ପୃଷ୍ଠା:Aama Madhusudan.pdf/୨୦୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି



ମୋପାଇଁ ଦ୍ୱିତୀୟ ଟଲଷ୍ଟୟ:ମଧୁସୂଦନ ଦାସ


୨୨.୧୦.୧୯୩୭ ରେ ସେବାଗ୍ରାମଠାରେ ଅନୁଷ୍ଠିତ ଅଖିଳ ଭାରତ ଶିକ୍ଷା ସମ୍ମିଳନୀରେ ମହାତ୍ମାଗାନ୍ଧୀଙ୍କ ପ୍ରଦତ୍ତ ବକ୍ତୃତା
ମୋର ନିଧାର୍ଯ୍ୟ ଭାବରେ ମତ ହେଉଛି ଯେ, ବର୍ତ୍ତମାନର ପ୍ରଚଳିତ ପ୍ରାଥମିକ ଶିକ୍ଷା କେବଳ ବ୍ୟୟବହୁଳ ନୁହେଁ, ଏହା ମଧ୍ୟ ଅତୀବ ଭାବରେ ହାନିକର । ଏହି ଶିକ୍ଷା ଫଳରେ ବାଳକଗଣ, ପିତାମାତାଙ୍କଠାରୁ କେବଳ ବିଛିନ୍ନ ହୋଇ ଯାଆନ୍ତି ନାହିଁ, ସେମାନଙ୍କର ମୌଳିକ ବ୍ୟବସାୟ, ଯାହା ପରିବାରର ଏକମାତ୍ର ଅବଲମ୍ବନ, ତହିଁରୁ ମଧ୍ୟ ବିଚ୍ୟୁତ ହୋଇଯାଆନ୍ତି । ଏ ସମସ୍ତର ପ୍ରତିକାରଯାଇଁ ଦକ୍ଷିଣ ଆଫ୍ରିକାର ଟଲଷ୍ଟୟ ଆଶ୍ରମ (କୃଷିଫାର୍ମ)ରେ ଅନ୍ୟ ପିଲାମାନଙ୍କ ସହିତ ମୋର ପୁଅମାନଙ୍କୁ ମଧ୍ୟ ବଢ଼େଇ କାମ ତଥା ଯୋତା ତିଆରି ବୃତ୍ତିଭିତ୍ତିକ କାର୍ଯ୍ୟର ଶିକ୍ଷା ପ୍ରଦାନ କରିଥିଲି ।
ବର୍ତ୍ତମାନ କାକାସାହେବ ଦପ୍ତର ଶିକ୍ଷା ସଂପର୍କରେ ଆଲୋଚନା କରିଛନ୍ତି । ଏ ସଂପର୍କରେ ମଧୁସୂଦନ ଦାସଙ୍କର ବକ୍ତବ୍ୟର ଉପସ୍ଥାପନା କରୁଅଛି । ମଧୁସୂଦନ ଦାସ ଜଣେ ଆଇନଜୀବୀ ଥିଲେ । ତାଙ୍କର ଦୃଢ଼ ଆତ୍ମପ୍ରତ୍ୟୟ ଓ ସିଦ୍ଧାନ୍ତ ଥିଲା ଯେ, ଆମ୍ଭମାନଙ୍କର ହାତ ଓ ପାଦ ବିଧିବଦ୍ଧ ଭାବରେ ଯଦି ନିୟୋଜିତ ନହୁଏ, ତାହାହେଲେ ଆମ୍ଭମାନଙ୍କ ମସ୍ତିଷ୍କସବୁ ସ୍ଥାଣୁ ଓ ନିର୍ବେଦ ପାଲଟିଯିବ । ଯଦିବା ଏହି ସ୍ଥିତିରେ ବହିଃମସ୍ତିଷ୍କ କାର୍ଯ୍ୟକରେ, ତାହାହେଲେ ତାହା ସଇତାନର ଆଡ଼୍‌ଡ଼ାସ୍ଥଳୀରେ ପରିଣତ ହେବ । ଟଲଷ୍ଟୟ ମଧ୍ୟ ଏହି ବାର୍ତ୍ତା ବା ସନ୍ଦେଶକୁ ତାଙ୍କ ରଚିତ ଅସଂଖ୍ୟ ଗଳ୍ପମାନଙ୍କରେ ପ୍ରଚାରିତ କରିଯାଇଛନ୍ତି । (ହରିଜନ ୩୧.୧୦.୧୯୩୭)
ଏହାଥିଲା ୨୨.୧୦.୧୯୩୭ରେ ୱ୍ୱାର୍ଦ୍ଧାର ସେବାଗ୍ରାମଠାରେ ଆହୂତ ସର୍ବଭାରତୀୟ ଶିକ୍ଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ମହାତ୍ମାଗାନ୍ଧୀଙ୍କ ଭାଷଣର ଉପସଂହାର । ଭାରତରେ ୧୯୩୭ ସାଲରେ ଅନୁଷ୍ଠିତ ନିର୍ବାଚନରେ ସାତଗୋଟି ପ୍ରଦେଶରେ କଂଗ୍ରେସ କ୍ଷମତାସୀନ ହେବା ପରେ, ସେହିସବୁ ରାଜ୍ୟରେ ବୃତ୍ତିଭିତ୍ତିକ ମୌଳିକ ଶିକ୍ଷା ପ୍ରଚଳନ କରିବା ନିମିତ୍ତ ମହାତ୍ମାଗାନ୍ଧୀ ଏହି

ଆମ ମଧୁସୂଦନ ୨୦୧