ଓ ବରପୁଟଠାରେ ୧୯୦୩ ସାଲରେ ତିନିଗୋଟି ସମବାୟ ସମିତି ସ୍ଥାପିତ ହୋଇଥିଲା । ରାୟ
ବାହାଦୂର ବିଦ୍ୟାଧର ପଣ୍ଡାଙ୍କ ବ୍ୟତୀତ ବାଙ୍କୀର ଡେପୁଟି କଲେକ୍ଟର ବାଳମୁକୁନ୍ଦ କାନୁନ୍ଗୋ
ଏହି ସମିତିମାନ ସ୍ଥାପନ କରିଥିଲେ ।
ମଧୁସୂଦନ, ଭାରତ ସରକାରଙ୍କର ସମବାୟ ଋଣ ଆଇନ ୧୯୦୪ ସାଲରେ ପ୍ରଣୟନ
ହେବାପରେ, ସେହିବର୍ଷ କଟକରେ ଉତ୍କଳ ସମ୍ମିଳନୀ ମଞ୍ଚରୁ,ଏଥିଲାଗି ବିପୁଳ ଉଲ୍ଲାସ ମଧ୍ୟରେ
ସ୍ୱାଗତ ସମ୍ଭାଷଣ ଜଣାଇ, ଅଧିକରୁ ଅଧିକ ସମବାୟ କୃଷିଋଣ ସମିତି ସ୍ଥାପନାପାଇଁ ଆହ୍ୱାନ
ଜଣାଇଥିଲେ । ଏହା ସହିତ ଉତ୍କଳ ସମ୍ମିଳନୀର ଶାଖା ସମିତିମାନେ ଏହି କାର୍ଯ୍ୟରେ ବ୍ରତୀ ରହିବାକୁ
ସେ ନିର୍ଦ୍ଦେଶ ଦେଇଥିଲେ । ଉତ୍କଳ ସମ୍ମିଳନୀରେ ତାଙ୍କର ଅଭିଭାଷଣ ଏହିପରି ଥିଲା-
ଋଣ ସମବାୟ ଉଦ୍ୟୋଗ ମାଧ୍ୟମରେ କୃଷିର ଉନ୍ନୟନ ସହିତ ଏହାର ଅନୁପୂରକ
ବୃତ୍ତି ଥିଲା ତନ୍ତଦ୍ୱାରା ଉନ୍ନତମାନର ବସ୍ତ୍ର ଉପùାଦନ । ପ୍ରାୟ ୧୯୦୪ ସାଲରୁ ମଧୁସୂଦନ
ଦାସ ତାଙ୍କର ପ୍ରତିଷ୍ଠିତ ଓଡ଼ିଶା ଶିଳ୍ପାଗାର ମାଧ୍ୟମରେ ହସ୍ତତନ୍ତ ଶିଳ୍ପରେ ପ୍ରଥମ କଳର
(ମେକାନିକାଲ) ପ୍ରବର୍ତ୍ତନ ବ୍ୟବସ୍ଥା ମଧ୍ୟରେ ଫ୍ଲାଇ ସଟଲ୍ ଲୁମ୍ର ପ୍ରୟୋଗ ବିଧି ସମଗ୍ର
ଓଡ଼ିଶାରେ ସଂପ୍ରସାରଣ କରିଥିଲେ । ଏଥିଲାଗି ସବୈତନିକ ବୟନବିଧି ପ୍ରଶିକ୍ଷଣ ବ୍ୟବସ୍ଥା
ସହିତ କିସ୍ତି ହାରରେ ଫ୍ଲାଇ ସଟଲ୍ ତନ୍ତ ବିକ୍ରୟର ବ୍ୟବସ୍ଥା କରିଥିଲେ । ଫଳରେ ଏହାର
ପ୍ରବର୍ତ୍ତନ ତ୍ୱରାନ୍ୱିତ ହୋଇଥିଲା । ସେହି ପରି ମଧୁସୂଦନ ତାଙ୍କ ପ୍ରତିଷ୍ଠିତ ଆର୍ଟ ସ୍କୁଲ୍
