ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୪.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାହାଯ୍ୟ କରିଛନ୍ତି, ସମସ୍ତଙ୍କୁ ଆମେ ଆନ୍ତରିକ କୃତଜ୍ଞତା ଜଣାଉଛୁ । ସ୍ଵାମୀ ବୈରାଗ୍ୟାନନ୍ଦଙ୍କର ଏହି ପ୍ରକାଶନ ପାଇଁ ବିପୁଳ ଅବଦାନ ଅନସ୍ୱୀକାର୍ଯ୍ୟ ।
ଏହି ଖଣ୍ଡର ପ୍ରକାଶନ କେନ୍ଦ୍ର ସରକାରଙ୍କର ଆର୍ଥିକ ସହାୟତା ଯୋଗୁଁ ହିଁ ସମ୍ଭବପର ହୋଇପାରିଛି; ସେଥ୍‌ପାଇଁ ଆମେ କେନ୍ଦ୍ର ସରକାରଙ୍କଠାରେ ଗଭୀର ଭାବରେ କୃତଜ୍ଞ ।
ଭକ୍ତପ୍ରବଣ ଓଡ଼ିଶାବାସୀଙ୍କଦ୍ଵାରା ଏହି ଖଣ୍ଡଟି ବିଶେଷ ଆଦୃତ ହେବ ବୋଲି ଆମର ବିଶ୍ଵାସ ।
ପ୍ରେମସ୍ଵରୂପ ଭଗବାନଙ୍କର କଲ୍ୟାଣରାଶି କିପରି ଅଯାଚିତ ଭାବରେ ଆମମାନଙ୍କ ଉପରେ ବର୍ଷିତ ହେଉଅଛି ~~ ଏକଥା ସ୍ଵାମୀ ବିବେକାନନ୍ଦ ବର୍ତ୍ତମାନ କାଳରେ ବିଶେଷ ଭାବରେ ଦେଖାଇ ଯାଇଛନ୍ତି ।
ଭୁବନେଶ୍ୱର ସ୍ଵାମୀ ସ୍ତୁତ୍ୟାନନ୍ଦ
ମହାଶିବରାତ୍ରି, ୬ । ୩ । ୧୯୮୯