ପୃଷ୍ଠା:Aama Madhusudan.pdf/୧୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ନିରାକରଣପାଇଁ ସେ ଗୋଟିଏ ଶିକ୍ଷା ମୂଳକ ଟାନେରି (ଚମଡ଼ା କଷେଇ କାରଖାନା) ଖୋଲିଥିଲେ । ତାଙ୍କର ଏହି ଉଦ୍ୟୋଗ ଆଶାତୀତ ସଫଳତା ହାସଲ କରିନଥିଲେ ମଧ୍ୟ ସେ କଟକର ଶହ ଶହ ଜୋତା କାରିଗରଙ୍କୁ ଉନ୍ନତ ଜୀବନ ଧରଣର ପତ୍ସା ଯୋଗାଇବାପାଇଁ ଗୁରୁଦାୟିତ୍ବ ବହନ କରି ଚାଲିଗଲେ ।
ଅନ୍ୟ ଏକ ବକ୍ତବ୍ୟ
ଭାରତର ସହରୀକରଣ, ଗ୍ରାମୀଣ ସମାଜ ତଥା ଗ୍ରାମମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛି । ସହରୀକରଣ ଦେଶର ସତୁରି ହଜାର ଗ୍ରାମରେ ବାସକରୁଥିବା ଶତକଡ଼ା ୯୦ ଭାଗ ଲୋକଙ୍କ ପାଇଁ କର୍ମସଂ ସ୍ନାନ ଯୋଗାଇ ପାରିବ ନାହିଁ । ଗ୍ରାମମାନଙ୍କରୁ ମୁଖ୍ୟତଃ ଚମଡ଼ା କଷେଇ ଶିଳ୍ପ ଓ ଅନ୍ୟ ଶିଳ୍ପ ଗୁଡ଼ିକୁ ବହିଷ୍କାର କରିବା ଫଳରେ ମଣିଷର କଳାତ୍ମକ ହସ୍ତ ଓ ମସ୍ତିଷ୍କର ସମନ୍ୱିତ ସଂଯୋଗରେ ଉପାର୍ଜନ କରିବାପାଇଁ ଯେଉଁ ଅପୂର୍ବ ସୁଯୋଗ ରହିଥିଲା, ତାହା ମଧ୍ୟ ନିର୍ବାସିତ ହୋଇଯାଇଛି । ମଧୁସୂଦନ ଦାସ କହିଥିଲେ ଯେ, " ଗ୍ରାମଗୁଡ଼ିକରୁ ଯେତେବେଳେ ହସ୍ତଶିଳ୍ପ ସବୁ ଲୁପ୍ତ ହେଲା, ଗ୍ରାମବାସୀମାନେ କ୍ଷେତରେ ଗୋରୁମାନଙ୍କ ସହିତ କାର୍ଯ୍ୟ କରିବା ସହିତ ବର୍ଷରେ କେବଳ ଚାରିରୁ ଛଅମାସ ସମୟ ଆଳସ୍ୟ ଓ ନିଶ୍ଳେଷ୍ଟତାରେ ବିତାଉ ଥିବାରୁ ଏବଂ ସେମାନେ ପଶୁମାନଙ୍କ ସହ ଜୀବନଯାପନ କରୁଥୁବାରୁ ପଶୁତ୍ୱର ସ୍ତରକୁ ଖସିପଡ଼ନ୍ତି । ସେମାନଙ୍କର ମନ ଆଉ ଶରୀର ଅର୍ଜଭୁକ୍ତ ଅବସ୍ଥାରେ କେବଳ ଜୀଇଁ ରହେ । ଏଣୁ ସେହିମାନଙ୍କର ଜୀବନରୁ ଆଶା ଓ ଆନନ୍ଦ ବଜ୍ଜିତ ହୋଇଯାଏ ଏବଂ ନିରାଶାର ଘନ ଅଂଧକାର କେବଳ ସେମାନଙ୍କୁ ଛାଇ ରହିଥାଏ ।” (ହରିଜନ ୭.୯.୧୯୩୪)
ଏକ ବକ୍ତୃତା
ଗାନ୍ଧିଜୀଙ୍କ ନେତୃତ୍ବରେ ୧୯୩୪ ମସିହା ମେ ଆଉ ଜୁନ ମାସରେ ସଂଚାଳିତ ହୋଇଥିବା ହରିଜନ ପଦଯାତ୍ରାର ମାତ୍ର ୮ ମାସ ପରେ ତା ୨୩.୨.୧୯୩୫ରେ ମହାତ୍ମାଗାନ୍ଧୀ ନାଗପୁରର ଚିଟନିସ୍ ପାର୍କରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ପଦଯାତ୍ରାର ତାପୂର୍ଯ୍ୟ ଓ ମହତ୍ତ୍ୱ ଉପରେ ନିମ୍ନଲିଖିତ ଭାଷଣଟି ପ୍ରଦାନ କରିଥିଲେ । ଓଡ଼ିଶାରେ ହରିଜନ ପଦଯାତ୍ରା କରିବା ସମୟରେ ମୋର ମନକୁ ଆସିଲା, ଯଦି ଖଦି ପରିଧାନ ସାର୍ବଜନୀନ ହୁଏ, ତାହାହେଲେ ଗ୍ରାମ୍ୟଶିଳ୍ପକୁ ସାର୍ବଜନୀନ କରିବାକୁ ପଡ଼ିବ । ମୁଁ ଏହି ଯାତ୍ରା ରେଳ କିମ୍ବା କାର୍‌ରେ କରିଥିଲେ ଏହା ଜାଣିପାରି ନଥାନ୍ତି ।
ସ୍ୱର୍ଗତ ମଧୁସୂଦନ ଦାସ କହିଥିଲେ, ଆମର ଗ୍ରାମବାସୀମାନେ ଜନ୍ତୁ କିମ୍ବା ପଶୁର ସ୍ତରକୁ ଖସିପଡ଼ିଛନ୍ତି । ଯେଉଁ ଜନ୍ତୁଙ୍କ ସହିତ ସେମାନେ କେବଳ ଅଂଗାଗୀ ହୋଇ କାର୍ଯ୍ୟ କରୁନାହାନ୍ତି, ବରଂ ଜୀବନର ଦୀର୍ଘ ସମୟ ସେହି ଜନ୍ତୁମାନଙ୍କ ସହ ଅବସ୍ଥାନ କରିବା ଅବସରରେ ଓ ଗାଁ ଗହଳିରେ ଶିଳ୍ପର ବିଲୁପ୍ତି ପରେ ଆଳସ୍ୟ ଓ ନିଶ୍ଳେଷ୍ଟତାରେ ସେମାନଙ୍କ ସମୟ ବିତାଉଛନ୍ତି, ଏହା ଯଦି ଅପରିବର୍ତ୍ତିତ ରହେ, ସ୍ୱାଧୀନତା ପ୍ରାପ୍ତି ପରେ ମଧ୍ୟ, ଭାରତର କୌଣସି ଉନ୍ନତି ଘଟିବାର ସଂଭାବନା ନାହିଁ । ତେଣୁ ମୋ ଜୀବନର ସାୟାହୁରେ ଗାଁ ଗହଳରେ ଥିବା ନିଶ୍ଳେଷ୍ଟତା ଓ ସ୍ଥାଣୁତା

ଆମ ମଧୁସୂଦନ ୧୯୯