ପୃଷ୍ଠା:Aama Madhusudan.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉତ୍କଳଦୀପିକାର ପୃଷ୍ଠାମାନଙ୍କରେ ସାତଗୋଟି ସୁଦୀର୍ଘ ପାଣ୍ଡିତ୍ୱପୂର୍ଣ୍ଣ ଭାଷାତାତ୍ତ୍ୱିକ ପ୍ରବନ୍ଧ "ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାର ବହିଷ୍କାର' ନାମରେ ଇଂରାଜୀରେ ପ୍ରକାଶ କରିଥିଲେ । ଏହାଛଡ଼ା ମଧୁସୂଦନ ଭାରତର ତତ୍‍କାଳୀନ ବଡ଼ଲାଟ ଲଡର଼୍ ଏଲଗିନ୍‍ଙ୍କ ନିକଟକୁ ଯେଉଁ ପ୍ରତିବାଦର ପତ୍ରଟି ପଠାଇଥିଲେ, ତହିଁରେ ବ୍ରିଟିଶ ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ୱର କିପରି ଉଗ୍ର ଥିଲା ତାହା ନିମ୍ନ ଲିଖିତ ଉଦ୍ଧୃତିରୁ ଜଣାଯାଏ ।
"Daniel to the people of the use of their mother-tongue is the worst form of gaging, unknown ever in the most despotic form of government." ମାତୃଭାଷାକୁ ନିଷିଦ୍ଧ କରିବା ହେଉଛି ସବୁଠାରୁ ବୀଭତ୍ସ ଧରଣର କଣ୍ଠରୋଧର ବ୍ୟବସ୍ଥା । ଯାହା ସବୁଠାରୁ ଅତ୍ୟାଚାରୀ ଶାସନରେ ମଧ୍ୟ ଦେଖାଯାଏ ନାହିଁ । ଏହି ଉଦ୍ଧୃତି ସହିତ ସୁଦୀର୍ଘ ପ୍ରତିବାଦ ପତ୍ରଟି ଉତ୍କଳ ସଭା ପକ୍ଷରୁ କଟକରୁ ମଧୁସୂଦନ ଦାସଙ୍କଦ୍ୱାରା ବଡ଼ଲାଟ ଏଲିଗିନ୍‍ଙ୍କ ପାଖକୁ ୨୦.୬.୧୮୯୫ରେ ପଠାଯାଇଥିଲା ।
ଏହାପରେ ସମ୍ବଲପୁରବାସୀଙ୍କର ମେମୋରାଣ୍ଡମ୍‍ ୫.୭.୧୮୯୫ରେ ପଠାଯାଇଥିଲା । ୧୮୯୭ରେ ମଧୁସୂଦନ ଇଂଲଣ୍ଡ ଯାତ୍ରାକରି ତତ୍‍କାଳୀନ ଭାରତର ସଚିବ ଲଡର଼୍ ହାମିଲ୍‍ଟନ୍‍ଙ୍କୁ ଲଣ୍ଡନରେ ସମ୍ବଲପୁରରେ ଓଡ଼ିଆ ଭାଷା ଉଚ୍ଛେଦ ସଂପର୍କରେ ପ୍ରତିବାଦପତ୍ର ଦେଇଥିଲେ, ଯହିଁରେ ମରାଠୀ ଭାଷାର ଅତ୍ୟାଚାର ସଂପର୍କରେ ସବିଶେଷ ଭାବେ ଉଲ୍ଲେଖ ହୋଇଥିଲା । ଇତି ମଧ୍ୟରେ ଲର୍ଡ କର୍ଜନ ଭାରତର ବଡଲାଟ୍‍ ହେଲେ ୧୮୯୯ ମସିହାରେ ।
