ପୃଷ୍ଠା:Aama Madhusudan.pdf/୧୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମହାତ୍ମାଗାନ୍ଧୀଙ୍କର ହରିଜନ କର୍ମୀଙ୍କୁ ଉପଦେଶ:- “ତୁମେ ଚମଡ଼ା ପଦାର୍ଥ ସବୁ ଉତ୍ପାଦନ କରିବାକୁ ପରିକଳ୍ପନା କରିଅଛ । ମୁଁ ମଧ୍ୟ ଚମଡ଼ା କାର୍ଯ୍ୟ କରିବାକୁ ଖୁବ୍ ଭଲପାଏ । ତୁମେ ଏହାର ସମସ୍ତ କାର୍ଯ୍ୟ ମଧ୍ୟ ଶିଖିନାହିଁ । ତୁମେ କେବଳ ଚପଲ (ଚଟି) ତିଆରି କରି ସନ୍ତୁଷ୍ଟ ହୁଅନାହିଁ । ତୁମକୁ ମଧ୍ୟ ଚମଡ଼ା କଷେଇକାର୍ଯ୍ୟ କରିବାକୁ ହେବ । ତୁମେ ଯଦି ଏହି କାର୍ଯ୍ୟରେ ଦକ୍ଷତା ହାସଲ କର, ତୁମର ଓ ମୋର କାର୍ଯ୍ୟ ସୁଗମ ହୋଇଯିବ । ଆମ୍ଭମାନଙ୍କୁ ବଡ଼ବଡ଼ କାରଖାନା ସବୁ ସ୍ଥାପନା କରିବାକୁ ପଡ଼ିବ ନାହିଁ । ତୁମର ମଧ୍ୟ ଉଦ୍ୟମ କରିବା ଉଚିତ, ଯେପରି ଗାଁ ଗହଳରେ ଉନ୍ନତ ଧରଣର ଚମଡ଼ା- କଷେଇ ଶିଳ୍ପ ସ୍ଥାପନ କରିବା ସଂଭବପର ହୋଇପାରିବ । ମଧୁସୂଦନ ଦାସ କଣ କରୁଥିଲେ ? ସେ ଉତ୍କଳର ସମସ୍ତ ଚମଡ଼ାକଷେଇ କାରିଗରଙ୍କୁ ଏକତ୍ର କରିଥିଲେ । ସେମାନେ କିପରି ଚମଡ଼ାକଷେଇ କାର୍ଯ୍ୟ କରୁଥିଲେ, ତାହା ସେ ଅଧ୍ୟୟନ କରିଲେ । ମାତ୍ର ଏଥିରେ ସେ ସନ୍ତୁଷ୍ଟ ହୋଇ ନଥିଲେ । ତେଣୁ ସେ ଜର୍ମାନ ଗଲେ ଓ ସେଠାରେ ଚମଡ଼ା ଶିଳ୍ପ ବିଷୟରେ ଗଭୀର ଅନୁଧ୍ୟାନ କଲେ । ସେ କ୍ରମେ ଜଣେ ଜର୍ମାନୀ ଚମଡ଼ା ବିଶାରଦଙ୍କୁ ଆଣି ଗୋଟିଏ ଚମଡ଼ା କାରଖାନା ପ୍ରତିଷ୍ଠା କରିଥିଲେ । ମାତ୍ର ଏହି କାରଖାନା ମଧୁସୂଦନ ଦାସଙ୍କର ଅଧୀନରେ ନାହିଁ । ମୁଁ ତାହାର ବର୍ତ୍ତମାନର ସ୍ଥିତି ଜାଣେ ନାହିଁ । ବହୁତ ହରିଜନ ମଧୁସୂଦନ ଦାସଙ୍କର ତତ୍ବାବଧାନରେ ରହି ଏହି ଚମଡ଼ାଶିଳ୍ପର କାର୍ଯ୍ୟ ସଫଳତାର ସହ ଶିକ୍ଷା କରିଥିଲେ । ମଧୁସୂଦନ ଦାସଙ୍କ ପରି ତୁମେ ମଧ୍ୟ ଏହି କାର୍ଯ୍ୟରେ ପାରଦର୍ଶିତା ଲାଭକର ।' (ହରିଜନ ୩.୯.୧୯୩୩) । ମହାତ୍ମାଗାନ୍ଧୀ, ମଧୁସୂଦନ ଦାସଙ୍କ ଜୀବଦ୍ଦଶାରେ, ଓଡ଼ିଶାରେ ହରିଜନ ପଦଯାତ୍ରା ସମାହିତ କରିବାପାଇଁ ମନସ୍ଥ କରିଥିଲେ । ମାତ୍ର ମଧୁସୂଦନ ଦାସଙ୍କର ମହାପ୍ରୟାଣ ଘଟିଥିଲା ତା ୪.୨.୧୯୩୪ରେ । ଏହାର କିଛିକାଳ ପରେ ମହାତ୍ମାଗାନ୍ଧୀ ୧୯୩୪ ମସିହା ମୋ ମାସ ୮ରୁ ଜୁନ୍ ମାସ ୮ ପର୍ଯ୍ୟନ୍ତ ଓଡ଼ିଶାରେ ହରିଜନ ପଦଯାତ୍ରା ସଂଚାଳିତ କରିବା ଅବକାଶରେ ତା ୨୩.୫.୧୯୩୪ ରେ ମଧୁସୂଦନ ଦାସଙ୍କର ଜନ୍ମପୀଠ ସତ୍ୟଭାମାପୁରଠାରେ ଗୋଟିଏ

ଆମ ମଧୁସୂଦନ ୧୯୭