ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା ସେହିପରି ଅବସ୍ଥା ହେଲେ ମଧ୍ୟ ସେପରି ଭାବରେ କର୍ମ କରିବା ଅନ୍ୟାୟ ବୋଲି ମନେହୁଏ । ତଥାପି ସର୍ବତ୍ର ହିଁ କର୍ତ୍ତବ୍ୟର ଏହି ସାଧାରଣ ଧାରଣା ଦେଖାଯାଏ ଯେ, ପ୍ରତ୍ୟେକ ସତ୍ ବ୍ୟକ୍ତି ନିଜ ବିବେକର (conscience) ଆଦେଶ ଅନୁଯାୟୀ କର୍ମ କରିଥାଆନ୍ତି । କିନ୍ତୁ କେଉଁ ବିଶେଷ ଗୁଣ କର୍ମକୁ କର୍ତ୍ତବ୍ୟରେ ପରିଣତ କରେ ? ଯଦି ଜଣେ ଖ୍ରୀଷ୍ଟିୟାନ୍ ସମ୍ମୁଖରେ ଗୋମାଂସ ଥିବା ସତ୍ତ୍ଵେ ନିଜର ପ୍ରାଣରକ୍ଷା ପାଇଁ ଅଥବା ଅନ୍ୟର ପ୍ରାଣ ରକ୍ଷା ପାଇଁ ସେ ତାର ବ୍ୟବହାର ନ କରେ, ତା’ହେଲେ ସେ ନିଶ୍ଚୟ ବୋଧ କରିବ ଯେ, ତା କର୍ତ୍ତବ୍ୟରେ ସେ ଅବହେଳା କରିଅଛି । କିନ୍ତୁ ଜଣେ ହିନ୍ଦୁ ଯଦି ଏହି କ୍ଷେତ୍ରରେ ତାହା ଭୋଜନ କରିବାକୁ ସାହସ କରେ ଅଥବା ଅନ୍ୟ ହିନ୍ଦୁକୁ ତାହା ଖାଇବାକୁ ଦିଏ, ସେ ମଧ୍ୟ ନିଶ୍ଚୟ ସମଭାବରେ ଅନୁଭବ କରିବ ଯେ, ତାହାର କର୍ତ୍ତବ୍ୟ ଠିକ୍ ରୂପେ ପାଳିତ ହେଲା ନାହିଁ । ହିନ୍ଦୁର ଶିକ୍ଷା ଓ ସଂସ୍କାର ତା’ ହୃଦୟରେ ଏହିପରି ଭାବ ଆଣିଦିଏ । ବିଗତ ଶତାବ୍ଦୀରେ ଭାରତରେ ଠଗ ନାମକ କୁଖ୍ୟାତ ଦସ୍ୟୁ ଦଳ ଥିଲା । ସେମାନଙ୍କର ଧାରଣା ଥିଲା—ଯାହାକୁ ପାଇବେ ତାକୁ ମାରି ତାର ସର୍ବସ୍ଵ ଅପହରଣ କରିବା ସେମାନଙ୍କର କର୍ତ୍ତବ୍ୟ; ଆଉ ଯେ ଯେତେ ଅଧିକ ଲୋକ ମାରୁଥିଲା ସେ ନିଜକୁ ସେତେ ବଡ଼ ବୋଲି ମନେକରୁଥିଲା । ସାଧାରଣତଃ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଗୁଳିକରି ହତ୍ୟା କଲେ ତାହା ଅନ୍ୟାୟ କାର୍ଯ୍ୟ ବୋଲି ସେ ଦୁଃଷ୍କୃତ ହୋଇଥାଏ । କିନ୍ତୁ ସେହି ବ୍ୟକ୍ତି ଯଦି ସୈନ୍ୟଦଳର ଅନ୍ତର୍ଭୁକ୍ତ ହୋଇ କେବଳ ଜଣକୁ ନୁହେଁ, କୋଡ଼ିଏ ଜଣକୁ ମଧ୍ୟ ଗୁଳି କରେ, ତେବେ ସେ ଆନନ୍ଦିତ ହୁଏ ଏବଂ ଭାବେ ଯେ, ସେ ଦକ୍ଷତାର ସହିତ ତାହାର କର୍ତ୍ତବ୍ୟ ପାଳନ କରିଛି । ଅତଏବ ଏଥୁରୁ ଖୁବ୍ ସହଜରେ ବୁଝାଯାଉଛି ଯେ, ‘କଅଣ ଆମେ କରୁଛୁ’ –ଏହା ବିଚାର କରି କର୍ତ୍ତବ୍ୟ ନିଦ୍ଧାରିତ ହୁଏ ନାହିଁ 1 ୮୦ ସୁତରାଂ ବ୍ୟକ୍ତି —ନିରପେକ୍ଷ ଭାବେ କର୍ତ୍ତବ୍ୟର ଗୋଟିଏ ସଂଜ୍ଞା ଦେବା ଏକାବେଳକେ ଅସମ୍ଭବ; ଏହା କର୍ତ୍ତବ୍ୟ, ଏହା ଅକର୍ତ୍ତବ୍ୟ–ଏପରି ନିର୍ଦ୍ଦେଶ କରି କିଛି କୁହାଯାଇପାରେ ନାହିଁ । ତେବେ ବ୍ୟକ୍ତି (Subjective) ବା ଅଧ୍ୟାତ୍ମ୍ୟ ଦୃଷ୍ଟିରୁ କର୍ତ୍ତବ୍ୟର ଲକ୍ଷଣ ନିର୍ଣ୍ଣୟ କରାଯାଇପାରେ । ଯେକୌଣସି କାର୍ଯ୍ୟ ଆମମାନଙ୍କୁ ଭଗବାନଙ୍କ ଆଡ଼କୁ ନେଇଯାଏ, ତାହା ହିଁ ସତ୍କାର୍ଯ୍ୟ ଏବଂ ଯେଉଁ କାର୍ଯ୍ୟ ଆମମାନଙ୍କୁ ନିମ୍ନ ଦିଗକୁ ନେଇଯାଏ, ତାହା ଅସତ୍ କାର୍ଯ୍ୟ । ଆଧ୍ୟାତ୍ମିକ ଦିଗରୁ ଦେଖିଲେ ଆମେ ଦେଖିବାକୁ ପାଉ ଯେ କେତେଗୁଡ଼ିଏ କାର୍ଯ୍ୟ ଆମକୁ ଉନ୍ନତ ଓ ମହାନ୍ କରେ, ଅନ୍ୟ କେତେଗୁଡ଼ିଏ କାର୍ଯ୍ୟର ପ୍ରଭାବରେ ଆମେ ଅବନତ ଓ ପଶୁଭାବାପନ୍ନ ହୋଇଯାଉ । କିନ୍ତୁ ସର୍ବାବସ୍ଥାରେ ସର୍ବବିଧ ବ୍ୟକ୍ତିଙ୍କ ପକ୍ଷରେ କେଉଁ କାର୍ଯ୍ୟ ଦ୍ବାରା କିପରି ଭାବ ଆସିବ, ତାହା ନିଶ୍ଚିତ ଭାବରେ କହିବା ସମ୍ଭବପର ନୁହେଁ । ତଥାପି ପ୍ରତ୍ୟେକ ଯୁଗରେ, ସକଳ ସମ୍ପ୍ରଦାୟ ଓ ଦେଶର ମନୁଷ୍ୟ କର୍ତ୍ତବ୍ୟ ସମ୍ବନ୍ଧରେ ଗୋଟିଏ ଧାରଣା ଅତ୍ୟନ୍ତ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଏବଂ ତାହା ଏହି ସଂସ୍କୃତ ଶ୍ଳୋକାର୍କରେ ବର୍ଣ୍ଣିତ ହୋଇଅଛି; ‘ପରୋପକାରଃ ପୁଣ୍ୟାୟ ପାପାୟ ପରପୀଡ଼ନମ୍ ।’ ଭଗବଦ୍ଗୀତା ବର୍ଣ୍ଣାଶ୍ରମ ଅନୁଯାୟୀ କର୍ତ୍ତବ୍ୟର କଥା ବାରମ୍ବାର ଉଲ୍ଲେଖ କରିଛନ୍ତି । ବିଭିନ୍ନ କର୍ମପ୍ରତି କେଉଁ ବ୍ୟକ୍ତିର ମନୋଭାବ କିପରି ହେବ, ତାହା ଏହି ବ୍ୟକ୍ତିର ବର୍ଣ୍ଣାଶ୍ରମ ଓ ସାମାଜିକ ମର୍ଯ୍ୟାଦା ଅନୁସାରେ ଅନେକାଂଶରେ ନିୟନ୍ତ୍ରିତ ହୁଏ । ଏଥିପାଇଁ ଆମର କର୍ତ୍ତବ୍ୟ, ଯେଉଁ ସମାଜରେ ଆମେ ଜନ୍ମଗ୍ରହଣ କରିଛୁ, ସେହି ସମାଜର ଆଦର୍ଶ ଓ କର୍ମଧାରା ଅନୁସାରେ
ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୮୦
Appearance