ଦୂର କରିବାପାଇଁ ସାହସିକତା ଓ ବୀରତ୍ୱ ସହକାରେ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରିବାକୁ ଦୃଢ଼ ସଂକଳ୍ପ କରିଛି । ଏହା ଦୁଃସାହସିକ ଓ ଲୋମହର୍ଷକ ମନେ ହୋଇପାରେ, ମାତ୍ର ମୋର ଦୃଢ଼ ବିଶ୍ୱାସ ଯେ, ଜଣେ ଯଦି ଭଗବାନଙ୍କ ଉପରେ ଦୃଢ଼ ଆସ୍ଥା ସ୍ଥାପନା କରି କାର୍ଯ୍ୟ ଆରମ୍ଭ କରେ, ଜୀବନର ଅନ୍ତିମ ବେଳାରେ ତାହା ବୃଥା ଯିବ ନାହିଁ । ମୁଁ ନିଶ୍ଚିତ ଯେ ମୁଁ ଯେଉଁ କାର୍ଯ୍ୟ ଆରମ୍ଭ କରିଛି ତାହା ମୋର ନୁହେଁ, ଭଗବାନଙ୍କର ।
ଆମ୍ଭେମାନେ ଗ୍ରାମବାସୀମାନଙ୍କ ପ୍ରତି ରକ୍ତସ୍ରାବୀ କ୍ଷତର ଆଘାତ ପ୍ରଦାନ ପରି ମାରାତ୍ମକ ଅନ୍ୟାୟ କରି ଆସିଛେ । ଏହି ଅପରାଧର ପ୍ରାୟଶ୍ଚିତ୍ତ କରିବାପାଇଁ ଏକମାତ୍ର ପଂଥା ରହିଛି । ତାହା ହେଉଛି, ବିଲୁପ୍ତ ହେଉଥିବା ଗ୍ରାମ୍ୟଶିଳ୍ପ ଉଦ୍ୟୋଗମାନଙ୍କର ପୁନରୁତ୍ଥାନ ସହିତ ଏଥିରୁ ପ୍ରସ୍ତୁତ ହେଉଥିବା ସଂପୂର୍ଣ୍ଣ ପଦାର୍ଥମାନଙ୍କର ନିଶ୍ଚିତ ବିପଣନ ବା ବିକ୍ରୟର ବ୍ୟବସ୍ଥା ଗ୍ରହଣ କରିବା । ଭଗବାନଙ୍କଠାରୁ ବଳି ସହିଷ୍ଣୁ ଓ କ୍ଷମାପ୍ରଦାୟୀ ଆଉ କେହି ନୁହଁନ୍ତି । ମାତ୍ର ତାଙ୍କର ମଧ୍ୟ ଧୈର୍ଯ୍ୟର ସୀମା ଅଛି । ଆମ୍ଭେମାନେ ଯଦି ଗ୍ରାମବାସୀଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରୁ ତାହେଲେ ଆମେ ଧ୍ୱଂସର ଗହ୍ୱରକୁ ଖସି ପଡ଼ିବୁ । (ହରିଜନ ୧.୩.୧୯୩୫) ।
ହରିଜନ ପତ୍ରିକାରେ ୧୯୩୩, ୧୯୩୪, ୧୯୩୫ ବର୍ଷରେ ପ୍ରକାଶିତ ତିନୋଟି ସଂଖ୍ୟାରେ ପ୍ରକାଶିତ, ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଜଳି ରୂପରେ ଲିଖିତ ତିନୋଟି ଲେଖାର ନିର୍ବାଚିତ ଅନୂଦିତ ଅଂଶ ଏଠାରେ ଉପସ୍ଥାପନ କରାଗଲା । ବର୍ତ୍ତମାନ ପ୍ରାୟ ହରିଜନ ଶବ୍ଦଟି ବ୍ୟବହୃତ ହେଉନାହିଁ । ମାତ୍ର ମହାତ୍ମାଗାନ୍ଧୀଙ୍କ ମୂଳ ଲେଖାରେ ଏହି ଶବ୍ଦ ସନ୍ନିବେଶିତ ହୋଇଥିବାରୁ ତାହାକୁ ଗ୍ରହଣ କରିବାକୁ ବାଧ୍ୟ ହେଲୁ ।
ପୃଷ୍ଠା:Aama Madhusudan.pdf/୧୯୯
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୦ ଆମ ମଧୁସୂଦନ