ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୬୯ ନିଜ ନିଜର କାର୍ଯ୍ୟକ୍ଷେତ୍ରରେ କେହି ଛୋଟ ନୁହଁନ୍ତ ଅବସନ୍ନ ହୋଇ ଗୋଟିଏ ଗଛ ତଳେ ବସି କାନ୍ଦିବାକୁ ଲାଗିଲେ; ଏହି ଅରଣ୍ୟରୁ ବାହାରକୁ ଆସିବାର ପଥ ତାଙ୍କୁ ଜଣା ନଥିଲା । ଏହି ସମୟରେ ସେହି ରାଜା ଓ ଅନ୍ୟ ସନ୍ନ୍ୟାସୀ ଜଣଙ୍କ ତାଙ୍କ ନିକଟକୁ ଆସି କହିଲେ, କାନ୍ଦ ନାହିଁ, ଆମେ ତୁମକୁ ଏ ଅରଣ୍ୟରୁ ବାହାରି ଯିବାର ପଥ ଦେଖାଇ ଦେବୁ । କିନ୍ତୁ ବର୍ତ୍ତମାନ ଅନ୍ଧାରରେ ବାଟ ଖୋଜି ପାଇବା ଅତୀବ ଦୁଃସାଧ୍ୟ । ଏଇ ଗୋଟାଏ ବଡ଼ ଗଛ ଅଛି; ଆସ, ଆଜି ଆମେ ଏହାରି ତଳେ ଆଶ୍ରୟ ନେବା । ସକାଳ ହେଲେ ତୁମକୁ ବାହାରି ଯିବାର ପଥ ଦେଖାଇ ଦେବୁ ।’ ସେହି ବୃକ୍ଷରେ ଗୋଟିଏ ପକ୍ଷୀର ବସା ଥିଲା । ସେଥିରେ ଦୁଇଟି କ୍ଷୁଦ୍ର ପକ୍ଷୀ ଓ ତାଙ୍କର ତିନୋଟି ଶାବକ ଥିଲେ । ଛୋଟ ପକ୍ଷୀଟି ତଳକୁ ଅନାଇଁ ତିନି ଜଣ ଲୋକଙ୍କୁ ଦେଖିଲା ଓ ପକ୍ଷିଣୀକୁ କହିଲା, ଦେଖ, କଅଣ କରିବା ? ଆମ ଘରକୁ କେତେ ଅତିଥ୍ ଆସିଛନ୍ତି । ଏବେ ଶୀତଦିନ, ପୁଣି ଆମ ପାଖରେ ନିଆଁ ନାହିଁ ।’ ଏହା କହି ସେ ଉଡ଼ିଗଲା, ଥଣ୍ଟରେ ଖଣ୍ଡିଏ ଜ୍ଵଳନ୍ତା କାଠ ନେଇ ଆସିଲା ଏବଂ ତାହା ଅତିଥିଗଣଙ୍କ ସମ୍ମୁଖରେ ପକାଇ ଦେଲା । ସେମାନେ ସେହି ନିଆଁରେ କାଠ ପତ୍ର ଇତ୍ୟାଦି ପକାଇ ବଡ଼ ଆକାରେ ଅଗ୍ନି ପ୍ରସ୍ତୁତ କଲେ । କିନ୍ତୁ ପକ୍ଷୀର ସେତିକିରେ ତୃପ୍ତି ହେଲା ନାହିଁ । ସେ ପକ୍ଷିଣୀକୁ କହିଲା, ପ୍ରିୟେ, ଏବେ ଆମେ କରିବା କଅଣ ? ଏମାନଙ୍କୁ ଖାଇବାକୁ ଦେବା ଭଳି ଆମର କିଛି ହେଲେ ନାହିଁ । ଏମାନେ କ୍ଷୁଧାଇଁ । ଆମେ ଗୃହସ୍ଥ, ତେଣୁ ଘରକୁ ଯଦି କେହି ଆସିବେ, ତେବେ ତାଙ୍କୁ ଖାଇବାକୁ ଦେବା ଆମର କର୍ଭବ୍ୟ । ମୁଁ ନିଜେ ଯେତେଦୂର ପାରେ ଚେଷ୍ଟା କରିବି । ଏମାନଙ୍କୁ ମୁଁ ନିଜ ଦେହଟି ଦେବି ।’ ଏହା କହି ସେ ଉଡ଼ିଯାଇ ଦୃତ ବେଗରେ ସେହି ଅଗ୍ନିରେ ପଡ଼ିଲା ଓ ମରିଗଲା । ଅତିଥିମାନେ ତାକୁ ଅଗ୍ନିରେ ପଡ଼ୁଥିବାର ଦେଖିଲେ ଓ ତାକୁ ବଞ୍ଚାଇବା ପାଇଁ ଯଥାସାଧ୍ଯ ଚେଷ୍ଟା କଲେ । କିନ୍ତୁ ସେ ଏଡ଼େ ଦୃଢ ବେଗରେ ଆସି ଅଗ୍ନିରେ ପଡ଼ିଲା ଯେ, ସେମାନେ ତାକୁ ଅଟକାଇ ପାରିଲେ ନାହିଁ । ପକ୍ଷିଣୀ ତା’ର ସ୍ଵାମୀର କାର୍ଯ୍ୟ ଦେଖ୍ କହିଲା, ‘ଏମାନେ ତିନି ଜଣ, ସେମାନଙ୍କ ଖାଇବା ପାଇଁ ମାତ୍ର ଗୋଟିଏ କ୍ଷୁଦ୍ର ପକ୍ଷୀ ! ଏହା ଯଥେଷ୍ଟ ହେବ ନାହିଁ । ସ୍ଵାମୀର କୌଣସି ଉଦ୍ୟମକୁ ବିଫଳ କରାଇ ନ ଦେବା ସ୍ତ୍ରୀର କର୍ତ୍ତବ୍ୟ । ଅତଏବ ମୋର ଦେହ ମଧ୍ୟ ଏମାନଙ୍କ ପାଇଁ ଉତ୍ସର୍ଗ କରିବି ।’ ଏହା କହି ସେ ମଧ୍ୟ ନିଆଁରେ ଝାସ ଦେଲା ଏବଂ ପୋଡ଼ିହୋଇ ମରିଗଲା । ଶାବକ ତିନୋଟି ଏସବୁ ଘଟଣା ଦେଖିଲେ । ଏଥିରେ ମଧ୍ୟ ତିନିଜଣଙ୍କର ପର୍ଯ୍ୟାପ୍ତ ଖାଦ୍ୟ ହେବ ନାହିଁ ଦେଖ୍ ସେମାନେ କହିଲେ, ‘ଆମର ପିତାମାତା, ଯେତେଦୂର ସାଧ୍ୟ କଲେ; କିନ୍ତୁ ତାହା ମଧ୍ୟ ଯଥେଷ୍ଟ ନୁହେଁ । ପିତାମାତାଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସନ୍ତାନମାନଙ୍କର କର୍ତ୍ତବ୍ୟ; ଅତଏବ ଆମର ଦେହଗୁଡ଼ିକ ମଧ୍ୟ ଏହି ଉଦ୍ଦେଶ୍ୟରେ ଯାଉ’ —ଏହା କହି ସେମାନେ ମଧ୍ୟ ଅଗ୍ନିରେ ଝାସ ଦେଲେ । ଏହି ସବୁ ଘଟଣା ଦେଖୁ ତିନି ଜଣ ଭାରୀ ଆଶ୍ଚର୍ଯ୍ୟ ହେଲେ । ପକ୍ଷୀଗୁଡ଼ିକୁ ସେମାନେ ଖାଇପାରିଲେ ନାହିଁ, କୌଣସି ପ୍ରକାରେ ଅନାହାରରେ ସେମାନେ ରାତ୍ରିଯାପନ କଲେ । ପ୍ରଭାତ