ମାଧ୍ୟମରେ ହସ୍ତତନ୍ତ ବସ୍ତ୍ରରେ ରାସାୟନିକ ରଂଗ ପ୍ରୟୋଗର ବିଧି ପ୍ରବର୍ତ୍ତନ କରିଥିଲେ ।
ଏହା ଫଳରେ ସମସ୍ତ ଓଡ଼ିଶାରେ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ଯୁଗାନ୍ତକାରୀ ପ୍ରବର୍ତ୍ତନ ସଂଘଟିତ
ହୋଇଥିଲା । ଭାରତରେ ୧୯୧୨ ସାଲରେ ପୂର୍ଣ୍ଣାଙ୍ଗ ସମବାୟ ଆଇନ ପ୍ରଣୟନ ପରେ
୧୯୧୪-୧୫ ସାଲରୁ ତନ୍ତୁବାୟମାନେ ସଂଗଠିତ ହୋଇ ଓଡ଼ିଶାରେ ବହୁ ସଂଖ୍ୟକ ତନ୍ତୁଶିଳ୍ପ
ସମିତିମାନ ଗଠନ କରିଥିଲେ । ବୟନର ପରାକାଷ୍ଠା ଓ ଉନ୍ନତମାନର ବସ୍ତ୍ର ସମଗ୍ର
ଦେଶରେ ଖ୍ୟାତି ଅର୍ଜନ କରିଥିଲା । ଏହାର ପଶ୍ଚାତରେ ରହିଥିଲା ମଧୁସୂଦନ ଦାସଙ୍କର
ଅନୁପ୍ରେରଣା ଓ ପ୍ରୋତ୍ସାହନ ।
ପରବର୍ତ୍ତୀ ପର୍ଯ୍ୟାୟରେ ସମବାୟର ତୀର୍ଥ ଭୂଇଁ ଇଂଲଣ୍ଡରେ ଆଇନ୍ ଶାସ୍ତ୍ରରେ ଶିକ୍ଷାଲାଭ
କରିଥବା ଜାତିର ଜନକ ମହାତ୍ମାଗାନ୍ଧୀ, ସ୍ୱାଧୀନ ଭାରତର ଲକ୍ଷ୍ୟ ସମବାୟ କମନ୍େଓ୍ୱଲ୍ଥ ବୋଲି
ଉଦ୍ଘୋଷଣା କରିଥିଲେ । ଏ କ୍ଷେତ୍ରରେ ମଧୁସୂଦନ ଥିଲେ ଦିଗ୍ଦ୍ରଷ୍ଟା । ଭାରତ ମାଟିରେ ସମବାୟ
ଆନ୍ଦୋଳନ ଉନ୍ମେଷ ଲାଭ କରିବାର ବହୁ ପୂର୍ବରୁ ସେ ଏହାର ଆଗମନୀର କେବଳ ଉଦ୍ଘୋଷଣା
କରି ନଥିଲେ, ଏହାର ବିକାଶ ଏବଂ ପରିପ୍ରକାଶ ଲାଗି ଯଥେଷ୍ଟ ଭିତ୍ତିଭୂମି ସୃଷ୍ଟି କରିଯାଇଥିଲେ ।
ସେହି ଆଦର୍ଶରେ ବ୍ରତୀ ହେବାର ପରମ ମୁହୂର୍ତ୍ତ ଆଜି ଉପନୀତ । ସମବାୟ ହିଁ ହେଉ ଆଜିର
କର୍ମପଂଥା, ଲକ୍ଷ୍ୟ, ସାଧନ ଆଉ ପରିପୂର୍ତ୍ତିିର ମାର୍ଗ । ସମବାୟ ଆଇନକୁ ସମର୍ଥନ ଜଣାଇ ଉତ୍କଳ
ସମ୍ମିଳନୀରେ ମଧୁବାବୁ ସେଦିନ ଦେଇଥିବା ସ୍ୱାଗତ ଭାଷଣ-
ପୃଷ୍ଠା:Aama Madhusudan.pdf/୧୧୭
ଏହି ପୃଷ୍ଠାଟି ବୈଧ ହୋଇସାରିଛି