ପୃଷ୍ଠା:Aama Madhusudan.pdf/୧୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆବେଦନକାରୀମାନେ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି ଯେ ଓଡ଼ିଆଭାଷା ସୁପାଠ୍ୟ, ପ୍ରାଚୀନ ଓ ଆଧୁନିକ ସାହିତ୍ୟରେ ପରିପୂର୍ଣ୍ଣ । ଓଡ଼ିଆ ଭାଷାରେ ସେହି ସମସ୍ତ ଚିହ୍ନ ସଂପୂର୍ଣ୍ଣ ରୂପେ ରହିଅଛି, ଯହିଁରୁ ଜଣାଯାଏ ଯେ, ଏ ଭାଷା ସ୍ୱାଧୀନ ଏବଂ କେବେ ବିନାଶ ପ୍ରାପ୍ତ ହେବନାହିଁ । ଶ୍ରୀଯୁକ୍ତ ବିମ୍‍ସ ସାହେବଙ୍କର ଓଡ଼ିଆ ଭାଷା ବିଷୟକ ପ୍ରସିଦ୍ଧ ଗ୍ରନ୍ଥ ପାଠକଲେ ଏହା ଜଣାପଡ଼ିବ ।

ଶ୍ରୀଯୁକ୍ତ ଚାଲ୍‍ର୍ସ ଗ୍ରାଣ୍ଟ ସାହେବ ମଧ୍ୟପ୍ରଦେଶ ଗେଜେଟିଅରର ଭୂମିକାରେ ଲେଖିଅଛନ୍ତି ଯେ "ସମ୍ବଲପୁର ଏବଂ ତାହାର ଗଡ଼ଜାତ ମାହାଲ ସହିତ ଛତିଶିଗଡ଼ ଅନ୍ୟାଂଶର କୌଣସି ଭୌଗୋଳିକ ବା ଐତିହାସିକ ସଂପର୍କ ନାହିଁ ।

ଆବେଦନକାରୀମାନେ ସ୍ପଷ୍ଟ ରୂପେ ପ୍ରଦର୍ଶନ କରୁଅଛନ୍ତି ଯେ, ଭାଷାଦି ଶିକ୍ଷାର ସୁବିଧାନିମିତ୍ତ ହେଉ ଅଥବା, "ଐତିହାସିକ କାରଣରୁ ହେଉ, ସମ୍ବଲପୁରରେ ଓଡ଼ିଆଭାଷା ଅକ୍ଷୁଣ୍ଣ ରହିବା ଉଚିତ । କିନ୍ତୁ ଏହା ମଧ୍ୟ ପ୍ରଦର୍ଶିତ ହୋଇଛି, ଶାସନ କାର୍ଯ୍ୟରେ ସେପରି କିଛି ବ୍ୟଥା ଉପୁଜିବ ନାହିଁ । ତଥାପି କାର୍ଯ୍ୟର ସୁକରଣ ନିମନ୍ତେ ଭାଷା ପରିବର୍ତ୍ତନ ବାଞ୍ଛନୀୟ ହୁଏ । ତେବେ ସମ୍ବଲପୁର ଏବଂ ତାହାର ଗଡ଼ଜାତ ମାହାଲମାନଙ୍କୁ ବଂଗ ଗଭର୍ଣ୍ଣମେଣ୍ଟଙ୍କ ହସ୍ତରେ ସମର୍ପଣ କରି ଦିଆଯାଉ, କାରଣ ଓଡ଼ିଶାର ଲୋକଙ୍କ ସହିତ ଏହି ଲୋକମାନଙ୍କର ଭୌଗୋଳିକ, ଐତିହାସିକ ଓ ସାମାଜିକ ସଂପର୍କ ଥିବାରୁ, ଏହି ପ୍ରକାର ପରିବର୍ତ୍ତନ ସମ୍ବଲପୁରବାସୀଙ୍କ ପକ୍ଷେ ମଙ୍ଗଳକର ହେବ ।

ସମ୍ବଲପୁର କଟକର ଦୂରତ୍ୱ ରାୟପୁର ଦୂରତ୍ୱଠାରୁ ଅଧିକ ନୁହେଁ ।

(ଉକ୍ତ ମେମୋରାଣ୍ଡମ୍‍ର ଶେଷୋକ୍ତ ଅଂଶର ମୂଳ ଇଂରାଜୀ) From Linguistic, educational and historical stand point Odiya must be allowed to remain unmolested in the country. But if for the administrative difficulties, which too it is feared, have been greatly magnified and misrepresented the district can not be allowed to possess an official language district from that of any other district of the province, your memorialistic beg respectfully to suggest that Sambalpur, with the Garajata mahals. May be made over to Bengal as the part of the Odisha Division with which this portion of the province is geographically, historically and socially connected.

ଏହା ଥିଲା ସଂବଲପୁରର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରୁ ୨୩୫୪ ଜଣ ଆବେଦନକାରୀଙ୍କର ସ୍ୱାକ୍ଷର ପ୍ରଦତ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମେମୋରାଣ୍ଡମ୍‍ର କିଛି ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶ ।

ଏଣେ କଟକରେ ଜାତୀୟ ଗୌରବ ମଧୁସୂଦନ ଦାସ ଓଡ଼ିଆ ଭାଷା ବିଲୁପ୍ତି ବିରୁଦ୍ଧରେ ତୀବ୍ର ସ୍ୱର ଉତ୍ତୋଳନ କରିଥିଲେ । ଉତ୍କଳ ସଭାର ସଭାପତି ରୂପେ ମଧୁବାବୁ ତା'ର ପ୍ରତିବାଦ ସଭାମାନ ଆହ୍ୱାନ କରିଥିଲେ ।

ମଧୁସୂଦନ ଏଥିପାଇଁ କେବଳ ପ୍ରତିବାଦ ସଭାମାନ ଆୟୋଜନ କରି ନ ଥିଲେ,