ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ମନେକର, ଜନୈକ ପୁରୁଷ, କୌଣସି ସ୍ତ୍ରୀକୁ ଭଲ ପାଏ । ସେ ଏକୁଟିଆ ତାହାକୁ ସମ୍ପୂର୍ଣ ଭାବରେ ଭୋଗ କରିବାକୁ ଚାହେଁ, ତାହାର ପ୍ରତ୍ୟେକ ଗତିବିଧ ସମ୍ବନ୍ଧରେ ପୁରୁଷଟିର ମନରେ ଈର୍ଷାର ଉଦ୍ରେକ ହୁଏ । ତାର ଇଚ୍ଛା-ସ୍ତ୍ରୀ ଲୋକଟି ତା ନିକଟରେ ବସୁ, ତା ନିକଟରେ ଛିଡ଼ାହେଉ, ତା ଇଙ୍ଗିତରେ ଖିଆ-ପିଆ, ଚଲା-ବୁଲା ପ୍ରଭୃତି କରୁ । ସେ ଏହି ସ୍ତ୍ରୀ-ଲୋକଟିର କ୍ରୀତଦାସ ହୋଇପଡ଼ିଛି ଏବଂ ସ୍ତ୍ରୀକୁ ମଧ୍ୟ ନିଜର ଦାସୀ କରି ରଖିବାକୁ ଇଚ୍ଛା କରୁଛି । ଏହା ପ୍ରେମ ନୁହେଁ, ଏହା ଏକ ପ୍ରକାର ଦାସସୁଲଭ ଅନୁରାଗର ବିକାର ମାତ୍ର । ଏହା ଭଲ ପାଇବା ହୋଇପାରେ ନାହିଁ, କାରଣ ଏହା ଯନ୍ତ୍ରଣାଦାୟକ । ଯଦି ସ୍ତ୍ରୀଲୋକଟି ତା ଇଚ୍ଛା ଅନୁଯାୟୀ କାର୍ଯ୍ୟ ନ କରେ, ତେବେ ତା’ର କଷ୍ଟ ହେବ । ପ୍ରେମର କିନ୍ତୁ କୌଣସି ଯନ୍ତ୍ରଣାଦାୟକ ପ୍ରତିକ୍ରିୟା ନାହିଁ, ସେଥୁରୁ କେବଳ ଆନନ୍ଦ ମିଳିଥାଏ । ଯଦି ଆନନ୍ଦ ନ ମିଳେ, ତେବେ ଏହା ଭଲପାଇବା ନୁହେଁ, ଆମେ ଭୁଲରେ ଅନ୍ୟ କୌଣସି ପଦାର୍ଥକୁ ଭଲପାଇବା ବୋଲି ମନେକରୁଛୁ । ଯେତେବେଳେ ତୁମେ ତୁମର ସ୍ଵାମୀକୁ, ସ୍ତ୍ରୀକୁ, ପୁତ୍ରକନ୍ୟାଙ୍କୁ, ସମଗ୍ର ପୃଥିବୀକୁ, ବିଶ୍ବଜଗତକୁ ଏପରି ଭାବରେ ଭଲପାଇବା ପାଇଁ ସମର୍ଥ ହେବ ଯେ, ସେଥରେ କୌଣସି ପ୍ରକାର ଦୁଃଖ, ଈର୍ଷା ବା ସ୍ୱାର୍ଥପରତାର ପ୍ରତିକ୍ରିୟା ହେବ ନାହିଁ, ସେତେବେଳେ ତୁମେ ପ୍ରକୃତରେ ଅନାସକ୍ତ ହୋଇପାରିବ । ଶ୍ରୀକୃଷ୍ଣ କହିଛନ୍ତି, ‘ହେ ଅର୍ଜୁନ, ମୁଁ ଯଦି ମୁହୂର୍ଭେ କର୍ମରୁ ବିରତ ହୁଏ, ତେବେ ସମଗ୍ର ଜଗତ ଧ୍ୱଂସ ହୋଇଯିବ । କର୍ମ କରିବାରେ ମୋର କୌଣସି ଲାଭ ନାହିଁ । ମୁଁ ଜଗତର ଏକମାତ୍ର ପ୍ରଭୁ, ତେବେ ମୁଁ କର୍ମ କରେ କାହିଁକି ?—ଜଗତକୁ ମୁଁ ଭଲପାଏ ବୋଲି ।’