ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସାହାଯ୍ୟ କର ନା କାହିଁକି, କୌଣସି ଉପାୟରେ ଦୁଃଖ ଏକାବେଳକେ ଦୂର ହେବ ନାହିଁ । ଜଗତରେ ଏହି ଦୁଃଖର ଏକମାତ୍ର ସମାଧାନ ମାନବଜାତିକୁ ଶୁଦ୍ଧ ଓ ପବିତ୍ର କରିବା । ଆମେ ଜଗତରେ ଯେଉଁସବୁ ଦୁଃଖକଷ୍ଟ ଓ ଅଶୁଭ ଦେଖୁ, ତାହା ଅଜ୍ଞାନ ବା ଅବିଦ୍ୟାରୁ ପ୍ରସୂତ । ମନୁଷ୍ୟକୁ ଜ୍ଞାନଲୋକ ଦିଅ । ମନୁଷ୍ୟ ପବିତ୍ର, ଆଧ୍ୟାତ୍ମିକ-ବଳସମ୍ପନ୍ନ ଓ ଶିକ୍ଷିତ ହୁଅନ୍ତୁ, ତେବେ ଯାଇ ଜଗତରୁ ଦୁଃଖ ନିବୃତ୍ତ ହେବ, ତା ପୂର୍ବରୁ ନୁହେଁ । ଦେଶର ପ୍ରତ୍ୟେକଟି ଗୃହକୁ ଆମେ ଦାତବ୍ୟ ଆଶ୍ରମରେ ପରିଣତ କରିପାରୁ, ଡାକ୍ତରଖାନାରେ ସାରା ଦେଶ ପୂର୍ଣ୍ଣ କରି ଦେଇପାରୁ, କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ସ୍ୱଭାବ ପରିବର୍ତ୍ତିତ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ରହିବ ହିଁ ରହିବ । ୭୨ ଗୀତାରେ ଆମେ ପୁନଃ ପୁନଃ ପାଠ କରୁ—ଆମମାନଙ୍କୁ ଅନବରତ କର୍ମ କରିବାକୁ ହେବ । କର୍ମ ମାତ୍ରେ ଶୁଭାଶୁଭ-ମିଶ୍ରିତ । ଆମେ ଏପରି କୌଣସି କର୍ମ କରିପାରିବା ନାହିଁ; ଯାହା ଦ୍ଵାରା କୌଣସି ହେଲେ ଶୁଭ ହୁଏ ନାହିଁ; ପୁନଶ୍ଚ ଏପରି ମଧ୍ୟ କୌଣସି କର୍ମ ଆମେ କରିପାରିବୁ ନାହିଁ ଯାହାଦ୍ୱାରା କିଛି ହେଲେ ଅନିଷ୍ଟ ହୁଏ ନାହିଁ । ପ୍ରତ୍ୟେକ କର୍ମ ହିଁ ଅପରିହାର୍ଯ୍ୟ ଭାବରେ ଶୁଭାଶୁଭ-ମିଶ୍ରିତ । ତଥାପି ଶାସ୍ତ୍ର ଆମକୁ ଅବିରତ କର୍ମ କରିବାକୁ କହୁଛନ୍ତି । ଶୁଭାଶୁଭ ଉଭୟେ ହିଁ ନିଜ ନିଜର ଫଳ ପ୍ରସବ କରିବେ । ଶୁଭ କର୍ମର ଫଳ ଶୁଭ, ଅଶୁଭ କର୍ମର ଫଳ ଅଶୁଭ ହେବ; କିନ୍ତୁ ଏହି ଶୁଭାଶୁଭ ଉଭୟେ ହିଁ ଆତ୍ମାର ବନ୍ଧନ ମାତ୍ର । ତେଣୁ ଗୀତାରେ ଏହି ମୀମାଂସା କରା ହୋଇଅଛି ଯେ, ଯଦି ଆମେ କର୍ମରେ ଆସକ୍ତ ନ ହେଉ, ତେବେ କର୍ମ ଆମର ବନ୍ଧନ ହୋଇପାରିବ ନାହିଁ । ବର୍ତ୍ତମାନ ‘କର୍ମରେ-ଅନାସକ୍ତି’ କହିଲେ କଅଣ ବୁଝାଏ, ଆମେ ତାହା ବୁଝିବାକୁ ଚେଷ୍ଟା କରିବା । ଗୀତାର ପ୍ରଧାନ ଶିକ୍ଷା ଏହି ଯେ, ନିରନ୍ତର କର୍ମ କର, କିନ୍ତୁ ସେଥ୍ରେ ଆସକ୍ତ ହୁଅ ନାହିଁ । ‘ସଂସ୍କାର’ ଶବ୍ଦର ନିକଟତମ ଅର୍ଥ ହେଉଛି ‘ସହଜାତ ପ୍ରବଣତା’ । ମନକୁ ଯଦି ଗୋଟିଏ ହ୍ରଦ ସହିତ ତୁଳନା କରାହୁଏ, ତେବେ କହିବାକୁ ହେବ—ମନରେ ଯଦି କୌଣସି ତରଙ୍ଗ ଉଠେ, ତେବେ ତାହା ପ୍ରଶମିତ ହେଲେ ମଧ୍ୟ ଏକାବେଳକେ ଲୁପ୍ତ ହୁଏ ନାହିଁ, ବରଂ ଏହା ଚିତ୍ତ ଉପରେ ଗୋଟିଏ ଦାଗ ରଖୁଯାଏ । ତେଣୁ ସେହି ତରଙ୍ଗଟିର ପୁନରାବିର୍ଭାବ ହେବାର ସମ୍ଭାବନଃ ଥାଏ । ଏହି ଦାଗ ଏବଂ ତରଙ୍ଗର ପୁନରାବିର୍ଭାବର ସମ୍ଭାବନାର ଏକତ୍ର ନାମ-‘ସଂସ୍କାର’ । ଆମେ ଯେ କୌଣସି କର୍ମ କରୁ-ଆମର ପ୍ରତ୍ୟେକ ଅଙ୍ଗ-ସଞ୍ଚାଳନ, ଆମର ପ୍ରତ୍ୟେକ ଚିନ୍ତା- ଚିତ୍ତ ଉପରେ ଏହିପରି ସଂସ୍କାର ରଖ୍ଯାଆନ୍ତି । ଯେଉଁ ସମୟରେ ସଂସ୍କାରଗୁଡ଼ିକ ଅପ୍ରକାଶିତ ନ ଥାଆନ୍ତି, ସେ ସମୟରେ ମଧ୍ୟ ଏତେ ପ୍ରବଳ ଥାଆନ୍ତି ଯେ ସେଗୁଡ଼ିକ ଅବଚେତନ ମନରେ ଅଜ୍ଞାତସାରରେ କାର୍ଯ୍ୟ କରୁଥାଆନ୍ତି । ଆମେ ବର୍ତ୍ତମାନ ଯାହା, ତାହା ଆମର ଅତୀତ ଜୀବନର ଏହିସବୁ ସଂସ୍କାର-ସମଷ୍ଟିଦ୍ୱାରା ନିରୂପିତ ହୁଏ । ଏହି ମୁହୂର୍ତ୍ତରେ ‘ମୋର’ ବା ‘ମୁଁ’ କହିଲେ ଯାହା ବୁଝାଏ, ତାହା ମୋର ଅତୀତ ଜୀବନର ସଂସ୍କାର-ସମଷ୍ଟିର ଫଳ ମାତ୍ର । ଏହାକୁ ହିଁ ପ୍ରକୃତ ପକ୍ଷରେ ‘ଚରିତ୍ର’ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଚରିତ୍ର ଏହି ସଂସ୍କାର –ସମଷ୍ଟିଦ୍ୱାରା ନିରୂପିତ ହୁଏ । ଯଦି ଶୁଭ ସଂସ୍କାରଗୁଡ଼ିକ ପ୍ରବଳ ହୁଏ, ତେବେ ଚରିତ୍ର ସତ୍ ହୁଏ; ଅସତ୍ ସଂସ୍କାର ଗୁଡ଼ିକ ପ୍ରବଳ ହେଲେ, ଚରିତ୍ର ଅସତ୍ ହୁଏ । ଯଦି କୌଣସି ବ୍ୟକ୍ତି ସର୍ବଦା ମନ୍ଦ କଥା ଶୁଣେ, ମନ୍ଦ ଚିନ୍ତା କରେ, ମନ୍ଦ କାର୍ଯ୍ୟ କରେ, ତା’ ମନ ମନ୍ଦ ସଂସ୍କାରରେ ପୂର୍ଣ୍ଣ ହୋଇଯିବ
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୨
ଦେଖଣା