ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶ୍ରୋତୃମଣ୍ଡଳୀର ସର୍ବାଧୂକ ବୈଶିଷ୍ଟ୍ୟ । ୟୁରୋପର ପ୍ରତ୍ୟେକ ଜାତିର ମନୁଷ୍ୟ ଆମେରିକାରେ ମିଳିତ ହୋଇଛନ୍ତି, ବିଶେଷତଃ ଚିକାଗୋ-ନଗରରେ, ଯେଉଁଠାରେ ଧର୍ମମହାସଭା ଅନୁଷ୍ଠିତ ହୋଇଥିଲା । ଆଧୁନିକକାଳର ପ୍ରଯତ୍ନ ଓ ସଂଗ୍ରାମରେ ଯାହା ସର୍ବୋକୃଷ୍ଠ ତାହାର ଅଧିକାଂଶ ଏବଂ ଯାହା ନିକୃଷ୍ଠ ତାହାର କିୟଦଂଶ ଏହି ପାଶ୍ଚାତ୍ୟ ନଗରର ଇଲାକାରେ ମିଳିବ । ଏହି ନଗରର ପଦଯୁଗଳ ମିଚିଗାନ ହ୍ରଦତୀରରେ ବିସ୍ତୃତ ଏବଂ ଉତ୍ତରର ଦ୍ୟୁତୀରେ ପ୍ରଦୀପ୍ତ - ନୟନ ହୋଇ ସେ ଯେପରି ଚିନ୍ତାମଗ୍ନ ହୋଇ ବସିଛି । ଆଧୁନିକ ଚେତନାରେ ଏପରି କିଛି ନାହିଁ, ୟୁରୋପୀୟ ଐତିହ୍ୟଠାରୁ ଉତ୍ତରାଧିକାର ସୂତ୍ରରେ ଏପରି କିଛି ନାହିଁ, ଯାହା ଚିକାଗୋ ନଗରରେ ଆଶ୍ରୟଲାଭ କରିନାହିଁ, ଏବଂ ଏହି କେନ୍ଦ୍ରର ସୃଜନଶୀଳ ଜୀବନ ଓ ବ୍ୟଗ୍ର କୌତୁହଳ କାହାରି କାହାରି ନିକଟରେ ପ୍ରଧାନତଃ ବିଶୃଙ୍ଖଳା ମନେ ହେଲେ ସୁଦ୍ଧା ଏହା ନିଃସନ୍ଦିଗ୍ଧଭାବେ ମାନବମହିମାରେ ପୂର୍ଣ୍ଣ ଏବଂ କ୍ରମପରିଣତ ଗୋଟିଏ ଐକ୍ୟାଦର୍ଶର ପ୍ରକାଶାଭିମୁଖରେ ସଞ୍ଚରମାଣ ।


ଏହିପରି ଥିଲା ସେହି ମନୋଭୂମି, ସେହି ମାନସ-ସମୁଦ୍ର-ତାରୁଣ୍ୟପୂର୍ଣ୍ଣ, ଉଚ୍ଛଳ, ଆତ୍ମଶକ୍ତି ଓ ଆତ୍ମବିଶ୍ବାସରେ ଉଦ୍ବେଳ; ଅଧୂକନ୍ତୁ ତାହା ଥିଲା ଅନୁସନ୍ଧିତ୍ସୁ ଏବଂ ସଜାଗ । ବିବେକାନନ୍ଦ ଯେତେବେଳେ ବହୃତା ଦେବା ପାଇଁ ଦଣ୍ଡାୟମାନ ହେଲେ, ସେତେବେଳେ ସେ ଏହିପରି ଏକ ପରିବେଶର ସମ୍ମୁଖୀନ ହୋଇଥିଲେ । ଅନ୍ୟ ପକ୍ଷରେ ତାଙ୍କ ପଶ୍ଚାତରେ ଥିଲା ବହୁ ଯୁଗର ଅଧାତ୍ମସାଧନାର ଏକ ଶାନ୍ତ ମହାସାଗର, ତାଙ୍କ ପଶ୍ଚାତରେ ଥିଲା। ଏପରି ଗୋଟିଏ ଜଗତ, ଯାହା ବୈଦିକ ଯୁଗଠାରୁ ନିଜ ଇତିହାସର ସଙ୍କେତ ବହନ କରି ଉପନିଷଦ ମଧ୍ୟରେ ଆତ୍ମୋପଲବ୍ଧି କରିଥିଲା; ଯାହା ତୁଳନାରେ ବୌଦ୍ଧଧର୍ମ ଆଧୁନିକ କହିଲେ ଚଳେ-ଯେଉଁ ଜଗତ ଧର୍ମବିଶ୍ୱାସ ଓ ମତବାଦସମୂହରେ ପରିପୂର୍ଣ୍ଣଗ୍ରୀଷ୍ମମଣ୍ଡଳର ରୌଦ୍ର ସମୂଜ୍ଜ୍ଵଳ ଗୋଟିଏ ପ୍ରଶାନ୍ତ ଭୂମି, ଯୁଗ ଯୁଗ ଧରି ଯାହାର ପଥ ରେଣୁ ମହାପୁରୁଷମାନଙ୍କରଚରଣ-ସ୍ପର୍ଶ ଲାଭ କରିଛି । ସଂକ୍ଷେପରେ ତାଙ୍କ ପଶ୍ଚାତରେ ଥିଲା ହଜାର ହଜାର ବର୍ଷବ୍ୟାପୀ ଜାତୀୟ-ବିକାଶପରିଣତିରେ ସମୃଦ୍ଧ ଭାରତବର୍ଷ- ଏହି ସମୟ ମଧ୍ୟରେ ସେ ନାନା ବିଷୟରେ ଗବେଷଣା କରିଛି, ନାନା ବିଷୟର ସତ୍ୟତା ପ୍ରମାଣ କରିଛି —କେବଳ ମାତ୍ର ନିଜର ଅନନ୍ତ ବିସ୍ତୃତ ଦେଶ ଓ କାଳର ଏକ ପ୍ରାନ୍ତରୁ ଅପରପ୍ରାନ୍ତ ପର୍ଯ୍ୟନ୍ତ କେତୋଟି ମୌଳିକ ଓ ଆବଶ୍ୟକୀୟ ସତ୍ୟ ସମ୍ପର୍କରେ ଏହାର ଜନସାଧାରଣଙ୍କୁ ସର୍ବସମ୍ମତ ବିଶ୍ୱାସ ସମ୍ବନ୍ଧରେ ଏହାର ନିଜସ୍ୱ ସମ୍ପୂର୍ଣ୍ଣ ଏକମତ ବ୍ୟତୀତ ଆଉ ସବୁ କିଛି ସେ ଉପଲବ୍ଧି କରିଛି । । ସୁତରା ଏଠାରେ ଥିଲା ଦୁଇ ପ୍ରକାରର ଚିରପ୍ରବାହ; ଯେପରି କି ଦୁଇଟି ବିଶାଳଚିନ୍ତାତରଙ୍ଗିଣୀ ପ୍ରାଚ୍ୟ ଓ ଆଧୁନିକ; ଧର୍ମ-ମହାସଭାର ବହୃତା-ମଞ୍ଚରେ ଦଣ୍ଡାୟମାନ