ଚନ୍ଦ୍ର, ଅତ୍ରି ଓ ଅନସୂୟାଙ୍କ ସନ୍ତାନ । ସେ ସମୁଦ୍ରରୁ ଜାତ ହୋଇଥିଲେ ବୋଲି ମଧ୍ୟ କେତେକ ପୁରାଣରେ ଲେଖା ଅଛି । ଦେବୀ ଭାଗବତରେ ଲେଖା ଅଛି, ସ୍ୱୟଂ ବ୍ରହ୍ମା ଚନ୍ଦ୍ର ରୂରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଠାରୁ ଚନ୍ଦ୍ରବଂଶର ବିସ୍ତାର ହୋଇଥିଲା । ବୁଧ ସେହି ବଂଶର ପ୍ରଥମ ରାଜା । ପୁରୁରବା ଚନ୍ଦ୍ରବଂଶର ରାଜାମାନଙ୍କ ମଧ୍ୟରେ ପ୍ରସିଦ୍ଧ ।
ଚନ୍ଦ୍ରଙ୍କ ଜନ୍ମ ସମ୍ପର୍କରେ ପୁରାଣରେ ଯେଉଁ କାହାଣୀ ଅଛି, ସେହି କାହାଣୀଟି ଏହିପରି-
ସୃଷ୍ଟି ଆରମ୍ଭ କାଳର କଥା । ଭଗବାନ ବିଷ୍ଣୁ ତାଙ୍କର ନାଭିଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟି କଲେ । କହିଲେ, ସୃଷ୍ଟିର କିପରି ବିସ୍ତାର ହେବ, ସେ ଦାୟିତ୍ୱ ତୁମର । ବ୍ରହ୍ମା ସେଥିପାଇଁ ଅତ୍ରିଙ୍କୁ ସୃଷ୍ଟି କଲେ ଓ ତାଙ୍କୁ ସୃଷ୍ଟି ସର୍ଜନାର ଦାୟିତ୍ୱ ଦେଲେ । ଅତ୍ରି ଭାବିଲେ, ସାରା ସଂସାର ସୃଷ୍ଟି କରିବା କ’ଣ କିଛି କମ୍ କଥା ! ସେଥିାଇଁ ଶକ୍ତି ଥିବା ଦରକାର । ତେଣୁ ସେହି ଶକ୍ତି ପାଇବା ପାଇଁ ସେ ଯାଇ ଅନୁତ୍ତର ତପସ୍ୟା କଲେ । ବହୁ ବର୍ଷ ତପସ୍ୟା ପରେ, ତାଙ୍କର ନିଷ୍ଠା ଦେଖି ସଚ୍ଚିଦାନନ୍ଦ ବ୍ରହ୍ମ ସନ୍ତୁଷ୍ଟ ହେଲେ । ଏକ ଦିବ୍ୟଜ୍ୟୋତି ରୂପରେ ଆସି ତାଙ୍କ ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଆଖିରୁ ଆନନ୍ଦରେ ଲୁହଧାର ଝରି ପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ସେହି ଭ୍ରୂଣଗୁଡିକୁ ଏକାଠି କରି ବ୍ରହ୍ମା ଗୋଟିଏ ସୁନ୍ଦର ତରୁଣ ସୃଷ୍ଟି କଲେ । ସେହି ସୁନ୍ଦର ତରୁଣଟି ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଖୁବ୍ ଉଜ୍ଜ୍ୱଳ ହୋଇଥିଲା । ସେହି ତରୁଣ ହିଁ ଆମର ଚନ୍ଦ୍ର ଦେବତା ।
ଚନ୍ଦ୍ରଙ୍କର ସୃଷ୍ଟି ପରେ ବ୍ରହ୍ମା ତାଙ୍କୁ ନିଜ ରଥ ଉପରକୁ ନେଇଗଲେ । ତାହା ଦେଖି ବ୍ରହ୍ମର୍ଷିମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । କହିଲେ, ଏ ସୁନ୍ଦର ତରୁଣଟି ଆମର ଦେବତା ହୁଅନ୍ତୁ । ତା’ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତି କଲେ । ସେହି ସ୍ତୁତି ଫଳରେ ପୃଥିବୀରେ ଔଷଧିମାନ ବିକଶିତ ହେଲା । ତେଣୁ, ସେହିଦିନଠୁ ଚନ୍ଦ୍ରଙ୍କୁ କୁହାଗଲା ଔଷଧିମାନଙ୍କର ରାଜା । ତେବେ କେବଳ ଔଷଧିମାନଙ୍କର ରାଜା ନୁହେଁ, ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜାବୋଲି ମଧ୍ୟ କୁହାଯାଇଛି ।
ଚନ୍ଦ୍ର ତ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ । ପୁଣି ଔଷଧିମାନଙ୍କର ରାଜା ହେବାରୁ ତାଙ୍କର ଖ୍ୟାତି ଚାରିଆଡେ଼ ବ୍ୟାପିଗଲା । ଦକ୍ଷ ମଧ୍ୟ ତାଙ୍କର ଖ୍ୟାତି ଶୁଣିଲେ । ତାଙ୍କର ଥିଲେ ୨୭ଟି ସୁନ୍ଦରୀ କନ୍ୟା । ସେ ସମସ୍ତଙ୍କୁ ସେ ଚନ୍ଦ୍ରଙ୍କ ସହିତ ବିବାହ ଦେଲେ । ସେହି ୨୭ କନ୍ୟାଙ୍କର ନାମ ହେଉଛି- ଅନୁରାଧା,ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରୋଣା, ସ୍ରବିସ୍ଥା, ପ୍ରଚେତସ, ପୂର୍ବପ୍ରସ୍ଥପଦା, ଉତ୍ତରପ୍ରସ୍ଥପଦା, ରେବତୀ, ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଆଶ୍ଲେଷା, ଜନକମ୍, ପୂର୍ବା ଫାଲ୍ଗୁନୀ, ଉତ୍ତରା ଫାଲ୍ଗୁନୀ,
୮୬ . ଆମ ଦେବଦେବୀ