୍କାର କରି କହୁଥାଏ, ‘ଆମ ରାଜକନ୍ୟା ସ୍ଵୟମ୍ବର ହେବେ ।” ଭାରତରେ ପ୍ରାଚୀନ କାଳରୁ ରାଜକନ୍ୟାମାନଙ୍କର ଏହିପରି ସ୍ଵୟମ୍ବର ପ୍ରଥା ପ୍ରଚଳିତ ଥିଲା । କିପରି ବର ମନୋନୀତ କରିବେ, ସେ ସମ୍ବନ୍ଧରେ ରାଜକନ୍ୟାମାନଙ୍କର ନିଜସ୍ବ ଧାରଣା ଥିଲା । କେହି କେହି ଚାହୁଁଥିଲେ—ବର ଯେପରି ଅତି ସୁନ୍ଦର ହୁଏ, କାହାରି ପୁଣି ଆକାଂକ୍ଷା ବର ଯେପରି ଅତିଶୟ ବିଦ୍ବାନ୍ ହୁଏ, କେହି କେହି ପୁଣି ଇଚ୍ଛା କରନ୍ତି ଅତିଶୟ ଧନୀ ବର, ଇତ୍ୟାଦି । ନିକଟବର୍ତ୍ତୀ ରାଜ୍ୟଗୁଡ଼ିକର ରାଜପୁତ୍ରଗଣ ଶ୍ରେଷ୍ଠ ପରିଚ୍ଛଦ ପରିଧାନ -ପୂର୍ବକ ରାଜକନ୍ୟାଙ୍କର ସମ୍ମୁଖୀନ ହେଉଥିଲେ । ତାଙ୍କ ସହିତ ଘୋଷଣାକାରୀମାନେ ମଧ୍ୟ ଥାଆନ୍ତି, ଯେଉଁମାନେ ରାଜପୁତ୍ରଙ୍କ ଗୁଣାବଳୀ, କେଉଁ କାରଣରୁ ସେ ରାଜକନ୍ୟାଙ୍କ ମନୋନୀତ ହେବାର ଯୋଗ୍ୟ ପାତ୍ର, ତାହା ବର୍ଣ୍ଣନା କରନ୍ତି । ସିଂହାସନରେ ସମାସୀନା ସୁସଜ୍ଜିତା ରାଜକନ୍ୟାଙ୍କୁ ସଭାର ଚତୁର୍ଦ୍ଦିଗକୁ ବହନ କରି ନିଆଯାଉଥିଲା । ସେ ସମବେତ ରାଜପୁତ୍ରଗଣଙ୍କୁ ଜଣ ଜଣ କରି ଦେଖୁଥିଲେ ଏବଂ କିଏ କିପରି ଗୁଣବାନ୍ ତାହା ମଧ୍ୟ ଶୁଣୁଥିଲେ । ଏହିପରି ଦେଖ୍ ଶୁଣି ଯଦି ସେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେ ବାହକମାନଙ୍କୁ ଆଗେଇ ଯିବାକୁ କହନ୍ତି; ସେତେବେଳେ ପ୍ରତ୍ୟାଖ୍ୟାତ ସେହି ପାଣିପ୍ରାର୍ଥୀମାନଙ୍କ ଆଡ଼କୁ ଆଉ କେହି ଦୃଷ୍ଟିପାତ କରନ୍ତି ନାହିଁ । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ଯଦି ରାଜକନ୍ୟାମାନଙ୍କ ଦ୍ୱାରା ମନୋନୀତ ହୁଅନ୍ତି, ତେବେ ରାଜକନ୍ୟା ତାଙ୍କ ଗଳ-ଦେଶରେ ବରମାଲ୍ୟ ଅର୍ପଣ କରି ତାଙ୍କୁ ପତି ରୂପେ ବରଣ କରନ୍ତି । ଯେଉଁ ଦେଶକୁ ଆମର ପୂର୍ବକଥ୍ତ ରାଜା ଓ ସନ୍ନ୍ୟାସୀ ଆସିଛନ୍ତି, ସେହି ଦେଶର ରାଜକନ୍ୟାଙ୍କର ଏହିପରି ସ୍ଵୟମ୍ବର ସଭା ହେଉଥିଲା । ଏହି ରାଜକନ୍ୟା ପୃଥିବୀରେ ସର୍ବାପେକ୍ଷା ସୁନ୍ଦରୀ ଥିଲେ ଏବଂ ଘୋଷିତ ହୋଇଥିଲା ଯେ, ରାଜାଙ୍କ ମୃତ୍ୟୁପରେ ରାଜକନ୍ୟା ରାଜ୍ୟଳାଭ କରିବେ । ଏହି ରାଜକନ୍ୟାଙ୍କ ଇଚ୍ଛା ଥୁଲା ଯେପରି କି ସର୍ବାପେକ୍ଷା ସୁନ୍ଦର ପୁରୁଷକୁ ବିବାହ