Jump to content

ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୭୭ କର୍ମ—ରହସ୍ଯ ବା ରାଷ୍ଟ୍ର ପାଇଁ ଯାହା ଇଚ୍ଛା ତାହା କରିଯାଅ; କିନ୍ତୁ ସନ୍ତାନମାନଙ୍କ ପ୍ରତି ତୁମର ଯେପରି ଭାବ, ସେମାନଙ୍କ ପ୍ରତି ମଧ୍ୟ ସେହି ଭାବ ଅବଲମ୍ବନ କର, ସେମାନଙ୍କ ନିକଟରୁ କୌଣସି ପ୍ରତିଦାନ ଆଶା କର ନାହିଁ । ଯଦି ସର୍ବଦା ଦାତାର ଭାବ ଅବଲମ୍ବନ କର, ପ୍ରଦ୍ୟୁପକାରର କୌଣସି ଆଶା ନ ରଖି ଜଗତକୁ ତୁମର ଯାହା ଦେବାର ଦେଇଯାଅ, ତେବେ ସେହି କର୍ମରୁ ତୁମର କୌଣସି ବନ୍ଧନ ବା ଆସକ୍ତି ହେବ ନାହିଁ । ଆମେ ଯେତେବେଳେ କୌଣସି ପ୍ରତ୍ୟାଶା ରଖୁ, କେବଳ ସେତେବେଳେ ହିଁ ଆସକ୍ତି ଆସେ । କ୍ରୀତଦାସ ଭଳି କାର୍ଯ୍ୟ କଲେ ଯଦି ସେଥ୍‌ ସ୍ବାର୍ଥପରତା ଓ ଫଳାସକ୍ରି ଆସେ, ତା’ ହେଲେ ପ୍ରଭୁ ଭାବରେ କାର୍ଯ୍ୟ କଲେ ସେଥୁରୁ ଅନାସକ୍ତିଜନିତ ଆନନ୍ଦ ନିଶ୍ଚୟ ଆସିବ । ଆମେ ଅନେକ ସମୟରେ ନ୍ୟାୟ ଓ ନିଜ ନିଜ ଅଧ୍ୟାକାରର କଥା କହିଥାଉ, କିନ୍ତୁ ଦେଖୁ ଯେ, ଏଗୁଡ଼ିକ ଶିଶୁସୁଲଭ ବାକ୍ୟମାତ୍ର । କେବଳ ଦୁଇଟି ଭାବ ମନୁଷ୍ୟର ଚରିତ୍ର ନିୟନ୍ତ୍ରଣ କରିଥାଏ-କ୍ଷମତା ଓ ଦୟା । କ୍ଷମତାର ପ୍ରୟୋଗ ଚିରକାଳ ହିଁ ସ୍ୱାର୍ଥପରତାରୁ ଚାଳିତ ହୁଏ । ସମସ୍ତେ ସେମାନଙ୍କର ଶକ୍ତି ଓ ସୁବିଧା ଅନୁସାରେ ତାଙ୍କ କ୍ଷମତା ପ୍ରୟୋଗ କରିବା ପାଇଁ ଚେଷ୍ଟା କରନ୍ତି । ଦୟା ଅତି ପବିତ୍ର; ଭଲ ହେବାକୁ ହେଲେ ଆମମାନଙ୍କୁ ଦୟାବାନ ହେବାକୁ ପଡ଼ିବ । ଏପରି କି ନ୍ୟାୟବିଚାର ଏବଂ ଅଧିକାରବୋଧ ମଧ୍ୟ ଦୟା ଉପରେ ପ୍ରତିଷ୍ଠିତ । କର୍ମର ଫଳାକାଙକ୍ଷା ଆମର ଆଧ୍ୟାତ୍ମିକ ଉନ୍ନତିର ପ୍ରତିବନ୍ଧକ; କେବଳ ସେତିକି ନୁହେଁ, ପରିଣାମରେ ଏହା ଦୁଃଖର କାରଣ ହୁଏ । ଆଉ ଗୋଟିଏ ଉପାୟ ଅଛି ଯାହାଦ୍ଵାରା ଏହି ଦୟା ଓ ନିଃସ୍ୱାର୍ଥପରତା କାର୍ଯ୍ୟରେ ପରିଣତ କରାଯାଇପାରେ; ଯଦି ଆମେ ସଗୁଣ ବ୍ୟକ୍ତିଭାବାପନ୍ନ ଈଶ୍ବରଙ୍କୁ ବିଶ୍ବାସ କରୁ, ତେବେ କର୍ମକୁ ‘ଉପାସନା’ ବୋଲି ଭାବିବାକୁ ହେବ । ଏ କ୍ଷେତ୍ରରେ ଆମେ ଆମର ସମସ୍ତ କର୍ମଫଳ ଭଗବାନଙ୍କ ଉପରେ ଅର୍ପଣ କରିଥାଉ । ଏହି ଭାବରେ ତାଙ୍କୁ ଉପାସନା କଲେ ଆମ କର୍ମ ପାଇଁ ମାନବ ଜାତି ନିକଟରୁ କିଛି ପ୍ରତ୍ୟାଶା କରିବାର ଅଧିକାର ଆମର ରହିବ ନାହିଁ । ପ୍ରଭୁ ସ୍ଵୟଂ ସର୍ବଦା କର୍ମ କରୁଛନ୍ତି ଏବଂ ତାଙ୍କର କୌଣସି ଆସକ୍ତି ନାହିଁ । ଜଳ ଯେପରି ପଦ୍ମପତ୍ରକୁ ଓଦା କରିପାରେ ନାହିଁ, ଠିକ୍ ସେହିପରି ନିଃସ୍ୱାର୍ଥ ବ୍ୟକ୍ତିକୁ କର୍ମ ଆସକ୍ତିରେ ବଦ୍ଧ କରିପାରେ ନାହିଁ । ଅହଂ–ଶୂନ୍ୟ ଓ ଅନାସକ୍ତ ବ୍ୟକ୍ତି ଜନପୂର୍ଣ୍ଣ ଓ ପାପସଙ୍କୁଳ ସହରରେ ବାସ କଲେ ସୁଦ୍ଧା ସେ ପାପରେ ଲିପ୍ତ ହେବେ ନାହିଁ । ଏହି ପୂର୍ଣ୍ଣ ସ୍ଵାର୍ଥତ୍ୟାଗର ଭାବଟି ନିମ୍ନୋକ୍ତ ଗଳ୍ପଟିରେ ବର୍ଣ୍ଣିତ ହୋଇଛି । କରୁକ୍ଷେତ୍ର ଯୁଦ୍ଧ ଶେଷ ହେବାରୁ ପଞ୍ଚପାଣ୍ଡବ ଏକ ମହାଯଜ୍ଞ କରି ଦରିଦ୍ରମାନଙ୍କୁ ନାନାବିଧ ବହୁମୂଲ୍ୟ ବସ୍ତୁ ଦାନ କଲେ । ସମସ୍ତେ ଏହି ଯଜ୍ଞର ଜାକଜମକ ଓ ଐଶ୍ଚର୍ଯ୍ୟରେ ଚମତ୍କୃତ ହୋଇ କହିବାକୁ ଲାଗିଲେ-ପୃଥିବୀରେ ଏପରି ଯଜ୍ଞ ପୂର୍ବେ କେବେ ହୋଇନାହିଁ । ଯଜ୍ଞ ଶେଷରେ ଏକ କ୍ଷୁଦ୍ରକାୟ ନକୁଳ ସେଠାରେ ଆସି ଉପସ୍ଥିତ ହେଲା । ତାହାର ଶରୀରର ଅକ୍ଷାଂଶ ସ୍ବର୍ଣ୍ଣାଭ ସୁନ୍ଦର ଥିଲା ଓ ଅବଶିଷ୍ଟ ଅର୍ଦ୍ଧେକ ଥୁଲା ପିଙ୍ଗଳ ବର୍ଣ୍ଣ । ନକୁଳଟି ସେହି ଯଜ୍ଞଭୂମିରେ ଗଡ଼ିବାକୁ ଲାଗିଲା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କୁ କହିଲା, ‘ତୁମେ ସବୁ ମିଥ୍ୟାବାଦୀ, ଏହା କୌଣସି ଯଜ୍ଞ ହୋଇ ନ ପାରେ ।’ ସେମାନେ କହିଲେ, ‘ତୁମେ କଅଣ କହୁଛ–ଏହା ଯଜ୍ଞ ନୁହେଁ ? ତୁମେ କଅଣ ଜାଣି ନାହିଁ ଯେ ଏହି ଯଜ୍ଞରେ ଦରିଦ୍ରମାନଙ୍କୁ କେତେ ଧନରନ୍ ଦାନ କରାହୋଇଛି ? ସମସ୍ତେ ଧନବାନ୍‌ ଓ ସନ୍ତୁଷ୍ଟ ହୋଇ ଫେରି ଯାଇଛନ୍ତି । ଏଭଳି ଅପୂର୍ବ ଯଜ୍ଞ ଆଉ କେହି କେବେ କରି ନାହିଁ ।”