* ଈଶ୍ବର ଭଲପାଆନ୍ତି ବୋଲି ସେ ଅନାସକ୍ତ । ପ୍ରକୃତ ଭଲପାଇବା ଆମକୁ ମଧ୍ୟ ଅନାସକ୍ତ କରେ । ଯେଉଁଠି ଦେଖୁବ ଆସକ୍ତି-ପାର୍ଥିବ ବସ୍ତୁ ପ୍ରତି ଏହି ଆକର୍ଷଣ, ସେହିଠାରେ ହିଁ ଜାଣିବ ଏହା ପ୍ରାକୃତିକ ଆକର୍ଷଣ; କେତେଗୁଡ଼ିଏ ଜଳବିନ୍ଦୁ ସହିତ ଆହୁରି କେତେଗୁଡ଼ିଏ ଜଳବିନ୍ଦୁର ଭୌତିକ ଆକର୍ଷଣ ମାତ୍ର, କିଛି ଯେପରି ଦୁଇଟି ବସ୍ତୁକୁ କ୍ରମାଗତ ନିକଟକୁ ଆକର୍ଷଣ କରୁଅଛି, ଆଉ ସେମାନେ ପରସ୍ପର ଖୁବ୍ ନିକଟବର୍ତ୍ତୀ ନହୋଇ ପାରିଲେ ହିଁ ଯନ୍ତ୍ରଣାର ଉଦ୍ଭବ ହୁଏ । କିନ୍ତୁ ପ୍ରକୃତ ଭଲପାଇବା ଭୌତିକ ବା ଶାରୀରିକ ଆକର୍ଷଣ ଉପରେ ଆଦୌ ନିର୍ଭର କରେ ନାହିଁ । ପ୍ରେମିକ ଗଣ ପରସ୍ପରଠାରୁ ସହସ୍ର ମାଇଲ ବ୍ୟବଧାନ ରହିପାରନ୍ତି । କିନ୍ତୁ ସେଥିରେ ସେମାନଙ୍କର ଭଲପାଇବାର କୌଣସି କ୍ଷତି ହେବ ନାହିଁ, ଏହା ବିନଷ୍ଟ ହେବ ନାହିଁ ବା ସେଥିରୁ କେବେ କୌଣସି ଯନ୍ତ୍ରଣାଦାୟକ ପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ । ଏହି ଅନାସକ୍ତି ଲାଭ କରିବା ସମଗ୍ର ଜୀବନର ସାଧନା କହିଲେ ଅତ୍ୟୁକ୍ତି ହେବ ନାହିଁ ଏହା ଲାଭ କରିପାରିଲେ ଆମେ ପ୍ରକୃତ ପ୍ରେମର ଲକ୍ଷ୍ୟସ୍ଥଳରେ ଉପନୀତ ହେବୁ ଏବଂ ମୁକ୍ତ ହେବୁ । ସେତେବେଳେ ଆମର ପ୍ରକୃତିଗତ ବନ୍ଧନ ଖସି ପଡ଼ିବ ଏବଂ ଆମେ ପ୍ରକୃତିର ଯଥାର୍ଥ ରୂପ ଦେଖିବାକୁ ପାଇବୁ; ପ୍ରକୃତି ଆମ ପାଇଁ ଆଉ ବନ୍ଧନ ସୃଷ୍ଟି କରିପାରିବ ନାହିଁ; ଆମେ ସେତେବେଳେ ସ୍ଵାଧୀନ ଭାବରେ ଦଣ୍ଡାୟମାନ ହୋଇପାରିବୁ ଓ କର୍ମର ଫଳାଫଳ ଆଉ ଗଣ୍ୟ କରିବୁ ନାହିଁ । ଫଳ କଅଣ ହେଲା, ସେତେବେଳେ ତାହା କିଏ ଚିନ୍ତା କରିବ ? ପିଲାମାନଙ୍କୁ କିଛି ଦେଲେ ତୁମେ କଣ ସେମାନଙ୍କ ନିକଟରୁ କିଛି ପ୍ରତିଦାନ ଆଶା କର ? ସେମାନଙ୍କ ପାଇଁ କାର୍ଯ୍ୟ କରିବା ହିଁ ତୁମର କର୍ତ୍ତବ୍ୟ । କୌଣସି ବିଶେଷ ବ୍ୟକ୍ତି, ନଗର ତୁଳନୀୟ—ଗୀତା—୩/୨୨-୨୪ ୭୬