ପରବର୍ତ୍ତୀ ପର୍ଯ୍ୟାୟ ମଧୁସୂଦନ ଦାସ ୧୮୯୮ ସାଲ ଜୁନ ମାସ ଏଗାର ତାରିଖରେ ସମିତି
ଗଠନର ଶୁଭକ୍ଷଣରେ, ଯେଉଁ ଘୋଷଣାନାମା ପ୍ରକାଶ କରିଥିଲେ- ସେଥିରେ ଉଲ୍ଲେଖ କରିଥିଲେ
ଯେ ଯୌଥ ବା ସମବାୟ ଭଣ୍ଡାର ପକ୍ଷରୁ ଯେଉଁ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟ ଯୋଗାଇ
ଦିଆଯିବ, ତାହା ଉଭୟ ଅଂଶୀଦାର ଓ ସର୍ବସାଧାରଣ କିଣି ପାରିବେ ।
"ମାତ୍ର କିଛି ପାଠକଙ୍କ ମନରେ ଏ ଦିଗରେ ଏକ ସନ୍ଦେହର ସୂତ୍ରପାତ ହେଲା ଯେ,ସମବାୟ
ଭଣ୍ଡାର ଯଦି ଅଂଶୀଦାରମାନଙ୍କର, ତାହେଲେ ସର୍ବସାଧାରଣ କିପରି ସମବାୟ ଭଣ୍ଠାରରୁ ଜିନିଷପତ୍ର
କିଣିପାରିବେ ? କଟକରେ ସେତେବେଳେ, ମିଲ୍ଦ୍ୱାରା କ୍ୟାଣ୍ଟାନମେଣ୍ଟ ଓ କିଲ୍ଲାରେ ସରକାରୀ
ଭଣ୍ଡାରମାନ ସ୍ଥାପିତ ଥିଲା । ତହିଁରୁ କେବଳ ସେହି ବିଭାଗର ସରକାରୀ କର୍ମଚାରୀମାନେ ଜିନିଷ କ୍ରୟ କରୁଥିଲେ ।"
ପାଠକମାନଙ୍କର ସନ୍ଦେହ ମୋଚନ କରିବାପାଇଁ ସେ ଏକ ପତ୍ର ଉତ୍କଳ ଦୀପିକାରେ ପ୍ରକାଶ
କରିଥିଲେ । ସେ ତାଙ୍କର ୟୁରୋପ ଓ ଲଣ୍ଡନ ପରିଭ୍ରମଣର ଅଭିଜ୍ଞତା ପ୍ରକାଶକରି ଉଲ୍ଲେଖ
କରିଥିଲେ ଯେ, ବିଦେଶରେ ବହୁ ସମବାୟ ଖାଉଟି ଭଣ୍ଡାର ଅଛି । ତାହା ଅଂଶୀଦାରଙ୍କ ଛଡ଼ା
ସର୍ବସାଧାରଣଙ୍କୁ ମଧ୍ୟ ଜିନିଷ ବିକ୍ରୟ କରିଥାନ୍ତି । ମୂଳ କଥା ହେଲା ଉପùାଦକ ଓ ଖାଉଟିମାନଙ୍କ ମଧ୍ୟରେ ସିଧାସଳଖ ଜିନିଷ ଯୋଗାଣ ବ୍ୟବସ୍ଥା, ଖାଉଟି ସମବାୟ ଭଣ୍ଡାର, ସଂଚାଳିତ କରୁଥିବାରୁ ମଧ୍ୟବର୍ତ୍ତୀ ବ୍ୟବସାୟୀଙ୍କର ଶୋଷଣରୁ ଖାଉଟିମାନଙ୍କୁ ରକ୍ଷା କରିଥାଏ । ଏଥିଯୋଗୁଁ ଇଂଲଣ୍ଡରେ ସମବାୟ ପ୍ରତିଷ୍ଠାନଗୁଡ଼ିକ ଅତ୍ୟନ୍ତ ଜନପ୍ରିୟତା ହାସଲ କରିଛନ୍ତି ଏବଂ ଏକ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛନ୍ତି ।
ଅଗଷ୍ଟ ୬ ତାରିଖରେ ପ୍ରକାଶିତ ଉତ୍କଳ ଦୀପିକାର ବିବରଣୀରୁ ଜଣାଯାଏ ଯେ,ଅଂଶ
ନେବାପାଇଁ ୨୬୦ ଜଣ ବ୍ୟକ୍ତି ଆବେଦନ କରିଥିଲେ ଓ ତହିଁରୁ ୧୬୦ ଜଣ କଟକ ସହରର
ବାସିନ୍ଦା ଥିଲେ ।
ଏହି ସଭାର ପରବର୍ତ୍ତୀ ବିବରଣୀ ଏହିଭଳି ସଂଗୃହୀତ ହୋଇଛି-
"ବାବୁ ଫକୀରମୋହନ ସେନାପତି ଏକ ଉତ୍ସାହପୂର୍ଣ୍ଣ ହୃଦୟଗ୍ରାହୀ ବକ୍ତୃତାଦ୍ୱାରା ତାହା
ଅନୁମୋଦନ କଲେ ଏବଂ ବାବୁ ହରମୋହନ ରାୟ ଚୌଧୁରୀ ତହିଁର ପୋଷକତାରେ ଏକ
ବକ୍ତୃତା ପ୍ରଦାନ କଲେ । ପରିଶେଷରେ ସମସ୍ତଙ୍କ ସମ୍ମତିରେ ଯୌଥ ଭଣ୍ଡାର ବ୍ୟବସାୟ କରିବା
ସ୍ଥିର ହୋଇ ପ୍ରଥମେ କି କି ଦ୍ରବ୍ୟ କାରବାର ହେବ ଏବଂ ଯେଉଁ ନିୟମାନୁଯାୟୀ କାର୍ଯ୍ୟ ଚଳିବ,
ତାହା ସ୍ଥିର କରିବାପାଇଁ ୧୧ ଜଣ ଡାଇରେକ୍ଟର ମନୋନୀତ ହେଲେ । ସ୍ଥିର ହେଲା ଯେ
ଡାଇରେକ୍ଟରମାନେ ଦି୧୫ନ ମଧ୍ୟରେ ବିସ୍ତାରିତ ଅନୁଷ୍ଠାନ ପତ୍ର ଓ ନିୟମାବଳୀ ଛାପା କରି
ଅଂଶ ପ୍ରାର୍ଥୀମାନଙ୍କ ନିକଟକୁ ପଠାଇ ଦେବେ ।"
ଏ ଥିଲା ଅଗଷ୍ଟ ୬ ତାରିଖ ୧୯୯୮ ସାଲରେ ପ୍ରକାଶିତ ଉତ୍କଳଦୀପିକାର ବିବରଣୀ ।
ଏଥିରୁ ଜଣାଯାଏ ଯେ ଉଦ୍ୟୋଗଟି ଅଭୁତ ଜନପ୍ରିୟତା ହାସଲ କରିଥିଲା ଏବଂ ଜନସାଧାରଣ
ପୃଷ୍ଠା:Aama Madhusudan.pdf/୧୧୨
ଏହି ପୃଷ୍ଠାଟି ବୈଧ ହୋଇସାରିଛି