ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସ୍ଥାନରେ ଶୁଭ ସଂସ୍କାର ସୃଷ୍ଟି କରିବାକୁ ହେବ—ଯେତେଦିନ ପର୍ଯ୍ୟନ୍ତ ସକଳ ମନ୍ଦଭାବ ଅନ୍ତର୍ହିତ ବା ନିୟନ୍ତ୍ରିତ ନ ହୁଏ, ସେତେଦିନ ଯାଏ ଚେଷ୍ଟା କରିବାକୁ ହେବ । ତତ୍‌ପରେ ଶୁଭ ସଂସ୍କାରଗୁଡ଼ିକୁ ମଧ୍ୟ ଜୟ କରିବାକୁ ହେବ । ଏହିପରି ଭାବରେ ‘ଆସକ୍ତ’ ମନ କ୍ରମେ ‘ଅନାସକ୍ତ’ ହେବ । କର୍ମ କର; କିନ୍ତୁ ଏହି କର୍ମ ବା ଚିନ୍ତା ଯେପରି ମନ ଭିତରେ କୌଣସି ଗଭୀର ସଂସ୍କାର ଉତ୍ପନ୍ନ ନ କରେ । ତରଙ୍ଗ ପରେ ତରଙ୍ଗ ଆସୁ, ପେଶୀ ଓ ମସ୍ତିଷ୍କରୁ ବଡ଼ ବଡ଼ କର୍ମତରଙ୍ଗ ଉତ୍ପନ୍ନ ହେଉ; କିନ୍ତୁ ସେଗୁଡ଼ିକ ଯେପରି ଆତ୍ମା ଉପରେ କୌଣସି ଗଭୀର ସଂସ୍କାର ରଖି ନ ଯାଆନ୍ତି । ୭୪ ଏହା କରିବାର ଉପାୟ କ’ଣ ? ଆମେ ଦେଖୁ, ଯେଉଁ କାର୍ଯ୍ୟରେ ଆମେ ଆସକ୍ତ ହେଉ, ତାହାର ସଂସ୍କାର ରହିଯାଏ । ଦିନସାରା ଶତ ଶତ ବ୍ୟକ୍ତିଙ୍କୁ ଦେଖୁଛି, ସେମାନଙ୍କ ମଧ୍ୟରେ ଏପରି କେତେଜଣଙ୍କୁ ଦେଖୁଛି, ଯେଉଁମାନଙ୍କୁ ମୁଁ ଭଲପାଏ । ରାତିରେ ଯେତେବେଳେ ଶୋଇବାକୁ ଯାଏ, ସେତେବେଳେ ଦେଖୁଥିବା ମୁହଁଗୁଡ଼ିକୁ ଯଦି ମୁଁ ଚିନ୍ତା କରେ, ତେବେ ମିନିଟିଏ ପାଇଁ ହେଲେ ଯେଉଁ ମୁହଁକୁ ଦେଖିଲି, ଯାହାକୁ ମୁଁ ଭଲ ପାଏ, ସେହି ମୁହଁଟି ମୋ ମନରେ ଭାସି ଉଠିବ, ଅନ୍ୟ ମୁହଁଗୁଡ଼ିକ କୁଆଡ଼େ ଅନ୍ତର୍ହିତ ହେବ । ଏହି ବ୍ୟକ୍ତିଙ୍କ ପ୍ରତି ମୋର ବିଶେଷ ଆସକ୍ତିବଶତଃ ଅନ୍ୟାନ୍ୟ ମୁହଁଗୁଡ଼ିକ ଅପେକ୍ଷା ଏହି ମୁହଁଟି ହିଁ ମୋ ମନରେ ଗଭୀର ଚିହ୍ନ ରଖ୍ଯାଇଛି । ବିଜ୍ଞାନର ଦୃଷ୍ଟିରୁ ମୁହଁଗୁଡ଼ିକୁ ଦେଖିବାର କାର୍ଯ୍ୟ ଏକ ପ୍ରକାରର । ଯେଉଁ ମୁହଁଗୁଡ଼ିକୁ ମୁଁ ଦେଖୁଛି, ସେଗୁଡ଼ିକର ଛବି ମୋ ଅକ୍ଷିଜାଲ (Retina) ଉପରେ ପଡ଼ିଥିଲା, ମସ୍ତିଷ୍କ ଏହି ଚିତ୍ରଗୁଡ଼ିକୁ ମଧ୍ୟ ଗ୍ରହଣ କରିଥିଲା, କିନ୍ତୁ ମନ ଉପରେ ସେମାନଙ୍କର ପ୍ରଭାବ ଏକପ୍ରକାର ହୋଇ ନାହିଁ । ଅଧିକାଂଶ ମୁହଁ ହୁଏତ ନୂତନ ଥିଲା; ଏପରି ସବୁ ନୂଆ ମୁହଁ ଦେଖୁଛି, ଯେଉଁଗୁଡ଼ିକ ସମ୍ବନ୍ଧରେ ମୁଁ ପୂର୍ବେ କେବେହେଲେ ଚିନ୍ତା କରିନାହିଁ; କିନ୍ତୁ ଯେଉଁ ମୁହଁଟିର ଥରେ ମାତ୍ର ଚକିତ ଦର୍ଶନ ପାଇଲି, ତା’ ସହିତ ଚିତ୍ତର ବିଶେଷ ସମ୍ବନ୍ଧ ଥିଲା । ହୁଏତ ବର୍ଷ ବର୍ଷ ଧରି ତାହାର ଛବି ମନେ ମନେ ଅଙ୍କନ କରୁଥିଲି । ତା ସମ୍ବନ୍ଧରେ ଶତ ଶତ ବିଷୟ ଜାଣିଥୁଲି, ତେଣୁ ବର୍ତ୍ତମାନ ଏହାକୁ ଥରେ ଦେଖୁ ଦ୍ଵାରା-ମନର ସେହିସବୁ ସ୍ମୃତି ଜାଗି ଉଠିଲା । ଅନ୍ୟ ମୁହଁଗୁଡ଼ିକ ଦେଖୁବାଦ୍ଵାରା ମନରେ ଯେଉଁ ସଂସ୍କାର ପଡ଼ିଲା, ଏହି ଗୋଟିଏ ମାତ୍ର ମୁଖ ମାନସପଟରେ ତପେକ୍ଷା ଶତ ଗୁଣ ଅଧିକ ସଂସ୍କାର ପକାଇ ମନ ଉପରେ ପ୍ରଭାବ ବିସ୍ତାର କରିପାରିଲା । ଅତଏବ ‘ଅନାସକ୍ତ’ ହୁଅ, ସବୁ କାର୍ଯ୍ୟ ଚାଲିଥାଉ, ମସ୍ତିଷ୍କର କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରନ୍ତୁ । ନିରନ୍ତର କର୍ମ କର; କିନ୍ତୁ ଗୋଟିଏ ହେଲେ ତରଙ୍ଗ ଯେପରି ମନକୁ ଜୟ କରି ନ ପାରେ । ତୁମେ ଯେପରି କି ସଂସାରରେ ବିଦେଶୀ ପଥୁକ, ମାତ୍ର ଦୁଇ ଦିନ ପାଇଁ ଆସିଛ–ଏହି ଭାବରେ କର୍ମ କରିଯାଅ । ନିରନ୍ତର କର୍ମ କର, କିନ୍ତୁ ବନ୍ଧନରେ ପଡ଼ ନାହିଁ । ବନ୍ଧନ ଅତି ଭୀଷଣ । ଏହି ଜଗତ ଆମର ବାସଭୂମି ନୁହେଁ । ନାନା ଅବସ୍ଥା ମଧ୍ୟଦେଇ ଆମେ ଅଗ୍ରସର ହେଉଛୁ, ଏହି ସଂସାର—ଏ ପୃଥିବୀ ସେଗୁଡ଼ିକ ମଧ୍ୟରୁ ଗୋଟିଏ । ସାଂଖ୍ୟଶାସ୍ତ୍ରର ସେହି ମହାବାକ୍ୟ ସ୍ମରଣ କର, ‘ସମୁଦାୟ ପ୍ରକୃତି ଆତ୍ମା ପାଇଁ, ଆତ୍ମା ପ୍ରକୃତି ପାଇଁ ନୁହେଁ ।* ଆତ୍ମାର ଶିକ୍ଷା ପାଇଁ ପ୍ରକୃତିର ପ୍ରୟୋଜନ, ଏହାର ଅନ୍ୟ କୌଣସି ଅର୍ଥ ନାହିଁ । ଆତ୍ମା ଯାହାଦ୍ବାରା ଜ୍ଞାନଲାଭ

  • ତୁଳନୀୟ — ସଂହତାନାଂ ପରାର୍ଥତ୍ବାତ୍ ।