ପୃଷ୍ଠା:Aama Madhusudan.pdf/୧୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧିଜୀଙ୍କ ପଥପ୍ରଦର୍ଶକ ମଧୁସୂଦନ ଦାସ


ମହାତ୍ମାଗାନ୍ଧୀ ଓ ମଧୁସୂଦନ ଦାସଙ୍କ ମଧ୍ୟରେ ନିବିଡ଼ ଆନ୍ତରିକତା ସ୍ଥାପିତ ହୋଇଥିଲା । ଋଷି ଲିଓ ଟଲଷ୍ଟୟ ଅଥବା ଗୋପାଳକୃଷ୍ଣ ଗୋଖଲେଙ୍କ ପରି ଅନ୍ୟ ଏକ ପର୍ଯ୍ୟାୟରେ ଜାତିପ୍ରାଣ ମଧୁସୂଦନ ମହାତ୍ମାଗାନ୍ଧୀଙ୍କ ଜୀବନରେ ପଥପ୍ରଦର୍ଶକର ଭୂମିକାରେ କେବଳ ଅବତୀର୍ଣ୍ଣ ହୋଇ ନଥିଲେ, ୧୯୨୪ ସାଲରୁ ପ୍ରାରମ୍ଭ କରି, ସ୍ବଦେଶୀ ଶିଳ୍ପ ଆନ୍ଦୋଳନ, ହରିଜନ ସଂସ୍ଥାପନ, ଗ୍ରାମ୍ୟ ଉନ୍ନୟନ, ମୌଳିକ ଶିକ୍ଷାର ପ୍ରବର୍ତ୍ତନ ଆଦି କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କର ଚିନ୍ତାଧାରାକୁ ଗଭୀର ଭାବେ ପ୍ରଭାବିତ ଓ ଆଲୋଡ଼ିତ କରି ରଖିଥିଲେ ।
ମହାତ୍ମାଗାନ୍ଧୀଙ୍କ ସହିତ ସ୍ବଳ୍ପକାଳ ଲାଗି ମଧୁସୂଦନଙ୍କ ସାକ୍ଷାତ ଘଟିଥିଲା ୧୯୨୦ ସାଲରେ । ପରବର୍ତ୍ତୀ ସାକ୍ଷାତ୍ କେବେ ଘଟିଥିଲା, ତାହାର ବିବରଣୀ ଜଣାପଡ଼ିନଥିଲେ ମଧ୍ୟ ଶୈଳବାଳାଙ୍କ ଆତ୍ମଚରିତରୁ ଜଣାଯାଏ ଯେ, ୧୯୨୪ ରେ ମଧୁସୂଦନ ସାବରମତୀ ଆଶ୍ରମକୁ ଯାଇ କିଛିକାଳ ଅବସ୍ଥାନ କରି ମହାତ୍ମାଗାନ୍ଧୀଙ୍କୁ ଗ୍ରାମ୍ୟ ତଥା ହରିଜନ ଉନୟନର ବିଭିନ୍ନ ବିଷୟରେ ମାର୍ଗଦର୍ଶନ ଦେବା ସହିତ ଚମଡ଼ା ଓ ଅନ୍ୟାନ୍ୟ ଗ୍ରାମ୍ୟ ଶିଳ୍ପ ସଂପର୍କରେ ଅନୁଧ୍ୟାନ କରିବାପାଇଁ କଟକ ଆସିବା ସକାଶେ ନିମନ୍ତ୍ରଣ କରିଥିଲେ । ମଧୁବାବୁଙ୍କର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା, ମହାତ୍ମାଗାନ୍ଧୀଙ୍କର ପ୍ରଭାବଶାଳୀ ବ୍ୟକ୍ତିତ୍ବ ମାଧ୍ୟମରେ ଉତ୍କଳ ଟାନେରିର ପୁନରୁଦ୍ଧାର ଏହି ଅନୁରୋଧ ରକ୍ଷାକରି ମହାତ୍ମାଗାନ୍ଧୀ ୧୯ ଅଗଷ୍ଟ ୧୯୨୫ରେ କଟକ ଆସି ମଧୁସ୍ମତିରେ ଦୁଇଦିନ ଅବସ୍ଥାନ କରି ଉତ୍କଳ ଟାନେରି ପରିଦର୍ଶନ କରିଥିଲେ । ଶୈଳବାଳାଙ୍କର ଆତ୍ମଚରିତରୁ ଜଣାଯାଏ ଯେ ୧୯୨୭ ଡିସେମ୍ବର ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମଧୁସ୍ମତିରେ, ମଧୁସୂଦନଙ୍କ ସାନ୍ନିଧ୍ୟରେ ଅବସ୍ଥାନ କରିଲେ । ଏହି ତଥ୍ୟ ବହୁକାଳ ଧରି ଅଜ୍ଞାତ ରହିଥିଲା ।
କେବଳ ସେତିକି ନୁହେଁ, ୧୯୨୫ରୁ ୧୯୩୮ ମଧ୍ୟରେ ବିଭିନ୍ନ ସଭା ସମେଳନରେ, ଉଦ୍‌ଘାଟନୀ ମ୍ୟାଚରେ, ସମ୍ବର୍ଦ୍ଧନା ସଭାରେତାଙ୍କର ନିଜସ୍ବ ପତ୍ରିକା ୟଙ୍ଗଇଣ୍ଡିଆ, ହରିଜନ, ନବଜୀବନ ଓ ହରିଜନ ବଂଧୁ ଆଦି ପ୍ରଖ୍ୟାତ ପତ୍ରିକାମାନଙ୍କରେ ପ୍ରକାଶିତ ବିଭିନ୍ନ ନିବନ୍ଧରେ ତଥା ହିନ୍ଦୁ ଆଉ

ଆମ ମଧୁସୂଦନ ୧୯୫