ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ହେବାରୁ ରାଜା ଓ ସନ୍ନ୍ୟାସୀ ସେହି ରାଜକନ୍ୟାଙ୍କୁ ଫେରିବାର ବାଟ ଦେଖାଇଦେଲେ । ତତ୍ପରେ ସନ୍ନ୍ୟାସୀ ରାଜାଙ୍କୁ ସମ୍ବୋଧନ କରି କହିଲେ, ‘ରାଜନ୍, ଦେଖୁଲେ ତ,ନିଜ ନିଜ କ୍ଷେତ୍ରରେ କେହିହେଲେ ନିକୃଷ୍ଟ ନୁହେଁ । ଯଦି ସଂସାରରେ ରହିବାକୁ ଚାହାଁନ୍ତି, ତେବେ ଏହି ପକ୍ଷୀମାନଙ୍କ ଭଳି ପ୍ରତି ମୁହୂର୍ତ୍ତରେ ଅନ୍ୟ ପାଇଁ ପ୍ରାଣ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ । ଆଉ ଯଦି ସଂସାର-ତ୍ୟାଗ କରିବାକୁ ଚାହାଁନ୍ତି, ତେବେ ଏହି ଯୁବକ ସନ୍ନ୍ୟାସୀଙ୍କ ଭଳି ହୁଅନ୍ତୁ, ଯାହା ପକ୍ଷରେ ପରମା ସୁନ୍ଦରୀ ଯୁବତୀ ଓ ରାଜ୍ୟଲାଭ ମଧ୍ଯ ଅତି ତୁଚ୍ଛ ବୋଲି ପ୍ରତିଭାତ ହୋଇଥିଲା; ତେଣୁ ଯଦି ଆପଣ ତ୍ୟାଗର ପଥ ବାଛି ନିଅନ୍ତି, ତେବେ ସୌନ୍ଦର୍ଯ୍ୟ, ଐଶ୍ବର୍ଯ୍ୟ ଓ କ୍ଷମତା ଇତ୍ୟାଦିକୁ ଆଦୌ ଦୃଷ୍ଟିପାତ କରନ୍ତୁ ନାହିଁ । ସମସ୍ତେ ହିଁ ନିଜ ନିଜ କର୍ମ କ୍ଷେତ୍ରରେ ବଡ଼; କିନ୍ତୁ ଜଣଙ୍କର ଯାହା କର୍ତ୍ତବ୍ୟ, ତାହା ଅନ୍ୟ ଜଣଙ୍କର କର୍ତ୍ତବ୍ୟ ହୋଇ ନ ପାରେ ।’ ୭୦