ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ଉତ୍ତରରେ ନକୁଳ କହିଲା, ‘‘ଶୁଣନ୍ତୁ, ଏକ କ୍ଷୁଦ୍ର ଗ୍ରାମରେ ଜନୈକ ଦରିଦ୍ର ବ୍ରାହ୍ମଣ ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂ ସହ ବାସ କରୁଥିଲେ । ବ୍ରାହ୍ମଣ ଥିଲେ ଖୁବ୍ ଗରିବ; ଶାସ୍ତ୍ରପାଠ ଓ ଧର୍ମୋପଦେଶଦ୍ବାରା ଲବ୍ଧ ଭିକ୍ଷା ହିଁ ଥିଲା ତାଙ୍କର ଉପାର୍ଜନ । ସେ ଦେଶରେ ଥରେ ତିନି ବର୍ଷ ଧରି ଦୁର୍ଭିକ୍ଷ ପଡ଼ିଲା । ଗରିବ ବ୍ରାହ୍ମଣ ପୂର୍ବାପେକ୍ଷା ଅଧୂକ କଷ୍ଟରେ ରହିବାକୁ ଲାଗିଲେ । ଅବଶେଷରେ ସେହି ପରିବାରକୁ ପାଞ୍ଚ ଦିନ ଧରି ଉପବାସରେ ରହିବାକୁ ହେଲା । ଭାଗ୍ୟକ୍ରମେ ଷଷ୍ଠ ଦିନ ପିତା କିଛି ଯବଛତୁ ସଂଗ୍ରହ କରି ଆଣିଲେ ଏବଂ ଏହାକୁ ଚାରି ଭାଗ କଲେ । ସେମାନେ ଯେତେବେଳେ ଖାଇବାକୁ ବସିଲେ ସେତେବେଳେ ଦ୍ବାରଦେଶରେ ଆଘାତ ହେଲା | ପିତା ଦ୍ଵାର ଖୋଲି ଦେଖିଲେ ଯେ, ଜଣେ କ୍ଷୁଧାଉଁ ଅତିଥ୍‌ ଦଣ୍ଡାୟମାନ । ଭାରତବର୍ଷରେ ଅତିଥ ବଡ ପବିତ୍ର ଓ ମାନ୍ୟ ବ୍ୟକ୍ତି; ଅତିଥ୍‌ ‘ନାରାୟଣ’ ତୁଲ୍ୟ । ଦରିଦ୍ର ବ୍ରାହ୍ମଣ କହିଲେ, ‘ଆସନ୍ତୁ, ମହାଶୟ ! ଆସନ୍ତୁ, ସ୍ବାଗତମ୍ !’ ଗରିବ ବ୍ରାହ୍ମଣ ଅତିଥିଙ୍କ ସମ୍ମୁଖରେ ନିଜ ଭାଗର ଖାଦ୍ୟ ରଖିଦେଲେ । ଅତିଥୁ ଅତିଶୀଘ୍ର ଏହା ଶେଷ କରି କହିଲେ, ‘ମହାଶୟ, ଆପଣ ମୋତେ ଏକାବେଳକେ ମାରି ପକାଇବେ ଦେଖୁଛି । ମୁଁ ଦଶ ଦିନ ହେଲା ଉପବାସରେ ଅଛି, ଏହି ଅଳ୍ପ ପରିମାଣ ଖାଦ୍ୟରେ ମୋର କ୍ଷୁଧା ଆହୁରି ବଢି-ଉଠିଛି ।’ ସେତେବେଳେ ବ୍ରାହ୍ମଣୀ ସ୍ଵାମୀଙ୍କୁ କହିଲା, ‘ମୋ ଭାଗଟା ମଧ୍ଯ ଏହାଙ୍କୁ ଦିଅନ୍ତୁ ।’ ସ୍ଵାମୀ କହିଲେ, ‘ନା, ତାହା ହେବ ନାହିଁ ।’ କିନ୍ତୁ ବ୍ରାହ୍ମଣ-ପତ୍ନୀ ଜୋର କରି କହିବାକୁ ଲାଗିଲେ, ‘ଏ ଦରିଦ୍ର ଅତିଥ୍‌ ଆମ ନିକଟରେ ଉପସ୍ଥିତ, ଆମେ ଗୃହସ୍ଥ–ଆମର କର୍ତ୍ତବ୍ୟ ତାଙ୍କୁ ଖାଇବାକୁ ଦେବା, ଆପଣଙ୍କର ଯେତେବେଳେ ଆଉ କିଛି ଖାଦ୍ୟ ଦେବାର ନାହିଁ, ସେତେବେଳେ ଆପଣଙ୍କର ସହଧର୍ମିଣୀ ରୂପେ ମୋର ଖାଦ୍ୟ ଅତିଥିଙ୍କୁ ଅର୍ପଣ କରିବା ମୋ କର୍ତ୍ତବ୍ୟର ଅନ୍ତର୍ଭୁକ୍ତ ।’ ଏହା କହି ସେ ମଧ୍ୟ ନିଜ ଭାଗଟି ଅତିଥ୍‌ଙ୍କୁ ଦେଲେ । ଅତିଥୁ ତତ୍‌କ୍ଷଣାତ୍ ତାହା ନିଃଶେଷ କରି କହିଲେ, ‘ମୁଁ ବର୍ତ୍ତମାନ ମଧ୍ୟ କ୍ଷୁଧାରେ ଆତୁର, ସେତେବେଳେ ପୁତ୍ର କହିଲେ, ‘ଆପଣ ମୋ ଭାଗଟି ଗ୍ରହଣ କରନ୍ତୁ । ପୁତ୍ରର କର୍ତ୍ତବ୍ୟ ପିତାଙ୍କୁ ତାଙ୍କ କର୍ତ୍ତବ୍ୟ–ପାଳନରେ ସହାୟତା କରିବା ।’ ଅତିଥୁ ତାଙ୍କ ଅଂଶ ମଧ୍ୟ ଖାଇଲେ, କିନ୍ତୁ ତଥାପି ତାଙ୍କର ତୃପ୍ତି ହେଲା ନାହିଁ । ସେତେବେଳେ ପୁତ୍ରବଧୂ ମଧ୍ୟ ତାଙ୍କ ଭାଗଟି ଦେଲେ । ଏହିଥର ତାଙ୍କର ଆହାର ଯଥେଷ୍ଟ ହେଲା ଓ ଅତିଥ୍‌ ସେମାନଙ୍କୁ ଆଶୀର୍ବାଦ କରି ଚାଲିଗଲେ । ‘‘ସେହି ରାତିରେ ଏହି ଚାରିଜଣ ଅନାହାରରେ ପ୍ରାଣତ୍ୟାଗ କଲେ । ଏହି ଛତୁର କିଛି ଅଂଶ ଚଟାଣ ଉପରେ ପଡ଼ିଥିଲା । ଯେତେବେଳେ ମୁଁ ଉପରେ ଗଡ଼ିଗଲି, ସେତେବେଳେ ମୋ ଦେହର ଅର୍ଦ୍ଧେକ ଅଂଶ ସୁନାପରି ହୋଇଗଲା, ଆପଣମାନେ ସମସ୍ତେ ଏହା ଦେଖୁଛନ୍ତି । ସେହିଦିନଠାରୁ ମୁଁ ସମଗ୍ର ଜଗତ ବୁଲୁଛି; ମୋର ଇଚ୍ଛା ଯେ ଏହିପରି ଆଉ ଗୋଟିଏ ଯଜ୍ଞ ଦେଖୁଛି । କିନ୍ତୁ ଆଉ ସେପରି ଯଜ୍ଞ ଦେଖିବାକୁ ପାଉ ନାହିଁ, କିମ୍ବା କେଉଁଠି ହେଲେ ମୋ ଶରୀରର ବାକି ଅଂଶ ସୁବର୍ଷରେ ପରିଣତ ହେଲା ନାହିଁ । ତେଣୁ ମୁଁ କହୁଛି ଏହା ଆଦୌ ଯଜ୍ଞ ନୁହେଁ ।” ୭୮ ଭାରତବର୍ଷରୁ ଏହି ସ୍ଵାର୍ଥତ୍ୟାଗ ଓ ଦୟା କ୍ରମଶଃ ଅନ୍ତର୍ହିତ ହେଉଅଛି; ମହତ୍ଵ ବ୍ୟକ୍ତିଙ୍କ ସଂଖ୍ୟା କ୍ରମେ ହ୍ରାସ ପାଉଛି । ପ୍ରଥମେ ଇଂରାଜୀ ପଢିବା ସମୟରେ ମୁଁ ଗୋଟିଏ ଗଳ୍ପ ପଢ଼ିଥିଲି । ତାହା ଏକ କର୍ତ୍ତବ୍ୟ ପରାୟଣ ବାଳକର ଗଳ୍ପ; ସେ କାମ କରି ଯାହା ଉପାର୍ଜନ କରେ, ତାହାର କେତେକାଂଶ ତାହର ବୃଦ୍ଧା ଜନନୀକୁ ଦିଏ । ପୁସ୍ତକର ତିନି ଚାରି ପୃଷ୍ଠା ପର୍ଯ୍ୟନ୍ତ