ପୃଷ୍ଠା:Aama Madhusudan.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୂପେ ଗ୍ରହଣ କରାଯାଇଥିଲା । ମାତ୍ର ୧୯୪୮ ସାଲରେ ଜଣେ ବଂଗଳାଭାଷୀ ହିନ୍ଦୁ ରାଷ୍ଟ୍ରୀୟ ବିଧାନ ସଭାରେ ଇଂରାଜୀ ଆଉ ଉର୍ଦ୍ଦୁ ସହିତ ବଂଗଳା ଭାଷାକୁ ରାଷ୍ଟ୍ରୀୟଭାଷା ରୂପେ ଗ୍ରହଣ କରିବାପାଇଁ ପ୍ରସ୍ତାବ ଆଗତ କରିଥିଲେ । ମାତ୍ର ଏହାର ପ୍ରତିକ୍ରିୟା ଥିଲା କି ଭୟାବହ, ସେ ଯୁଗରେ ପାକିସ୍ତାନର ପରିପ୍ରେକ୍ଷୀରେ ।
୧୯୪୮ ସାଲର ଫେବୃଆରି ମାସରେ ଏହି ପ୍ରସ୍ତାବ ଆଗତ ହେବା ସଂଗେ ସଂଗେ ଦୃଢ଼ ପ୍ରତିବାଦ ଜଣାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁ ତୀବ୍ର ବିଦ୍ୱେଷଭରା କଣ୍ଠରେ କହିଲେ, "ପାକିସ୍ତାନର ସୃଷ୍ଟି ଲାଗି ଯେଉଁ ଶହଶହ ବର୍ଷ ଲାଗିଥିଲା, ସେହି ସଂଗ୍ରମୀମାନଙ୍କର ଭାଷା ଉର୍ଦ୍ଦୁ । ଏହି ପାକିସ୍ତାନରେ ଗୋଟିଏ ମାତ୍ର ରାଷ୍ଟ୍ର ଭାଷା ରହିବ । ତାହା ଉର୍ଦ୍ଦୁ ବିନା କିଛି ହୋଇ ନପାରେ ।"
ଠିକ୍‍ ଏହାର ଅବ୍ୟବହିତ ପରେ ପାକିସ୍ତାନର ନିର୍ମାତା ତଥା ରାଷ୍ଟ୍ରପତି, କ୍ୟୁଆଦ ଆଜଦ୍‍ ଜିନ୍ନା ତୀବ୍ର ମନ୍ତବ୍ୟ ପ୍ରକାଶ କରି କହିଥିଲେ, "ମୁଁ ଏ କ୍ଷେତ୍ରରେ ପରିଷ୍କାର କରି କହିଦେବାକୁ ଚାହେଁ ଯେ, ପାକିସ୍ତାନର ରାଷ୍ଟ୍ର ଭାଷା କେବଳ ଉର୍ଦ୍ଦୁ । ଯେଉଁମାନେ ଏ କ୍ଷେତ୍ରରେ ସଂଶୟ ସୃଷ୍ଟି କରୁଛନ୍ତି, ସେମାନେ ଏ ଦେଶର ଶତ୍ରୁ ।"
ଏହି ସମସ୍ତ ବକ୍ତବ୍ୟରେ ସତ୍ୟର ଅପଳାପ ହିଁ କରାଯାଇଥିଲା । ସେତେବେଳେ ଧରି ନିଆଯାଇଥିଲା, ପ୍ରତ୍ୟେକ ପାକିସ୍ତାନୀ ମୁସଲମାନଙ୍କର ଭାଷା ହେଉଛି ଉର୍ଦ୍ଦୁ । ବାସ୍ତବ କ୍ଷେତ୍ରରେ ଏହାର ସ୍ଥିତି ସଂପୂର୍ଣ୍ଣ ଅଲଗା ଥିଲା । ପୂର୍ବ ପାକିସ୍ତାନରେ ସଂଖ୍ୟାଧିକ ମୁସଲମାନମାନଙ୍କର ମାତୃଭାଷା ଉର୍ଦ୍ଦୁ ନୁହେଁ । ତାହା ଥିଲା ମାତୃ ସ୍ତନ୍ୟରୁ ଉତ୍ତରିତ ଦୁଗ୍‍ଧ ଭଳି ମାଆ କଣ୍ଠର ଭାଷା-ବଂଗଳା । ଢାକାରେ ଉଚ୍ଚାରିତ ବଙ୍ଗଳା ଆଉ କଲିକତାରେ କୁହାଯାଉଥିବା ବଙ୍ଗଳା ମଧ୍ୟରେ ଆଙ୍ଗିକରେ ବହୁ ବିଭେଦତା, ଉଚ୍ଚାରଣ ଆଉ ପ୍ରକାଶଭଂଗୀରେ ତାରତମ୍ୟ ସତ୍ତ୍ୱେ ପୂର୍ବ ପାକିସ୍ତାନ ଜନଗୋଷ୍ଠୀର ଭାଷା ଥିଲା ବଂଗଳା ।
ସେତେବେଳେ ସମଗ୍ର ପୂର୍ବ ଆଉ ପଶ୍ଚିମ ପାକିସ୍ତାନରେ ପରିସଂଖ୍ୟାନ ଅନୁଯାୟୀ ମାତୃଭାଷାର ଭିତ୍ତି ଉପରେ ଜନ ସଂଖ୍ୟାର ବିନ୍ୟାସ ଥିଲା ଏହିଭଳି । ବଙ୍ଗଳାଭାଷୀ- ୫୪.୮ଞ୍ଝ, ପଞ୍ଜାବୀ-୨୮.୪ଞ୍ଝ, ଉର୍ଦ୍ଦୁ-୭.୨୧ଞ୍ଝ, ସିନ୍ଧୀ-୫.୮ଞ୍ଝ, ଆଉ ଇଂରାଜୀ ୧.୧ଞ୍ଝ ।
ସମଗ୍ର ପାକିସ୍ତାନରେ ଏହି ପରିସଂଖ୍ୟାନ ଭିତ୍ତିରେ ସର୍ବବୃହତ୍‍ ଗୋଷ୍ଠୀ ବଙ୍ଗଳା ଭାଷା କହୁଥିଲେ ମଧ୍ୟ ତାହା ରାଜ ଦରବାରର ସ୍ୱୀକୃତି ପାଇପାରି ନଥିଲା । ବଂଗଳା ଭାଷାକୁ ସଂସ୍ଥାପିତ କରିବା ପାଇଁ ଏକ ଚାପା ବିଦ୍ରୋହ ଯେପରି ସର୍ବତ୍ର ଗୁଞ୍ଜରିତ ହେଉଥିଲା, ଚାରିଆଡେ଼ ଛାଇ ଯାଇଥିଲା ଏକ ଅସନ୍ତୋଷ । ଏକ ବିଷାଦଗ୍ରସ୍ତ ଅନ୍ତର୍ଦାହର ଶାଣିତ ଜ୍ୱାଳା ଯେପରି ଆକ୍ରାନ୍ତ କରି ରଖିଥିଲା ପୂର୍ବ ପାକିସ୍ତାନକୁ । ଏହିଭଳି କଣ୍ଠାଗ୍ରତ ପରିସ୍ଥିତିରେ ସୁଦୀର୍ଘ ଚାରୋଟି ବର୍ଷର ଭାରାକ୍ରାନ୍ତ ସମୟ ବିତିଗଲା ।
ସ୍ୱାଧୀନତା ପ୍ରାପ୍ତି ପରେ ପୂର୍ବ ପାକିସ୍ତାନର ପ୍ରଥମ ବଂଗଳାଭାଷୀ ମୁଖ୍ୟମନ୍ତ୍ରୀ ଖ୍ୱାଜା ନିଜାମୁଦ୍ଦିନ୍‍, ୧୯୫୨ ସାଲରେ ସମଗ୍ର ପାକିସ୍ତାନର ପ୍ରଧାନ ମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ । ୧୯୫୨ ସାଲର