ପୃଷ୍ଠା:Aama Gangadhara.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶ୍ରୀମାନ୍‍ ମଧୁସୂଦନ ପଣ୍ଡାଙ୍କ ସହିତ ଏହାର ପ୍ରକାଶଭାର ଗ୍ରହଣ କରିବା ଦ୍ୱାରା ଲେଖକଙ୍କୁ ବନ୍ଧନ କରିଥିବାର କୃତଜ୍ଞତା-ରଜ୍ଜୁ ଉପରେ ଜଳସେଚନ କରିଅଛନ୍ତି ।" ଏଠାରେ ସ୍ମରଣ କରାଯାଇପାରେ, ଗଙ୍ଗାଧର ମେହେର ବ୍ରଜମୋହନଙ୍କ ପିତାମହ କାଶୀନାଥ ପଣ୍ଡାଙ୍କ ପ୍ରତିମୂର୍ତ୍ତିି ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ ଏବଂ 'ସ୍ୱର୍ଗୀୟ କାଶୀନାଥ ପଣ୍ଡା' ଶୀର୍ଷକରେ ଏକ ଲେଖା ଲେଖିଥିଲେ । ସେହି ଲେଖାଟି 'ସମ୍ବଲପୁର ହିତୈଷିଣୀ'ର ତା୪.୫.୧୯୧୨ ସଂଖ୍ୟାରେ ପ୍ରକାଶିତ । ଅଧିକନ୍ତୁ ବ୍ରଜମୋହନ ଗଙ୍ଗାଧରଙ୍କୁ ଲରମ୍ଭାରେ ରଖାଇବା ପାଇଁ ଯୋଜନା କରିଥିବା କଥା କବିଙ୍କୁ ଜଣାଇଥିଲେ । ୧୯୧୯ରେ ବ୍ରଜମୋହନ ଏହିଭଳି ଏକ ପତ୍ର ଲେଖିଥିଲେ ଗଙ୍ଗାଧରଙ୍କୁ; "ଆପଣ ପଦ୍ମପୁର ଛାଡ଼ିବା ସୁବିଧା ଜ୍ଞାନକରନ୍ତି ନାହିଁକି ? ମୁଁ ଚାହୁଁଥିଲି କିପରି ଆପଣଙ୍କୁ ନିଜ ପାଖରେ ରଖି ନିଜକୁ କୃତାର୍ଥ ଜ୍ଞାନକରନ୍ତି । କିନ୍ତୁ ଭଗବାନ ଆଜିଯାଏ ସେ ସୁବିଧା ଘଟାଇ ନାହାନ୍ତି । ଲୋକେ ତୀର୍ଥାଟନ କରନ୍ତି, ମାତ୍ର ମୁଁ ଆପଣଙ୍କୁ ତୀର୍ଥ ଜ୍ଞାନ କରେ । ସେହି ତୀର୍ଥରେ ମୋର ନିବାସ ସ୍ଥାପନ କରି କିପରି ନିଜକୁ ପବିତ୍ର ଓ ଚରିତାର୍ଥ କରନ୍ତି, ଏହିମାତ୍ର ଅନ୍ତର୍ଗତ ଭାବନା ।" ଏହି ସମୟର ଦୁଇବର୍ଷ ପୂର୍ବରୁ (୧୯୧୭) ଗଙ୍ଗାଧର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଅଥଚ ନିଶ୍ଚିତ ହୋଇପାରୁ ନଥିଲେ କେଉଁଠି ରହିବେ । ତାଙ୍କ ଜୀବନ ଓ ସାହିତ୍ୟ ଅଭିନ୍ନ । ପରପ୍ରଦତ୍ତ ଦ୍ରବ୍ୟ ଓ ସ୍ଥାନ ସେ ଉପଭୋଗ କରିବେ କିପରି ? ସେ ବୁଝିଥିଲେ-

ସଞ୍ଚୟ କରନ୍ତି ନିଜ ଉପାର୍ଜିତ ଧନ
ନ କରନ୍ତି ଲୋଭ ପରଦ୍ରବ୍ୟେ ସାଧୁଜନ । (ପୁଷ୍କରିଣୀ)

ଗଙ୍ଗାଧର ରାଜାଙ୍କ ପାଖରେ କାମ କରିଛନ୍ତି । କିନ୍ତୁ ନିଜର ସୁଖ-ସୁବିଧା ପାଇଁ ସେ ନୃପରାଜଙ୍କ ନାଁରେ କବିତା ଲେଖି ଛପାଇ ନଥିଲେ କି ତାଙ୍କ ଜୀବନୀ ଲେଖିଥିଲେ । ସେ ବୁଝିଥିଲେ ସଂସାରରେ କେଉଁମାନଙ୍କୁ ଲୋକେ ଧର୍ମାବତାର ବୋଲି ସମ୍ବୋଧନ କରନ୍ତି । ଯାହାର ମନ ପର ସମ୍ପତ୍ତି ହରଣରେ ବ୍ୟସ୍ତ, ଅର୍ଥ ଯାର ଗଣିକା ଘରେ ଗଣାଯାଏ, ଯାହାଙ୍କ ଜୀବନ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପୀଡ଼ାକାରକ ତାଙ୍କୁ ଲୋକେ ଧର୍ମାବତାର କହିଥାନ୍ତି-


ମନ ଯା'ର ବ୍ୟସ୍ତ ସଦା ପରସ୍ୱ ହରଣେ,
ଧନ ଯା'ର ବିଦଳିତ ଗଣିକା ଚରଣେ,
ଜୀବନ ଯା' ଲକ୍ଷ ଲକ୍ଷ ଲୋକଙ୍କର ଭାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।


(ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର)

ଧର୍ମାବତାରର ଘୋଡଣୀ ଭିତରେ ପାପାଚାରୀ ମୂର୍ତ୍ତିି ବିଦ୍ୟମାନ ଥିବା ସେ ଜାଣିଥିଲେ । ପୁନଶ୍ଚ ସମାଜରେ ଲୋକେ କୁଳ ବା ବଂଶ ପରମ୍ପରା ବଳରେ ସମ୍ମାନିତ ହେବା କଥା ସେ ଦେଖୁଥିଲେ । ସେ 'ପ୍ରଣୟ ବଲ୍ଲରୀ' କାବ୍ୟରେ କଣ୍ୱଙ୍କ ମୁହଁରେ ଶକୁନ୍ତଳା ପ୍ରତି ସରଳ ଓଡ଼ିଆ ଭାଷାରେ ଶୁଣାଇଥିଲେ; 'ଅଯଥା ପ୍ରଶଂସା ଶୁଣିବା ଠାରୁ ଦୂରରେ ରହିବାକୁ ।' ଏଣୁ ସେ କେମିତି ବା