ପୃଷ୍ଠା:Aama Madhusudan.pdf/୧୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଷ୍ଟ୍ରପତିଙ୍କ ସନ୍ଦେଶରେ ଓଡ଼ିଶା ଦିବସ

୨୦୦୨ ସାଲର ଏପ୍ରିଲ ପହିଲାରେ 'ଓଡ଼ିଶା ଦିବସ' କିଛି ଉଦ୍ଦୀପନା ମଧ୍ୟରେ, ଓଡ଼ିଶାର ପ୍ରଶାସନ, କେତେକ ସାଂସ୍କୃତିକ ଅନୁଷ୍ଠାନ, ଶିକ୍ଷାୟତନ, ଅନେକ ରାଜନୈତିକ ଦଳମାନଙ୍କ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବିସ୍ମରଣୀୟ ଦିବସ ଉପଲକ୍ଷେ, ଦକ୍ଷିଣ ଭାରତରୁ ଆଗତ ମହାନ ପ୍ରଶାସନବିତ୍‍ ତଥା ପ୍ରଖାତ ସଂବିଧାନ ବିଶାରଦ, ଭାରତର ବିଦ୍ୱାନ ରାଷ୍ଟ୍ରପତି ଶ୍ରୀଯୁକ୍ତ କେ.ଆର୍‍.ନାରାୟଣନ୍‍ଙ୍କ ପକ୍ଷରୁ ଓଡ଼ିଶା ଦିବସ ଉପଲକ୍ଷେ ଯେଉଁ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ପ୍ରସାରିତ ହୋଇଥିଲା, ତାହାର ପ୍ରଥମ କିଛି ପଙ୍‍କ୍ତି ଏହିପରି ଥିଲା -

Messag of Sj. K.R. Narayan
Hon'ble president of India
on the occasion of Odisha Day 2002


Odisha had had the distinction of many first to its credit. It was the first state in our country to have been created on basis of language. It constitured the fruition of a long cherished dream of our nationalist leaders for linguistic reoragnisation of state. X X X
ସମ୍ମାନୀୟ ରାଷ୍ଟ୍ରପତି କେ.ଆର୍‍.ନାରାୟଣନ୍‍ଙ୍କର "ଓଡ଼ିଶା ଦିବସ' ୨୦୦୨ ଉପଲକ୍ଷେ ପ୍ରେରିତ ସନ୍ଦେଶ ।
"ଓଡ଼ିଶା ବହୁ କ୍ଷେତ୍ରରେ ପ୍ରଥମ ସ୍ଥାନ ଲାଭ କରିବାର ଗୌରବ ଅର୍ଜନ କରିପାରିଛି । ଏହା ଆମ ଦେଶର ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିରେ ଗଠିତ ହୋଇଥିଲା । ଏହା ଆମ୍ଭମାନଙ୍କ ଜାତୀୟ ନେତାମାନଙ୍କର ଭାଷାଭିତ୍ତିରେ ପ୍ରଦେଶ ଗଠନ କରିବାପାଇଁ ଦୀର୍ଘକାଳର ଆକାଙ୍‍କ୍ଷିତ ସ୍ୱପ୍ନକୁ ସାକାର କରିପାରିଥିଲା ।
କେ.ଆର୍‍. ନାରାୟଣନ୍‍ (ମହାମହିମ ଭାରତର ରାଷ୍ଟ୍ରପତି), ମାର୍ଚ୍ଚ ୨୮,୨୦୦୨, ନୂଆଦିଲ୍ଲୀ