କ୍ରମାଗତ ଭାବେ ମଧୁସୂଦନ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ଆବେଦନ ପତ୍ରମାନ ପ୍ରେରଣ କରୁଥିଲେ । ଏହିପରି ଏକ ପତ୍ର ପାଇ ଲଡର଼୍ କର୍ଜନ ମଧୁସୂଦନଙ୍କୁ ଆମନ୍ତ୍ରଣ ଜଣାଇଲେ ଏବଂ ମଧୁସୂଦନ ୧୯୦୦ ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ତାଙ୍କୁ ସିମିଲାଠାରେ ଭେଟି ଓଡ଼ିଆ ଜାତିର ମର୍ମବେଦନା ଓ ବିଖଣ୍ଡିତ ଓଡ଼ିଆଭାଷୀ ଅଂଚଳର ମିଶ୍ରଣଲାଗି ଯେଉଁ ଭାବବିହ୍ୱଳ ଆବେଦନ ଜଣାଇଥିଲେ, ତାହା ତାଙ୍କୁ ଅଭିଭୂତ କରିଥିଲା । ମଧୁସୂଦନ ଲଡର଼୍ କର୍ଜନଙ୍କୁ ଓଡ଼ିଶାର ଭବ୍ୟ କୀର୍ତ୍ତିରାଜି ପରିଦର୍ଶନ କରିବାକୁ ଆମନ୍ତ୍ରଣ ଜଣାଇଥିଲେ । ମଧୁସୂଦନଙ୍କ ଆମନ୍ତ୍ରଣ ରକ୍ଷାକରି ୧୬.୧୨.୧୯୦୦ରେ ଲଡର଼୍ କର୍ଜନ ପୁରୀ, ଭୁବନେଶ୍ୱରର ଅପୂର୍ବ ଭାସ୍କର୍ଯ୍ୟ କଳା ବିମଣ୍ଡିତ ମନ୍ଦିରରାଜି ପରିଦର୍ଶନ ପରେ, ସମଗ୍ର ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ଲାଗି ପ୍ରତିଶ୍ରୁତିବଦ୍ଧ ହେଲେ ।
୧୮୯୮ ସାଲରେ ୮୨ଟି ଓଡ଼ିଆଭାଷୀ ସ୍କୁଲ୍‍ର ଉଚ୍ଛେଦ ସହ ତୃତୀୟ ଶ୍ରେଣୀରେ ହିନ୍ଦୀଭାଷା ପ୍ରଚଳନ କରାଯାଇଥିଲା । ଅତ୍ୟନ୍ତ ସୌଭାଗ୍ୟର କଥା ଯେ, ୧୯୦୧ରେ ସମ୍ବଲପୁରରେ ମଦନ ମୋହନ ମିଶ୍ରଙ୍କର ଅଧିନାୟକତ୍ୱରେ ଏକ ନୂତନ ନେତୃତ୍ୱର ସୃଷ୍ଟିହେଲା । କ୍ରମ ପରିବର୍ତ୍ତିିତ ଓଡ଼ିଆ ଭାଷାର ଦୟନୀୟ ସ୍ଥିତି ସଂପର୍କରେ ତାଙ୍କରି ନେତୃତ୍ୱରେ ଏକ ନୂତନ ସ୍ମାରକପତ୍ର ଲର୍ଡ଼ କର୍ଜନଙ୍କ ନିକଟକୁ ପ୍ରେରିତ ହେଲା । ଏହାର ଏକକିତା ନକଲ ମଧ୍ୟପ୍ରଦେଶର ଚିଫ୍‍ କମିଶନର ଏଣ୍ଡ୍ରୁ ଫେଜରଙ୍କ ନିକଟରେ ଦାଖଲ କରାଗଲା । ମଧୁସୂଦନଙ୍କର ସଂପର୍କ ଯୋଗୁଁ ଓଡ଼ିଆମାନଙ୍କର ଏହି ଦାବି ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଲଡର଼୍ କର୍ଜନ ଏହି ସ୍ମାରକ ପତ୍ରରେ ଉଲ୍ଲିଖିତ ଥିବା ୮୨

୧୩୮ ଆମ ମଧୁସୂଦନ