ପୃଷ୍ଠା:Aama Madhusudan.pdf/୧୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦାବିପତ୍ର ଉପସ୍ଥାପନା ପରେ ଓଡ଼ିଶା ପ୍ରଦେଶର ବର୍ତ୍ତମାନର ରୂପରେଖ ସ୍ଥିରୀକୃତ ହୋଇଥିଲା । ଏହି ସମୟରେ ବି୍ରଟେନ୍‍ର ପ୍ରଧାନମନ୍ତ୍ରୀ ରାମ୍‍ସେ ମ୍ୟାକ୍‍ ଡୋନାଲ୍‍ଡ଼ଙ୍କ ସହିତ ମଧୁସୂଦନଙ୍କ ପୂର୍ବ ପରିଚୟ ଥିଲା । ସେ ମଧୁବାବୁଙ୍କୁ ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ ବୋଲି ଆଖ୍ୟାୟିତ କରୁଥିଲେ । ବ୍ରିଟିଶ ପ୍ରଶାସନର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ନେତୃବର୍ଗଙ୍କ ସହିତ ମଧୁସୂଦନଙ୍କ ଘନିଷ୍ଠ ପରିଚୟ, ଓଡ଼ିଶା ଗଠନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରିଥିଲା । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସେ ଓଡ଼ନେଲ କମିଟିକୁ କଟକଠାରେ ନିଜ କୋଠରିରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି, ବହୁ ଉପାନ୍ତ ଅଞ୍ଚଳରେ ବୁଲି ସାକ୍ଷ୍ୟ ପ୍ରଦାନ କରିଥିଲେ ।
ଜୁନ୍‍ ୧୯୩୩ରେ ଗଠିତ ଓଡ଼ିଶା ପ୍ରାଶାସନିକ କମିଟିର ବରିଷ୍ଠ ସଦସ୍ୟ ରୂପେ ମଧୁସୂଦନ, କିଛି ଉପାନ୍ତ ଅଞ୍ଚଳ ଭ୍ରମଣ କରି ଓଡ଼ିଶା ପ୍ରଦେଶର ପ୍ରାଶାସନିକ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ସେ ୧୯୩୩ ଅକ୍ଟୋବର ମାସରେ ଆପଣାର ପ୍ରିୟ ସହର ବ୍ରହ୍ମପୁରକୁ ଶେଷ ଥରପାଇଁ ଆସି ଆପଣାର ଏକାନ୍ତ ଅନୁଗାମୀ ଶଶିଭୂଷଣ ରଥଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ସବୁଠାରୁ ଉଦ୍ର୍ଧ୍ୱରେ ମଧୁସୂଦନ ପ୍ରାକୃତିକ ଓଡ଼ିଶାକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ଯେଉଁ ଅବିରାମ ସଂଗ୍ରାମ ଚଳାଇଥିଲେ, ତାହାର ଶେଷ ଯୁଦ୍ଧଟି ସଂଚାଳିତ ହୋଇଥିଲା ବ୍ରହ୍ମପୁର ମାଟିରେ, ଯହିଁରେ ସେନାପତି ରୂପେ ଉଭା ହୋଇଥିଲେ କୃଷ୍ଣଚନ୍ଦ୍ର ଗଜପତି ଆଉ ମାର୍ଗଦର୍ଶନ କରିଥିଲେ ଜାତିପ୍ରାଣ ମଧୁସୂଦନ । ଦକ୍ଷିଣ ଓଡ଼ିଶା ମଧୁସୂଦନଙ୍କର ଚିନ୍ତା ଚେତନାର କେନ୍ଦ୍ରବିନ୍ଦୁ ଥିଲା ଆଉ ମଧୁବାବୁଙ୍କ ପାଇଁ ଏଇ ମାଟିରେ ଆବିର୍ଭୂତ ଉପେନ୍ଦ୍ର ଭଞ୍ଜ ଥିଲେ ଓଡ଼ିଆ ଜାତୀୟତାର ମହାନ ପ୍ରତୀକ । ମଧୁସୂଦନଙ୍କର ପ୍ରଖର ପୁରୋଦୃଷ୍ଟି, କ୍ରାନ୍ତିକାରୀ ଅନୁପ୍ରେରଣା ଓ ଗଜପତିଙ୍କର ଦେଶମାତୃକା ପ୍ରତି ଅଚଳା ଭକ୍ତି ପ୍ରରୋଚିତ କାର୍ଯ୍ୟଧାରା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।
ଦକ୍ଷିଣ ଓଡିଶାର ବ୍ୟକ୍ତିତ୍ୱ ଓ ମଧୁବାବୁ-
ମଧୁସୂଦନଙ୍କର ଚେତନାର ଦିଗ୍‍ବଳୟ ମଧ୍ୟକୁ ଆସିଛନ୍ତି ଗଞ୍ଜାମ ବ୍ୟାଘ୍ର ଶଶି ଭୂଷଣ ରଥ । ତାଙ୍କର ଅନୁପ୍ରେରଣାରୁ ଜୋତା ଶିଳ୍ପର ପରିସରକୁ ଘଟିଛି ତାଙ୍କର ପ୍ରବେଶ । ୧୯୦୫ରୁ ୧୯୦୮ ମଧ୍ୟରେ ବମ୍ବେଠାରେ ଜୋତା ଶିଳ୍ପରେ ବ୍ୟବସାୟ କରିବା ପରେ ୧୯୦୮ରେ ମଧୁବାବୁଙ୍କ ଟ୍ୟାନେରିରେ ମ୍ୟାନେଜର ରୂପେ କିଛିକାଳ ଅବସ୍ଥାପିତ ହୋଇଛନ୍ତି । ଏହି ସମୟରେ ମଧୁବାବୁଙ୍କ ହରିଜନ ତଥା ସମାଜର ଦଳିତ ବର୍ଗ ପ୍ରତି ଅନୁକମ୍ପାମୂଳକ ସୌହାର୍ଦ୍ଦ୍ୟ ଓ ସହୃଦୟତା, ଶଶିବାବୁଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦେଶ ମିଶ୍ରଣ ଆନ୍ଦୋଳନର ମହନୀୟତା, ଓଡ଼ିଆମାନଙ୍କ ସ୍ୱାଭିମାନ ସଂପର୍କୀୟ ଦୃଷ୍ଟିଭଙ୍ଗୀ ଓ ଉଦ୍ଦାମ ଜାତୀୟତା ତାଙ୍କୁ ଆକୃଷ୍ଟ କରିଛି ।
ମଧୁବାବୁଙ୍କ ଅନୁପ୍ରେରଣାରେ ଶଶିଭୂଷଣ ହରିଜନ ଶ୍ରେଣୀକୁ ଉପଯୁକ୍ତ ମାନ୍ୟତା ଦେବାପାଇଁ ଆଗୁସାର ହୋଇଛନ୍ତି । ସରକାର ୧୯୨୩ରେ ଦଣ୍ଡାସୀ ଜାତିକୁ ଦାଗୀ ସଂପ୍ରଦାୟ ରୂପେ ଅଭିହିତ କରିଥିଲେ । ଏହାର ପ୍ରତିବାଦ ଜଣାଇ ଶଶିବାବୁ ୧୯୨୩ ମାର୍ଚ୍ଚ ୨୧ ତାରିଖ ଦିନ

୧୪୮ ଆମ ମଧୁସୂଦନ